Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

୩୮,୪୨୭ କୋଟି ଟଙ୍କାର ହିସାବ ଗାଏବ, ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କାଟିଏ ଦେଲେନାହିଁ, ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଲା କୁଆଡେ?

୨୦୧୮ ଆର୍ଥିକ ବର୍ଷର ସିଏଜି ରିପୋର୍ଟ ....

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା. ୩୦/୧୧: ସଦ୍ୟ ଉପସ୍ଥାପିତ ହୋଇଥିବା ୨୦୧୮ ଆର୍ଥିକ ବର୍ଷର ସିଏଜି ରିପୋର୍ଟ ସ୍ପଷ୍ଟ କରୁଛି କି ରାଜ୍ୟସରକାର ଓଡିଶାବାସୀଙ୍କୁ ବିଭ୍ରାନ୍ତି କରିଛନ୍ତି । ରାଜ୍ୟସରକାରଙ୍କ ଅର୍ଥନୀତିର କୌଣସି ଦିଗନାହିଁ ଓ କେନ୍ଦ୍ର ସରକାରଙ୍କର ଅନୁଦାନକୁ ବାଟମାରଣା କରାଯାଇଛି । ରାଜ୍ୟସରକାର ବିଧାନସଭାରେ ଲକ୍ଷେ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବଜେଟ୍ ପାସ୍ କରୁଛନ୍ତି ବୋଲି କହୁଛନ୍ତି କିନ୍ତୁ ସେଥିରେ ୨୧,୨୦୬କୋଟି ଟଙ୍କା ଖର୍ଚ୍ଚ କରିପାରୁନାହାଁନ୍ତି । ରାଜ୍ୟସରକାରଙ୍କର Cash Balance ରିଜର୍ଭ ବ୍ୟାଙ୍କ୍ ସହିତ ୩୦,୮୪୮କୋଟି ଟଙ୍କା ଥିଲା ବେଳେ ରାଜ୍ୟସରକାର ମାର୍କେଟ୍ରୁ ୬ରୁ ୮ % ସୁଧ ଦେଇ ୧୨,୧୩୦କୋଟି ଟଙ୍କା ଉଠାଇଛନ୍ତି । ଏହି ୬ରୁ ୮ ପ୍ରତିଶତ ସୁଧ କାହା ସ୍ୱାର୍ଥରେ କାହା ପକେଟକୁ ଯାଇଛି ବୋଲି ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

ଡ.ସାମନ୍ତସିଂହାର ଅଭିଯୋଗ କରି କହିଛନ୍ତି କି, ରାଜ୍ୟସରକାର ଜନହିତକାରୀ ଯୋଜନା ଯଥା- ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ମହିଳା ଓ ଶିଶୁ ବିଭାଗ ଆଦି ସୋସିଆଲ ସେକ୍ଟର ମାନଙ୍କରେ ଅର୍ଥ ଖର୍ଚ୍ଚ ନକରି ଯେଉଁଥିରେ ଦୁର୍ନୀତି ଓ ପିସି କାରବାର ହୋଇପାରିବ ଏବଂ ଯେଉଁଥିରେ ଅର୍ଥ ଖର୍ଚ୍ଚ ହେବ ତାହାର ହିସାବ ମିଳିବନାହିଁ ସେଭଳି କ୍ଷେତ୍ରରେ ରାଜ୍ୟସରକାର ପଇସା ଖର୍ଚ୍ଚ କରିଛନ୍ତି । ରାଜ୍ୟସରକାର ମହିଳା ଓ ଶିଶୁବିକାଶ, କୃଷି, ସ୍ୱାସ୍ଥ୍ୟ ବିଭାଗକୁ ଅଣଦେଖା କରିଛନ୍ତି ।

Blank space

କୃଷି କ୍ଷେତ୍ରରେ ୯୪୬ କୋଟି ଟଙ୍କା, ମହିଳା ଓ ଶିଶୁ ବିକାଶରେ ୯୨୨ କୋଟି, ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ୩୮୧ କୋଟି ଟଙ୍କା ସରକାର ଖର୍ଚ୍ଚ କରିନପାରି ଫେରାଇ ଦେଇଛନ୍ତି । ଅଥଚ ପୂର୍ତ ବିଭାଗରେ ସବୁ ପଇସା ଖର୍ଚ୍ଚ କରିବା ସହ ଦୁର୍ନୀତି ମଧ୍ୟ କରିଛନ୍ତି । ୨୨୯କୋଟି ଟଙ୍କା ଖର୍ଚ୍ଚରେ ୧୦୦ କି.ମି ରାସ୍ତାରୁ ମାତ୍ର ୪୮ କି.ମି ରାସ୍ତା ନିର୍ମାଣ କରାଯାଇଛି । ସେହିଭଳି ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୨୯୨ କୋଟି ଟଙ୍କା ଖର୍ଚ୍ଚ କରି ୮୦୦ କି.ମି ଜାଗାରେ ମାତ୍ର ୪୬୨ କି.ମି ନିର୍ମାଣ କରାଯାଇ ବାକି ଅର୍ଥ ଆତ୍ମସାତ କରାଯାଇଛି । ଏହି ମହାଦୁର୍ନୀତି ପାଇଁ ରାଜ୍ୟସରକାର ତକ୍ରାଳୀନ ପୂର୍ତ ବିଭାଗର ମୁଖ୍ୟ ନଳୀନ କାନ୍ତ ପ୍ରଧାନଙ୍କୁ ସମ୍ବଲପୁରର ସାଂସଦ ଟିକେଟ ଦେଇ ପୁରସ୍କୃତ କରିଛନ୍ତି । ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଦୁର୍ଭାଗ୍ୟଜନକ ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ରାଜ୍ୟସରକାରଙ୍କ ଆଳୁ ମିଶନ ସଂପୂର୍ଣ୍ଣଭାବେ ବିଫଳ ହୋଇଛି । ଏଥିରେ ୧୩୦ କୋଟିରୁ ମାତ୍ର ୨୬.୬୫ କୋଟି ଖର୍ଚ୍ଚ ହୋଇପାରିଛି । କାଜୁ ଚାଷର ବିକାଶ ପାଇଁ ଦିଆଯାଇଥିବା ୮୦ କୋଟିରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇପାରିନାହିଁ । ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ୩୦ କୋଟି ଏବଂ ଜନ୍ମନିୟନ୍ତ୍ରଣ ପାଇଁ ୧୫ କୋଟି ଟଙ୍କା ଆଦୌ ଖର୍ଚ୍ଚ ହୋଇପାରିନାହିଁ । ରାଜ୍ୟସରକାର ଗତ ୫ ବର୍ଷ ହେବ ଜମାକାରୀଙ୍କୁ ପଇସା ଫେରାଇ ଦେବେ ବୋଲି ମିଥ୍ୟା ପ୍ରତିଶୃତି ଦେଇଆସୁଛନ୍ତି ଏବଂ କମିସନ ଅବଦ୍ଧି ବଢାଇ ଚାଲିଛନ୍ତି । ହେଲେ ୩୦୦ କୋଟି କର୍ପସ ଫଣ୍ଡରୁ ଟଙ୍କାଟିଏ ବି କେଉଁ ଜମାକାରୀଙ୍କୁ ଦେଇ ପାରିଲେ ନାହିଁ । ସରକାର ଜମାକାରୀଙ୍କୁ ଠକିବା ସହ ମିଥ୍ୟା ପ୍ରତାରଣା ଦେଇଚାଲିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁକ୍ରମେ ଖଣିଜ ଅଂଚଳର ବିକାଶ ପାଇଣ ମିନେରାଲ ଡେଭଲପମେଂଟ ଫଣ୍ଡରେ ୧୧ ହଜାର ୫୬୮ କୋଟି ଟଙ୍କା ଜମା ଥିବାବେଳେ ସରକାର ଟଙ୍କାଟିଏ ବି ସେ ଅଂଚଳର ବିକାଶ ପାଇଁ ଖର୍ଚ୍ଚ କରିପାରି ନାହାଁନ୍ତି ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।

ରାଜ୍ୟସରକାର ସବୁ ସମୟରେ କେନ୍ଦ୍ର ଅବହେଳା କଥା କହୁଛନ୍ତି ହେଲେ ବିଭିନ୍ନ ଯୋଜନାରେ ଆସିଥିବା ୩୮ ହଜାର ୪୨୭ କୋଟି ଟଙ୍କାକୁ ସଂପୂର୍ଣ୍ଣଭାବେ ଗାଏବ କରିଛନ୍ତି । ଏବେ ରାଜ୍ୟସରକାର ସେହି ଅର୍ଥର ହିସାବ ଦେଇପାରୁଛନ୍ତି ନା ବିନିଯୋଗ ପ୍ରମାଣପତ୍ର (ୟୁଟିଲାଇଜେସନ ସାର୍ଟିଫିକେଟ) ଦେଇପାରୁଛନ୍ତି । ଏହି ସିଏଜି ରିପୋର୍ଟରୁ ସ୍ପଷ୍ଟ ଯେ, ରାଜ୍ୟସରକାର ଆର୍ଥୀକ ଦୁର୍ନୀତି ଓ ପିସି କାରବାରରେରେ ଲିପ୍ତ ରହିଛନ୍ତି ଏବଂ କୌଣସି ଜନହିତକାରୀ କାର୍ଯ୍ୟକ୍ରମ ହାତକୁ ନେଇନାହାଁନ୍ତି । ବିଜେଡି ସରକାର ମହିଳା, ଶିଶୁ, ଯୁବ, କୃଷକ, ଏବଂ ଏକ ଜନବିରୋଧୀ ସରକାର ବୋଲି ପ୍ରମାଣିତ ହୋଇଛି । ଏହି ସମସ୍ତ ପ୍ରସଙ୍ଗ ବିରୋଧୀ ଉଠାଇବାର ଆଶଙ୍କା ଥିବାରୁ ଜାଣିସୁଣି ରାଜ୍ୟସରକାର ବିଧାନସଭାକୁ ଆଗୁଆ ବନ୍ଦ କରିଦେଲେ ବୋଲି ଡ. ସାମନ୍ତସିଂହାର କହିଛନ୍ତି ।

Mo sapath

Leave A Reply

Your email address will not be published.