Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତ
Blank space

ଦ୍ୱିତୀୟ ଦିନରେ ଝାଡଖଣ୍ଡରେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର ….

0
Advertising

ଝାଡଖଣ୍ଡ,ନିରପେକ୍ଷ ଖବର,ତା:୦୧/୧୨ ହାରିବା ଭୟରେ ବିଜେପିର ପ୍ରତିପକ୍ଷ କଂଗ୍ରେସ ଓ ଜେଏମଏମ ବନ୍ଧୁକ ଧରି ଝାଡଖଣ୍ଡବାସୀଙ୍କ ମନରେ ଭୟ ତିଆରି କରିବାର ମଙ୍ଗ ଧରିଛନ୍ତି । ବନ୍ଧୁକ ଧରି ଜନଜାତିଙ୍କ ଅଧିକାରକୁ ଛଡାଇବା ପାଇଁ ଚାହୁଁଛନ୍ତି । ଏମାନେ ଜନଜାତିଙ୍କ ସେବା କରିବା ପାଇଁ କ୍ଷମତାକୁ ଆସିବାକୁ ଚାହୁଁନାହାନ୍ତି ବରଂ ଗୋଟିଏ ପରିବାରର ସେବା କରିବା ପାଇଁ କ୍ଷମତା ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି । କଂଗ୍ରେସ ସରକାର ଝାଡଖଣ୍ଡରେ ଦୁର୍ନୀତି କରି ଜନତାଙ୍କୁ ଲୁଟ କରିବା ସହ କିଛି ଦେଇନାହିଁ ବୋଲି ରବିବାର ଝାଡଖଣ୍ଡର ଓଡିଆ ଭାଷାଭାଷୀ ଅଂଚଳ ମୋନହରପୁର, ଖରସୁଆଁ ଏବଂ ମଜଗାଓଁରେ ଦଳ ପକ୍ଷରୁ ଆୟୋଜିତ ନିର୍ବାଚନ ସଭାରେ ଯୋଗଦେବା ସହ ପୃଥକ ଏକ ପ୍ରେସମିଟରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଜେପି ପାଇଁ ବୁଲେଟ୍ ନୁହଁ, ବାଲଟର ଲଢେଇ । ଝାଡଖଣ୍ଡରେ ବିର୍ସା ମୁଣ୍ଡା ଗରିବ ତଥା ଜନଜାତିଙ୍କ ଅଧିକାର ପାଇଁ ଇଂରେଜ ବିରୋଧରେ ଲଢିଥଲେ । ଅନ୍ୟପକ୍ଷେ ନକ୍ସଲଙ୍କ ବିରୋଧ ପରେ ମଧ୍ୟ ଝାଡଖଣ୍ଡରେ ଭୋଟଦାନ ଉତ୍ସାହ ଜନକ ରହିଛି । ଗରିବ ଜନଜାତି, ଦଳିତ, ମହିଳା, ଯୁବ ସମୂହ ମାନଙ୍କରେ ଭାରତୀୟ
ଜନତା ପାର୍ଟି ପ୍ରତି ଅତୁଟ ଭରସା ରହିଛି । ଅସ୍ଥିର ସରକାର ହେବା ଦ୍ୱାରା ଗରିବଙ୍କ କ୍ଷତି ହୁଏ । ଦେଶକୁ ସ୍ଥିର ସରକାରର
ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଝାଡଖଣ୍ଡରେ ଲମ୍ବା ସମୟ ଧରି ଅସ୍ଥିର ସରକାର ଥିଲା । କଂଗ୍ରେସ ଶାସନ ସମୟରେ ଦଶନ୍ଧି ଦଶନ୍ଧି ଧରି ଝାଡଖଣ୍ଡରେ ବସବାସ କରୁଥିବା ଗରିବ ଜନଜାତି, ପଛୁଆ ବର୍ଗର ଲୋକଙ୍କ ଟଙ୍କାକୁ ଲୁଟ କରାଯାଉଥିଲା। ମାତ୍ର ମୋଦି ସରକାର ଜନଜାତିଙ୍କ ବିକାଶକୁ ଅଧିକ ପ୍ରଧାନ୍ୟ ଦେଇଛନ୍ତି । ଏତଦବ୍ୟତିତ ଗତ ୫ ବର୍ଷରେ କଂଗ୍ରେସ ସରକାର ଓ ମୋଦି ସରକାରରେ ଝାଡଖଣ୍ଡରେ ହୋଇଥିବା ବିକାଶର ସୂଚନା ପ୍ରଦାନ କରିଥିଲେ ଶ୍ରୀ ପ୍ରଧାନ ।ସେ କହିଛନ୍ତି ଯେ କଂଗ୍ରେସ ଶାସନ ସମୟରେ ଅର୍ଥ କମିଶନରେ ଝାଡଖଣ୍ଡ ରାଜ୍ୟକୁ ଅନୁଦାନ ଆକାରରେ ମୋଟ ୫୫ ହଜାର ୨୫୩ କୋଟି ଟଙ୍କା ମିଳିଥିଲା । ମାତ୍ର ଦେଶରେ ମୋଦି ସରକାର ହେବା ପରେ ଚତୁର୍ଦ୍ଦଶ ଅର୍ଥ କମିଶନରେ
ଝାଡଖଣ୍ଡ ରାଜ୍ୟକୁ ୧ ଲକ୍ଷ ୪୩ ହଜାର ୩୪୫ କୋଟି ଟଙ୍କା ଦିଆଯାଇଛି । ଯେଉଁମାନେ ଝାଡଖଣ୍ଡକୁ ଲୁଟୁଥିଲେ ସେମାନେ
୫୫ ହଜାର ୨୫୩ କୋଟି ଟଙ୍କା ଦେଇଥିଲା ବେଳେ ଏହା ତୁଳନାରେ ମୋଦି ପାଖାପାଖି ୮୮ ହଜାର କୋଟି ଟଙ୍କା ଅଧିକ
ଅର୍ଥ ଝାଡଖଣ୍ଡର ସମଗ୍ର ବିକାଶ ପାଇଁ ଦେଇଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତ ୫ ବର୍ଷରେ ବିଜେପି ସରକାରରେ ଝାଡଖଣ୍ଡର ବିକାଶରେ ଅଭୁତପୂର୍ବ ପରିବର୍ତନ ହୋଇଛି । ଗତ ୫ ବର୍ଷରେ ବିଜେପି ସରକାରରେ ଝାଡଖଣ୍ଡରେ ମୁଦ୍ରା ଯୋଜନାରେ ୩୧ ଲକ୍ଷ ଲାଭାର୍ଥୀଙ୍କୁ ୧୨ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ୧ କୋଟି ୨୬ ଲକ୍ଷ ଲୋକଙ୍କର ବ୍ୟାଙ୍କ ଖାତା ଖୋଲାଯାଇଛି । ସେହିପରି ୧୫ ଲକ୍ଷ ଘରକୁ ସୌଭାଗ୍ୟ ଯୋଜନାରେ ବିଜୁଳି ସଂଯୋଗ ଦିଆଯାଇଛି, ୪୦ ଲକ୍ଷ ଶୋଚାଳୟ ନିର୍ମାଣ ହୋଇଛି, ଉଜ୍ଜାଲା ଯୋଜନାରେ ୧ କୋଟି ୩୫ ଲକ୍ଷ ଏଲଇଡି ବଲ୍ ବଂଟାଯାଇଛି, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୩୨ ଲକ୍ଷ ଗରିବ ମା ଭଉଣୀଙ୍କ ଘରେ ମାଗଣା ଏଲପିଜି ସଂଯୋଗ ଦିଆଯାଇଛି । ଝାଡଖଣ୍ଡ ସରକାର କିଛି ଘରେ ଦୁଇଟି ଏଲପିଜି ସିଲିଣ୍ଡର ମଧ୍ୟ ଉପଲବ୍ଧ କରାଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଜନଜାତିଙ୍କ ବିକାଶ ତଥା ସେମାନଙ୍କର ରୋଜଗାର ବୃଦ୍ଧି ପାଇଁ କେନ୍ଦ୍ର ସରକାର ଖୁବ ବନଜାତ ଦ୍ରବ୍ୟରୁ ପେଟ୍ରୋଲ ଓ ଡିଜେଲ ବାହାର କରିବାର ଯୋଜନା କରିଛନ୍ତି । ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ଆହ୍ୱାନ କରି କହିଛନ୍ତି ଯେ ଭୟ ଆତଙ୍କ ସୃଷ୍ଟି କରୁଥିବା ସରକାର ଗଢିବା ଦରକାର ନା ବିକାଶ କରୁଥିବା ସରକାର ଦରକାର । ଝାଡଖଣ୍ଡର ଯୁବକଙ୍କ ରୋଜଗାର, ମା ଭଉଣୀଙ୍କ ସୁରକ୍ଷା, ଜନଜାତିଙ୍କ ସ୍ୱାଭିମାନ ପାଇଁ ମୋଦିଙ୍କ ହାତମୁଠାକୁ ଟାଣ କରିବାର ଆବଶ୍ୟକତା ରହିଛି । ତେଣୁ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଶ୍ରୀ ପ୍ରଧାନ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

Mo sapath

Leave A Reply

Your email address will not be published.

kmaa26.com | 500: Internal server error

Internal server error Error code 500

Visit cloudflare.com for more information.
2025-11-18 14:21:16 UTC
You

Browser

Working
Paris

Cloudflare

Error
kmaa26.com

Host

Working

What happened?

There is an internal server error on Cloudflare's network.

What can I do?

Please try again in a few minutes.