Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଏଥର ରଜରେ ଘରେ ବସି ଖାଇବେ ‘ଓ.ଟି.ଡି.ସି’ ପକ୍ଷରୁ ରଜପିଠା

*ପିଠା ଅନ୍ ହ୍ୱିଲ୍‌’ ଓ ‘ହୋମ୍ ଡେଲିଭରି*

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୨/୦୬ ଏଥର ରଜରେ ‘ଓ.ଟି.ଡି.ସି’ର ନିଆରା ପ୍ରୟାସ : ‘ପିଠା ଅନ୍ ହ୍ୱିଲ୍‌’ ଓ ‘ହୋମ୍ ଡେଲିଭରି’ ‘କୋଭିଡ-୧୯’ ସଂକ୍ରମଣ ରୋକିବା ପାଇଁ ସରକାରୀ କଟକଣା ମଧ୍ୟରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓ.ଟି.ଡି.ସି) ଏଥର ନିଆରା ଢଙ୍ଗରେ ଓଡ଼ିଶାର ପାରମ୍ପରିକ ପର୍ବ ‘ରଜ’ ମହୋତ୍ସବକୁ ଲୋକଙ୍କ ସହ ପାଳିବାକୁ ନିଷ୍ପତ୍ତି ନେଇଛି। ରଜପର୍ବରେ ‘ଓଟିଡିସି’ର ପାନ୍ଥନିବାସଗୁଡ଼ିକରେ ପ୍ରସ୍ତୁତ ସୁସ୍ୱାଦୁ ରଜପିଠା ଲୋକଙ୍କ ପାଖରେ ପହଂଚାଇବାକୁ ପଦକ୍ଷେପ ନିଆଯାଇଛି। ରଜ ମହୋତ୍ସବରେ ସାମାଜିକ ଦୂରତ୍ୱ କଟକଣା, କରୋନାଜନିତ ଲକଡାଉନ୍ ଓ ୧୧ଟି ଜିଲ୍ଲାରେ ଶନିବାର-ରବିବାର ସଟଡାଉନକୁ ଦୃଷ୍ଟିରେ ରଖି ଓଟିଡିସି ପକ୍ଷରୁ ସାଧାରଣ ଲୋକଙ୍କ ନିକଟରେ ସୁଲଭ ଦରରେ ଗୁଣାତ୍ମକ ମାନର ସ୍ୱାଦିଷ୍ଟ ରଜପିଠା ପହଂଚାଇବାକୁ ‘ପିଠା ଅନ୍ ହ୍ୱିଲ୍ ’ ଓ ‘ହୋମ ଡେଲିଭରି’ କାର୍ଯ୍ୟକ୍ରମ ଆରମ୍ଭ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ରଜ ପର୍ବରେ ପିଠା ଯୋଗାଇବା ପାଇଁ ଆସନ୍ତା ଜୁନ୍ ୧୩ ଓ ୧୪ତାରିଖରେ ସଟଡାଉନ୍ ରହୁଥିବାରୁ ଭୁବନେଶ୍ୱର ପାନ୍ଥନିବାସ ପକ୍ଷରୁ ୩ରୁ ୫କିମି ଅଞ୍ଚଳ ମଧ୍ୟରେ ରହୁଥିବା ଲୋକଙ୍କ ନିକଟରେ ରଜପିଠାକୁ ‘ହୋମ୍ ଡେଲିଭରି’ ମାଧ୍ୟମରେ ପହଂଚାଇବାର ବ୍ୟବସ୍ଥା କରାଯାଇଛି । *ଦୁଇଦିନର ସଟଡାଉନ୍ ମଧ୍ୟରେ ଯେଉଁମାନେ ରଜପିଠା ଚାହିଁବେ ସେମାନେ ଆମର ଫୋନ୍ ନମ୍ବର-୯୦୭୮୮୮୫୫୧୬ , ୯୪୩୮୨୪୩୫୭୯ ଓ ୯୪୩୭୧୧୫୪୩୭କୁ ଫୋନ୍ କରି ସେମାନଙ୍କ ଇଚ୍ଛା ମୁତାବକ ପିଠା ମଗାଇ ପାରିବେ*
ସେହିପରି ୧୫ରୁ ୧୭ ତାରିଖ ମଧ୍ୟରେ ‘ପିଠା ଅନ୍ ହ୍ୱିଲ୍ ’ କାର୍ଯ୍ୟକ୍ରମ ମାଧ୍ୟମରେ ରାଜଧାନୀ ଭୁବନେଶ୍ୱରର ୬ଟି ସ୍ଥାନ ଯଥା- ଜୟଦେବ ଭବନ, ରୂପାଲି ଛକ, ଖଣ୍ଡଗିରି ଛକ, ସିଆରପି ଛକ, ପୋଖରୀପୁଟ୍ ଛକ ଓ ନିଳାଦ୍ରୀ ବିହାର ଛକ ନିକଟରେ ପିଠା ଉପଲବ୍ଧ କରାଯିବାର ବ୍ୟବସ୍ଥା ହୋଇଛି । ସମ୍ବଲପୁର ସହରରେ ମଧ୍ୟ ଲୋକମାନଙ୍କ ସୁବିଧା ଓ ଗମନାଗମନକୁ ଦୃଷ୍ଟିରେ ରଖି ‘ପିଠା ଅନ୍ ହ୍ୱିଲ୍‌’ ମାଧ୍ୟମରେ ପିଠା ଯୋଗାଇ ଦିଆଯିବ। କେତେକ ସ୍ଥାନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ମଧ୍ୟ ଏଥର ପିଠା ପ୍ରସ୍ତୁତି ଓ ବିକ୍ରି କାର୍ଯ୍ୟରେ ଓଟିଡିସି ସୁଯୋଗ ଦେଇଛି।
ଏସବୁ ବ୍ୟତୀତ ଭୁବନେଶ୍ୱର, କଟକ, ସମ୍ବଲପୁର ଓ ରାଉରକେଲା ପାନ୍ଥନିବାସଗୁଡ଼ିକରେ ରଜପିଠା ବିକ୍ରି ନିମନ୍ତେ ସ୍ୱତନ୍ତ୍ର କାଉଣ୍ଟରମାନ ଖୋଲା ରହିବ। ମାସ୍କ ପିନ୍ଧି ଓ ସାମାଜିକ ଦୂରତ୍ୱ କଟକଣା ପାଳନ କରି ଗ୍ରାହକମାନେ ଏସବୁ କାଉଣ୍ଟରରୁ ରଜପିଠା କ୍ରୟ କରିପାରିବେ।

Mo sapath

Leave A Reply

Your email address will not be published.