Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ପ୍ରୟାଶ ସିଙ୍ଗିଲ ୱିଣ୍ଡୋ ସି.ଏଫ.ଏ. ଆର ଦ୍ବାରା ଜନ ଶୁଣାଣି

0

ଭୁବନେଶ୍ବର,ନିରପେକ୍ଷ ଖବର:ତା ୩୧/୦୧ ପ୍ରୟାଶ ସିଙ୍ଗଲ ୱିଣ୍ଡୋ ସି .ଏଫ. ଏ. ଆର ସରକାରଙ୍କ ଦ୍ବାରା ଉପଲବ୍ଧ ଥିବା ମଧୁବାବୁ ପେନସନ ଯୋଜନା ଉପରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ଅପରାହ୍ନ 3 ଘଟିକା ସମୟରେ ବୁଦ୍ଧ ମନ୍ଦିର ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ଅରବିନ୍ଦ କୁମାର ରାଇଗୁରୁ (ମାନ୍ୟବର ଅବସର ପ୍ରାପ୍ତ ବିଚାରପତି, ଜିଲ୍ଲା ଦ୍ବାରା ଜଜ ଖୋର୍ଦ୍ଧା, ଅଧକ୍ଷ-ସ୍ଥାୟୀ ଲୋକ ଅଦାଲତ) ମୁଖ୍ୟ ଅତିଥ୍‌ ଭାବରେ ଯୋଗଦେଇ ଜନ ଶୁଣାଣି କାର୍ଯ୍ୟକ୍ରମ କୁ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ । ଶ୍ରୀମତୀ ଦେବସ୍ମିତା ରାଉତ ସମସ୍ତ ଅତିଥ୍‌ ବୃନ୍ଦଙ୍କୁ ସ୍ବାଗତ କରିବା ସହିତ ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ। ଶ୍ରୀମତୀ
ମମତା ସିଂ (ରାଜ୍ୟ ପ୍ରକଳ୍ପ ପରିଚାଳିକା) କାର୍ଯ୍ୟକ୍ରମ କୁ ସଂଚାଳନ କରିବା ସହିତ କାର୍ଯ୍ୟ କ୍ରମର ଉଦେଶ୍ୟ ବିଷୟରେ ସଂକ୍ଷିପ୍ତ ସୂଚନା ପ୍ରଦାନ କରିଥିଲେ ଏବଂ ସି .ଏଫ . ଏ .ଆର ର କାର୍ଯ୍ୟ ବିଷୟରେ ଅତିଥ୍‌ ମାନଙ୍କୁ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୯ ଟି ୱାର୍ଡ ର ୧୫୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷ ଅଂଶ ଗ୍ରହଣ କରିଥିଲେ । ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପୂର୍ବରୁ ସି .ଏଫ. ଏ. ଆର ର କ୍ଷେତ୍ର ଅନୁସନ୍ଧାନୀକାରି ବିଧବା , ଦିବ୍ୟାଙ୍ଗ, ଏକାକୀ
ମହିଳା, ବୃଦ୍ଧ (60 ବର୍ଷରୁ ଉର୍ଦ୍ଧ୍ବ), ତୃତୀୟ ଲିଙ୍ଗି ତଥା ଏଚ ଆଇ ଭି ରେ ସଂକ୍ରମିତ ବ୍ୟକ୍ତି ଇତ୍ୟାଦି 509 ବିଭିର୍ଣ୍ଣ ସାମାଜିକ ବର୍ଗର ଲୋକଙ୍କୁ ନେଇ ଏକ ସର୍ଭେ ଅନୁଷ୍ଠିତ ହୋଇଥିଲା ଏବଂ ଉକ୍ତ ସର୍ଭେ ର ତଥ୍ୟ କୁ ନେଇ ବିଶ୍ଳେଷଣ କରିବା ପରେ ଏହା ଜଣା ପଡିଥିଲା ଯେ ଅନେକ ଉପଯୁକ୍ତ ହିତାଧୀକାରୀ ବିଭିଣ୍ଣ କାରଣରୁ ସରକାରଙ୍କ ର ଲୋକ ପ୍ରିୟ ଯୋଜନା ମଧୁବାବୁ ପେନସନ ଯୋଜନା ରେ ସମ୍ପୃକ୍ତ ହୋଇପାରି ନାହାନ୍ତି ଏବଂ ଅନେକ ସମ୍ପୃକ୍ତ ହିତାଧ୍ୟାକାରୀ ଉଚିତ ପାଉଣା ମଧ୍ୟ ପାଉନାହାନ୍ତି ଯାହା ହିତାଧ୍ୟାକାରି ମାନେ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ କରିବା ସହିତ ଏହାର ସମାଧାନ ନିମନ୍ତେ ଅନୁରୋଧ କରିଥିଲେ ଏବଂ ଉକ୍ତ ଅନୁରୋଧ କୁ ସାଦରେ ଗ୍ରହଣ କରି ଶ୍ରୀଯୁକ୍ତ ପ୍ରଶାନ୍ତ ନାୟକ (ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଭୁବନେଶ୍ବର ମହାନଗର
ନିଗମ), ଶ୍ରୀମତୀ ସୋନାଲି (ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଭୁବନେଶ୍ବର ) କିଛି ସମସ୍ୟାର ପ୍ରତେକ୍ଷ ସମାଧାନ କରିଥିଲେ ଏବଂ ଆଉ କିଛି ସମସ୍ୟା କୁ ୱାର୍ଡ ସ୍ତରରେ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ।
ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ମହାମାନ୍ୟ ଅତିଥିରୂପେ ଶ୍ରୀଯୁକ୍ତ ଅରବିନ୍ଦ କୁମାର ରାଇଗୁରୁ ମାନ୍ୟବର ଅବସର ପ୍ରାପ୍ତ ବିଚାରପତି, ଜିଲ୍ଲା ଦୌରାଜଜ ଖୋର୍ଦ୍ଧା ,ସ୍ନେହାଞ୍ଜଳୀ ମହାନ୍ତି (ସଦସ୍ୟା ମହିଳା ଆୟୋଗ), ଡଃ ଗୀତାଞ୍ଜଳି ବସ୍ତିଆ (ଉପଦେଷ୍ଟା, ମିଶନ ଶକ୍ତି, ଓଡିଶା ସରକାର), ଶ୍ରୀଯୁକ୍ତ ନିରଞ୍ଜନ ବେହେରା (ସଭାପତି ଓଡିଶା ବିକଳାଙ୍ଗ ମଞ୍ଚ), ଶ୍ରୀଯୁକ୍ତ ସଚ୍ଚିକାନ୍ତ ପ୍ରଧାନ(ସେକ୍ରେଟାରୀ ଦି ହହ୍ୟୁମାନୀଟି), ସମ୍ପାଦକ (ଓଡିଶା ଦୃଷ୍ଟିହୀନ ସଂଘ) ପ୍ରମୁଖ ଯୋଗଦେଇ ସି.ଏଫ.ଏ .ଆର ର ଏଭଳି ପ୍ରାୟଶ କୁ ପ୍ରଶଂସା କରିବା ସହିତ ଯୋଗ୍ୟ ହିତାଧିକାରୀ ମାନଙ୍କର ଅଧିକାର କୁ ସୁନିଶ୍ଚିତ କରାଇବା ଦିଗରେ ପ୍ରତିଶୃତି ଦେଇଥିଲେ । ଶ୍ରୀ ଫକୀର ମୋହନ ବାଗ, ଶ୍ରୀ ସୁକାନ୍ତ କୁମାର ସାହୁ, ସୁଶ୍ରୀ ଇପସିତା ପ୍ରିୟଦର୍ଶିନୀ, ସୁଶ୍ରୀ ବିଷ୍ଣୁ ପ୍ରିୟା ସାହୁ, ସୁଶ୍ରୀ ଅଭିଲିପସା ଜେନା, ସୁଶ୍ରୀ ସିପ୍ରା ପାତ୍ର, ସିଙ୍ଗଲ ୱିଣ୍ଡୋ ଫୋରମ ମେମ୍ବର, ଅଭିଯୋଗ ସମିତି ସଦସ୍ୟା, ସହାୟତା କେନ୍ଦ୍ର ସଦସ୍ୟ ମାନେ କାର୍ଯ୍ୟ
କ୍ରମ ପରିଚାଳନା କରିବାରେ ସହଯୋଗ କରିଥିଲେ ।
ପରିଶେଷରେ ଐସୁରୀଆ ମହାନ୍ତି ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

Mo sapath

Leave A Reply

Your email address will not be published.