Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନ ବିରୋଧରେ ୧୦ତାରିଖରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀଠାରେ ଏକ ସର୍ବଦଳୀୟ ବିଶାଳ ସମାବେଶ ଅନୁଷ୍ଠିତ ହେବ…

ଦାମ ଦେଖାଇବେ ତାଙ୍କ ଶକ୍ତିର ଝଲକ୍

0

ଦୁର୍ନୀତି ଓ ଭ୍ରଷ୍ଟାଚାର ଶାସନ ବିରୋଧରେ ୧୦ତାରିଖରେ ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀଠାରେ ଏକ ସର୍ବଦଳୀୟ ବିଶାଳ ସମାବେଶ ଅନୁଷ୍ଠିତ ହେବ।ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ବାମଦଳ ନେତା ଜନାର୍ଦ୍ଦନ ପତି, ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଓ ଡାକ୍ତର ଦାମୋଦର ରାଉତ ଯୋଗ ଦେବେ ବୋଲି ନିମନ୍ତ୍ରଣ କାର୍ଡ ବଣ୍ଟନ କରାଯାଇଛି। ତେବେ ବିଜୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ଉପସ୍ଥାପିତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ସଭାମଞ୍ଚରୁ ବିରୋଧୀ ନେତାମାନେ ଏକଜୁଟ ହୋଇ ନିଜେ ନିଜର ଶକ୍ତିର ପ୍ରଭାବ ଦେଖାଇବେ ବୋଲି ସୂଚନା ମିଳିଛି।

ସେହିପରି ୧୧ ତାରିଖରେ ଢେଙ୍କାନାଳ ବଜାରରେ ଏକ ଜନସମାବେଶରେ ମଧ୍ୟ ଡାକ୍ତର ରାଉତ ସାମିଲ ହେବେ।ଏହି ସମସ୍ତ ସମାବେଶରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମୁଖ୍ୟ ପ୍ରସଙ୍ଗ କରି ନବୀନ ସରକାରକୁ ଅଡ଼ୁଆରେ ପକାଇବାକୁ ଦାମ ଏବେ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି।ପାରାଦୀପର କୁଜଙ୍ଗଠାରେ ଗତ ସେପ୍ଟେମ୍ବର ୩୦ତାରିଖରେ ବିଜେଡି ଏକ ବିଶାଳ ମହିଳା ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିସାରିଛି। ଏବେ ସେହି କାର୍ଯ୍ୟକ୍ରମର ଜବାବ ଦେବା ପାଇଁ ଡାକ୍ତର ରାଉତ ଏହି ‘ସ୍ୱାଭିମାନ ସମାବେଶ’ କରୁଥିବା ଜଣାପଡ଼ିଛି।ଏହି ସମାବେଶ ଡାକ୍ତର ରାଉତଙ୍କ ପାଇଁ ମଧ୍ୟ ଏକପ୍ରକାର ଚ୍ୟାଲେଞ୍ଜ ହୋଇଛି।ତାଙ୍କ ପ୍ରତି କେଉଁମାନଙ୍କର ସମର୍ଥନ ରହିଛି ଓ ବିଜେଡିରେ ଥିବା ତାଙ୍କର ସହଯୋଗୀମାନେ ଏହି ସମାବେଶରେ ସାମିଲ ହୋଇ ସିଧାସଳଖ ତାଙ୍କୁ ସମର୍ଥନ ଜଣାଇବେ କି ନାହିଁ ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ତେବେ ସମ୍ଭାବ୍ୟ ଲଘୁଚାପଜନିତ ବର୍ଷା ଉପରେ ଡାକ୍ତର ରାଉତଙ୍କ ପ୍ରସ୍ତାବିତ ବିକାଶ ସମାବେଶର ସଫଳତା ମଧ୍ୟ ଅନେକାଂଶରେ ନିର୍ଭର କରୁଛି।

Mo sapath

Leave A Reply

Your email address will not be published.