Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ସାମ୍ବାଦିକ ସୁରକ୍ଷା ଆଇନ୍ ଦାବିରେ ମହାମାନ୍ୟ ରାଜ୍ୟପାଳଙ୍କୁ ଦାବିପତ୍ର ଦେଲା କଳିଙ୍ଗ ସାମ୍ବାଦିକ ସଂଘ..

ସାମ୍ବାଦିକଙ୍କୁ ବିଭିନ୍ନ ସମୟରେ ହେଉଥିବା ଆକ୍ରମଣକୁ ବିରୋଦ୍ଧ ...

0

ଭୁବନେଶ୍ୱର, ନିରପେକ୍ଷ ଖବର:ଆଜି(୨୨/ଜୁଲାଇ/୨୦୧୯)- ଦିନକୁ ଦିନ କାର୍ଯ୍ୟରତ ସାମ୍ବାଦିକମାନେ ଅସୁରକ୍ଷିତ ହୋଇପଡୁଛନ୍ତି। ବିଭିନ୍ନ ସମୟରେ ସେମାନଙ୍କ ଉପରେ ହେଉଛି ଆକ୍ରମଣ। ଫଳରେ ଭାରତ ସମ୍ବିଧାନରେ ଚର୍ତୁର୍ଥ ସ୍ତମ୍ଭର ମାନ୍ୟତା ପାଇଥିବା ସାମ୍ବାଦିକମାନେ ଖବର ସଂଗ୍ରହ କରିବାରେ ପ୍ରତିବନ୍ଧକ ସାଜୁଛି। ସୋମବାର କଳିଙ୍ଗ ସାମ୍ବାଦିକ ସଂଘ ଏଭଳି ଅଭିଯୋଗ କରି ମହମାନ୍ୟ ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲଙ୍କ ନିକଟରେ ଫେରାଦ ହୋଇଛନ୍ତି। ରାଜ୍ୟରେ ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଧେଶ ଦେବାକୁ ସେମାନେ ଦାବି ଉପସ୍ଥାପନ କରିଛନ୍ତି। କଳିଙ୍ଗ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଲିଙ୍ଗରାଜ ରାଉତଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକମାନେ ରାଜ୍ୟପାଳଙ୍କୁ ଭେଟି ଏ ବିଷୟରେ ବିଷଦ ଭାବେ ଆଲୋଚନା କରିଥିଲେ। ଗତ କିଛିଦିନ ତଳେ କେନ୍ଦ୍ରାପଡ଼ା ଜିଲ୍ଳାର ପାଟକୁରାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଲିସର ଦୁର୍ବ୍ୟବହାର କରଥିବା ବେଳେ ସମ୍ବଲପୁରରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଅପମାନିତ କରାଯାଇଥିଲା। କେବଳ ଯେ କେନ୍ଦ୍ରାପଡା ଓ ସମ୍ବଲପୁରରେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିଲା ତାହା ନୁହେଁ , ଏଭଳି ଘଟଣା ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଦିନ ଘଟିଚାଲିଛି।
ଭାରତୀୟ ସମ୍ବିଧାନର ଚତୁର୍ଥସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର କଣ୍ଠରୋଧ କରିବାକୁ କେନ୍ଦ୍ରାପଡା ପୁଲିସ ଉଦ୍ୟମ କରିଥିଲେ। ପୁଲିସର ଏମିତିକା ବ୍ୟବହାରକୁ ବିରୋଧ କରି ରାଜ୍ୟର ବିଭିନ୍ନ ସ୍ଥାନରେ ସାମ୍ୱାଦିକମାନେ ମିଳିତ ହୋଇ ପ୍ରତିବାଦ କରୁଛନ୍ତି। ରାଜ୍ୟପାଳଙ୍କୁ ଦାବିପତ୍ର ଦେବା ସମୟରେ ସଂଘର ସଂପାଦକ ବିଦ୍ୟାଧର ବାରିକ, କୋଷାଧ୍ୟକ୍ଷ ଗୌରୀ ପ୍ରସାଦ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ମନୋରଂଜନ ମିଶ୍ର, ସଂପାଦକ ସୈାଭାଗ୍ୟ ରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Mo sapath

Leave A Reply

Your email address will not be published.