Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ପାହାଳରେ ଉତ୍କଳ ବିଲ୍ଡର୍ସର ଉତ୍କଳ ଲେଭେଲ୍ସ ଉନ୍ମୋଚିତ

0

* ରହିବ ୨୧ ମହଲା ବିଶିଷ୍ଟ ୩ ଟାୱାର
* ଲକ୍‌ଜ୍ୟୁରୀ ଲାଇଫ୍‌ଷ୍ଟାଇଲର ନୂଆ ପରିଚୟ ହେବ
* ୫ ତାରକା ହୋଟେଲ ଭଳି ରହିବ ସୁବିଧା
ଭୁବନେଶ୍ୱର,ନିରପେକ୍ଷ ଖବର : ତା ୧୨/୦୨ ଓଡ଼ିଶାର ଅଗ୍ରଣୀ ବିଳାସପୂର୍ଣ୍ଣ ରିୟଲ ଇଷ୍ଟେଟ୍ ବ୍ରାଣ୍ଡ ଉତ୍କଳ ବିଲ୍ଡର୍ସ ଗ୍ରୁପ ପକ୍ଷରୁ ନୂଆ ପ୍ରକଳ୍ପ ‘ଉତ୍କଳ ଲେଭେଲ୍ସ’ର ରବିବାର ଉନ୍ମୋଚନ ହୋଇଛି । କମ୍ପାନୀର ଅଧ୍ୟକ୍ଷ ଶ୍ରୀ ସୁବାଷ ଭୁରା ଏବଂ ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ ଉପସ୍ଥିତ ରହି ଏହାର ଶୁଭାରମ୍ଭ କରିଥିଲେ । ଏହି ମାଷ୍ଟରପିସ୍ ପ୍ରକଳ୍ପ ସ୍ଥାନୀୟ ପାହାଳ ଜଗନ୍ନାଥ ମନ୍ଦିର ବିପରୀତ ପାର୍ଶ୍ୱରେ ଅବସ୍ଥିତ । ଏଥିରେ ୨୧ ମହଲା ବିଶିଷ୍ଟ ୩ଟି ଟାୱାର ଯଥା କ୍ରେଷ୍ଟ, କ୍ରାଉନ ଏବଂ ପିନାକଲ୍ ରହିବ । ସୁଉଚ୍ଚ ବିଲ୍ଡିଂ ପାଇଁ ପାହାଳ ବେଶ ଜଣାଶୁଣା ହୋଇଥିôବା ବେଳେ ଏଥିରେ କମ୍ପାନୀର ବହୁ ପ୍ରତୀକ୍ଷୀତ ଲକଜ୍ୟୁରୀ ପ୍ରକଳ୍ପ ଉତ୍କଳ ଲେଭେଲ୍ସ ଯୋଡ଼ି ହେବାକୁ ଯାଉଛି । ଏଥିରେ ୧୧ ଫୁଟର ଫ୍ଲୋର ଟୁ ଫ୍ଲୋର ହାଇଟ୍‌, ଆକର୍ଷକ ଡେକ୍‌, ଲାମିନେଟେଡ ଗ୍ଲାସ ରେଲିଂ ଦ୍ୱାରା ରାଜପଥ ଏବଂ ପ୍ରାକୃତିକ ପରିବେଶର ମଜା ନେବାରେ ବେଶ ସହାୟକ ହେବ ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ କହିଛନ୍ତି । ପ୍ରକଳ୍ପଟି ଭୁବନେଶ୍ୱର ଏନ୍‌ଏଚ୍ ୧୬ର ସର୍ଭିସ ରୋଡ ନିକଟରେ ଅବସ୍ଥିତ । ଏହାର ସବୁ ଆପାର୍ଟମେଣ୍ଟ ୩ ପାଶ୍ୱର୍ ବିଶିଷ୍ଟ । ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ଏବଂ ପବନ ଚଳାଚଳର ଉନ୍ନତ ସୁବିଧା ଏହା ଦ୍ୱାରା ମିଳିପାରିବ । ସେହିଭଳି ୨୦୫ ପରିବାରର ଏକ କମ୍ୟୁନିଟି ଏଠାରେ ବସବାସ କରିବେ । ୫୦ରୁ ଉର୍ଦ୍ଧ୍ୱ ଆକର୍ଷଣୀୟ ସୁବିଧା ଲୋକଙ୍କୁ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଲେଭେଲ୍ସ ଦ୍ୱାରା କଟକ-ଭୁବନେଶ୍ୱର ହାର୍ଟରେ ଏକ ବିଳାସପୂର୍ଣ୍ଣ ଜୀବନଶୈଳୀ ଗ୍ରାହକ ଲାଭ କରିପାରିବେ ବୋଲି ଶ୍ରୀ ବୈଦ ଉଲ୍ଲେଖ କରିଛନ୍ତି । ଏଥିରେ ରହିଛି ଆକର୍ଷଣୀୟ ଲବି ଯାହା ଗ୍ରାହକଙ୍କୁ ପଞ୍ଚତାରକା ହୋଟେଲର ଅନୁଭବ ଦେବ । ସେହିଭଳି ୩୦ ହଜାର ବର୍ଗଫୁଟ ସ୍ଥାନକୁ ପୋଡ଼ିୟମ ଏବଂ କ୍ଳବ ହାଉସ୍ ଭାବେ ବିକଶିତ କରାଯାଉଛି । ୨୨ତମ ଫ୍ଲୋରରେ ଆକର୍ଷଣୀୟ ଟେରାସ ରହିଛି ଯାହା ନିଜ ପରିବାର ଏବଂ ବନ୍ଧୁବର୍ଗଙ୍କ ସହ ଖୁସିର ମୂହୁର୍ତ୍ତ ବିତାଇବାରେ ସୁବିଧା ଦେବ । ପ୍ରକଳ୍ପ ଉନ୍ମୋଚନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ଗ୍ରୁପର ପ୍ରତିଷ୍ଠାତା ଭଁୱରଲାଲ ବୈଦ ଏବଂ ପ୍ରକାଶ ଚନ୍ଦ୍ର ଭୁରା, ନିର୍ଦ୍ଦେଶକ ଅମିତ୍ ବୈଦ ଓ ରାକେଶ ଭୁରା ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.