Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ନେତାମାନଙ୍କ ପକ୍ଷେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ଆଉ ସହଜ ହେବ ନାହିଁ…

0

ଆଚରଣ ବିଧି ପାଳନ କରୁ ନଥିବା ନେତାମାନଙ୍କୁ କାବୁ କରିବାକୁ ନିର୍ବାଚନ କମିଶନ୍‌ ନୂଆ ଟେକ୍ନୋଲଜିର ବ୍ୟବହାର କରିବାକୁ ଯାଉଛନ୍ତି। କମିଶନ୍‌ C-VIGIL APP ନାମରେ ଏକ ଆପ୍ ତିଆରି କରିଛନ୍ତି। ଏହା ଦ୍ୱାରା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ଓ ତାଙ୍କ ସମର୍ଥକ ସହଜରେ ଧରା ପଡ଼ିଯିବେ।

ଆଣ୍ଡ୍ରଏଡ୍‌ ଫୋନ୍ ପାଇଁ ପ୍ରସ୍ତୁତ କରାଯାଇଥିବା ଏହି C-VIGIL APP ଜରିଆରେ ନେତା ଓ ତାଙ୍କ କର୍ମୀଙ୍କ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କିତ ସୂଚନା ନିର୍ବାଚନ କମିଶନ୍‌ଙ୍କୁ ଦିଆଯାଇପାରିବ। ଏନେଇ ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ଏକ ବିଜ୍ଞପ୍ତ ପ୍ରକାଶ କରାଯାଇଛି।

Blank space

ଏଥିରେ କୁହାଯାଇଛି, “ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଜନିତ ସୂଚନା ବିଳମ୍ବରେ ମିଳୁଥିବାରୁ ଦୋଷୀ ଦଣ୍ଡରୁ ବଞ୍ଚି ଯାଉଛନ୍ତି। ଫଟୋ କିମ୍ବା ଭିଡିଓ କମ୍ ମିଳୁଥିବାରୁ ଅଭିଯୋଗକୁ ପ୍ରମାଣ କରିବାରେ ମଧ୍ୟ ସମସ୍ୟା ହେଉଛି। ଏହାବାଦ୍‌ ଅଧିକାଂଶ ଅଭିଯୋଗ ଦୀର୍ଘଦିନ ତଦନ୍ତ ହେବା ପରେ ତାହା ମିଥ୍ୟା ବୋଲି ଜଣାପଡ଼ୁଛି। ହେଲେ ଏହି ଆପ୍ ଜରିଆରେ ଅଭିଯୋଗ ଉପରେ ପଦକ୍ଷେପ ନିଆଯିବାରେ ଆଉ ବିଳମ୍ବ ହେବ ନାହିଁ। ଅଭିଯୋଗ ଆସିବାର କିଛି ସମୟ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଯେକୌଣସି ବ୍ୟକ୍ତି ଏହି ଆପ୍ ବ୍ୟବହାର କରି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ପ୍ରମାଣ ଏଥିରେ ପଠାଇ ପାରିବେ।”

ବିଜ୍ଞପ୍ତିରେ ଆହୁରି କୁହାଯାଇଛି, “ଯେଉଁମାନେ ଏଥିରେ ଅଭିଯୋଗ କରିବେ, ସେମାନଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ସଂଖ୍ୟା ଦିଆଯିବ। ଏହାଦ୍ୱାରା ସେ ନିଜ ଅଭିଯୋଗର ସ୍ଥିତି ସମ୍ପର୍କରେ ଜାଣି ପାରିବେ। ଅର୍ଥାତ୍ କାର୍ଯ୍ୟାନୁଷ୍ଠାନ ନେଇ କମିଶନ୍ କ’ଣ କରିଛନ୍ତି, ତାହା ସେ ଜାଣିପାରିବେ। ତେବେ ବେନାମୀ ଅଭିଯୋଗକାରୀଙ୍କୁ ଏପରି ସ୍ୱତନ୍ତ୍ର ପରିଚୟ ସଂଖ୍ୟା ପ୍ରଦାନ କରାଯିବ ନାହିଁ।”

C-VIGIL APP ରେ ଅଭିଯୋଗ କରିବା ମାତ୍ରେ ଏହାର ସୂଚନା ସମ୍ପୃକ୍ତ ଜିଲ୍ଲା ନିୟନ୍ତ୍ରଣ କକ୍ଷକୁ ଚାଲିଯିବ। ଏହାଦ୍ୱାରା ସଙ୍ଗେ ସାଙ୍ଗେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ନେବାରେ ସହାୟକ ହେବ।

ଏହାସହ ନିର୍ବାଚନ କମିଶନ୍ ଆଉ କିଛି ଆପ୍ ମଧ୍ୟ ତିଆରି କରିଛନ୍ତି। ଏହି ଆପ୍‌ଗୁଡ଼ିକ ଜରିଆରେ ପ୍ରାର୍ଥୀ ନିଜ ପ୍ରଚାର, ଗାଡ଼ି ଓ କ୍ୟାମ୍ପ ପାଇଁ ମଞ୍ଜୁରୀ ପାଇବା କାମ ଅନ୍‌ଲାଇନ୍‌ରେ କରିପାରିବେ। ଏଥିପାଇଁ ସେମାନଙ୍କୁ ଆଉ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଦୌଡିବାକୁ ପଡ଼ିବ ନାହିଁ।

Mo sapath

Leave A Reply

Your email address will not be published.