Blank space
Blank space
Breaking News/ମୁଖ୍ୟ ଖବର:
କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ
Blank space

ଚାନ୍ଦା ନ ଦେବାରୁ ବରିଷ୍ଠ ନାଗରିକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା ….

ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଘଣ୍ଟ ଘୋଡାଉଥିବା ଅଭିଯୋଗ...

ଭୁବନେଶ୍ୱର,(ନିରପେକ୍ଷ ଖବର) ୧୨/୯: ଗଣେଶ ପୂଜା ଚାନ୍ଦାକୁ କେନ୍ଦ୍ର କରି ଅଶୋକନଗରର ବରିଷ୍ଠ ନାଗରିକ ତଥା  ଲଜ୍ ମାଲିକ ଚିନ୍ତାମଣି ନାୟକଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ବିତିଗଲାଣି ୫ ଦିନ। ହେଲେ ମୁଖ୍ୟ ଅଭିଯୁକ୍ତକୁ ଧରିବା ପାଇଁ ଏ ପର୍ଯ୍ୟନ୍ତ କ୍ୟାପିଟାଲ ଥାନା ପୁଲିସ ଉଦ୍ୟମ କରୁନଥିବା ଦେଖିବାକୁ ମିଳିଛି। ଦୋଷୀକୁ ଗିରଫ କରିବା ପ୍ରତିବଦଳରେ ଅଭିଯୁକ୍ତମାନଙ୍କୁ ପୁଲିସ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ କ୍ୟାପିଟାଲ ଥାନା ଅନ୍ତର୍ଗତ ଅଶୋକ ନଗରର  ଲଜ ମାଲିକଙ୍କୁ ଗଣେଶ ପୂଜ ଚାନ୍ଦା ମାଗିବାକୁ ଆସି ୧୫ରୁ ଅଧିକ  ଯୁବକ ଚିନ୍ତାମଣି ନାୟକଙ୍କୁ ଆକ୍ରମଣ କରିଥିଲେ। ଯାହାକୁ ନେଇ କ୍ୟାପିଟାଲ ଥାନାରେ ଏକ ଏତଲା ଦିଆଯାଇଥିଲା। ମାତ୍ର ପୁଲିସ୍ କେବଳ ୨ ବା ୩ ଜଣ ସହଯୋଗୀଙ୍କୁ ଗିରଫ କରି ଚୁପ୍ ବସିଛି । ଫଳରେ ମୁଖ୍ୟ ଅଭିଯୁକ୍ତ ଖୁଲମ୍ ଖୁଲା ବୁଲିବା ସହ ଚିନ୍ତାମଣି ଓ ପରିବାର ଲୋକଙ୍କୁ ଧମକ ଦେଉଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଶହୀଦନଗର ଓ କ୍ୟାପିଟାଲ ଥାନାରେ ମାମଲା ରହିଛି। ସେ ଚିନ୍ତାମଣି ନାୟକଙ୍କୁ ଧମକ ଦେଉଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ଚିନ୍ତାମଣି ଗଣମାଧ୍ୟମକୁ କହିଛନ୍ତି। ଅଭିଯୋଗ ଅନୁସାରେ, ଗଣେଶ ପୂଜା ପାଇଁ ଗତ ୪ ତାରିଖରେ ଚିନ୍ତାମଣିଙ୍କୁ ୧୦ ହଜାର ଚାନ୍ଦା ମଗାଯାଇଥିଲା। ମାତ୍ର ସେ ୧୨ଶହ ଟଙ୍କା ଦେଇଥିଲେ। ଏହି ରାଗରେ ସମ୍ପୃକ୍ତଯୁବକମାନେ ଗତ ୬ ତାରିଖ ରାତି ୧୦ଟାରେ ଚିନ୍ତାମଣିଙ୍କ ଘର କବାଟ ବାଡେଇଥିଲେ । ସେ ବାହାରକୁ ଆସିବା ପରେ ପରିବାର ଲୋକଙ୍କ ସମ୍ମୁଖରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ଜଣକ ରାଜନୈତିକ ଚାପ ପକାଉଥିବାରୁ ପୋଲିସ ତାଙ୍କୁ ଗିରଫ କରୁ ନ ଥିବା ଚିନ୍ତାମଣି କହିଛନ୍ତି। ତାଙ୍କ ସହ ପରିବାର ସଦସ୍ୟଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ଓ ନ୍ୟାୟ ପାଇଁ ନିବେଦନ କରିଛନ୍ତି ଚିନ୍ତାମଣି। ଏ ସମ୍ପର୍କରେ ପୋଲିସ କମିଶନର ସୁଧାଶୁ ଷଡ଼ଙ୍ଗୀଙ୍କୁ ପଚାରିବାରୁ ସେ ଘଟଣା ସମ୍ପର୍କରେ ଅବଗତ ନ ଥିବା କହିଥିଲେ। ଏନେଇ ଅଭିଯୋଗକାରୀ ସିଧାସଳଖ ତାଙ୍କ ସହ ଯୋଗାଯୋଗ କରିବାକୁ ସେ କହିଛନ୍ତି। ଏହି ଘଟଣାକୁ ତଦନ୍ତ କରାଯାଇ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ଅଭିଯୋଗକାରୀଙ୍କୁ ସମସ୍ତ ପ୍ରକାର ସୁରକ୍ଷା ଯୋଗାଇଦଦିଆଯିବ ବୋଲି କମିଶନର ଶ୍ରୀ ଷଡଙ୍ଗୀ କହିଛନ୍ତି।

Mo sapath

Comments are closed.