Blank space
Blank space
Breaking News/ମୁଖ୍ୟ ଖବର:
କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ
Blank space

ଶର୍ମାଙ୍କ ବିରୁଦ୍ଧରେ ତଦନ୍ତ ଡ୍ରାମା : ୩ୟ ମହଲା ଇସାରାରେ ହୋଇଛି ମାରିକ୍ ଲୋକପାଳ ରିପୋର୍ଟ ହୋଇଛି ଚୋରି..

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୨୧.୧୧ – ବିଭିନ୍ନ ସମୟରେ ନବୀନ ପଟ୍ଟନାୟକଙ୍କ ସରକାର ଡି.ଜି. ପୋଲିସମାନଙ୍କ ବିରୁଦ୍ଧରେ ଚଲାଉଥିବା ତଦନ୍ତ
କେବଳ ଲୋକ ଦେଖାଣିଆ । ନବୀନ ବାବୁଙ୍କ ସରକାର ଗୋଟିଏ ପଟେ ବରିଷ୍ଠ ଅଭିଯୁକ୍ତ ପୋଲିସ ଅଧିକାରୀମାନଙ୍କୁ ବଂଚାଇବା ପାଇଁ ତଦନ୍ତ ରିପୋର୍ଟକୁ ହଜେଇ ଦେବେ, ଅନ୍ୟପଟେ ବାହାବା ନେବା ପାଇଁ ତଦନ୍ତ କମିଟି ଗଠନର ଗଳା ଫଟେଇ ନିର୍ଦ୍ଦେଶ ଦେବେ । ଏସବୁ ତଦନ୍ତ ଡ୍ରାମା ପଛରେ ରହିଛି ବିରାଟ ପ୍ରଶାସନିକ ଷଡଯନ୍ତ୍ର । କେବଳ ବୋଲକରା କରିବା ପାଇଁ ଜାଣିଶୁଣି ଅଭିଯୋଗ ଥିବା ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନବୀନବାବୁ ପୋଲିସ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦେଇଛନ୍ତି ଏବଂ ପରବର୍ତୀ ସମୟରେ ସେମାନଙ୍କୁ ଅତ୍ୟନ୍ତ ବିବାଦୀୟ ପରିସ୍ଥିତିରେ ବିଦା କରୁଛନ୍ତି । ନିଜର ମନ୍ଦ ଅଭିପ୍ରାୟ କୁଆଡେ ପଦାରେ ପଡିଯିବ, ସେଥିରୁ ଦୃଷ୍ଟି ହଟାଇବା ପାଇଁ ବିଭିନ୍ନ ଅଭିଯୋଗ ଦେଖାଇ ତଦନ୍ତ ନିର୍ଦ୍ଦେଶ ଦେବା ରାଜ୍ୟ ସରକାରଙ୍କ ଏକ ପ୍ରକାର ଧାରାବାହିକ କାର୍ଯ୍ୟ ହୋଇଗଲାଣି । ବରିଷ୍ଠ ପୋଲିସ ଅଧିକାରୀ ବି.କେ. ଶର୍ମାଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ଅଛି ଦର୍ଶାଇ ତାହାର ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ରାଜ୍ୟ କଂଗ୍ରେସର ଆଶାଙ୍କା ଏବଂ ଅଭିଯୋଗ ହେଲା ଏହା କେବଳ ବାହାବା ଓ ଲୋକଦେଖାଣିଆ । ସଂପ୍ରତି ସରକାରଙ୍କ ବିରୁଦ୍ଧରେ ଉଠିଥିବା ବଡ ବଡ ବିବାଦ ଯଥା ସ୍ମିତାରାଣୀ ବିଶ୍ୱାଳ ହତ୍ୟାକାଣ୍ଡ, କାଳିଆ ଟଙ୍କା ହେରଫେର, ଧାନକିଣାରେ ବିଫଳତା ଆଦି ପ୍ରସଙ୍ଗରୁ ନଜର ହଟାଇବା ପାଇଁ ନବୀନ ବାବୁଙ୍କର ଏହା ଏକ ଚାଲ । ଯଦି ନବୀନ ବାବୁଙ୍କର ବାସ୍ତବରେ ଏହି ତଦନ୍ତର ଉଦ୍ଦେଶ୍ୟ ଶର୍ମାବାବୁଙ୍କର କାରନାମା ଉପରେ କାର୍ଯ୍ୟାନୁଷ୍ଠାନ ନେବା,
ତାହେଲେ ତୁରନ୍ତ ପୂର୍ବତନ ଡି.ଜି. ପୋଲିସ ସଂଜିବ ମାରିକ୍ଙ୍କ ବିରୁଦ୍ଧରେ ହୋଇଥିବା ଲୋକପାଳ ରିପୋର୍ଟର ଖୁଲାସା କରନ୍ତୁ । କାହିଁକି ମାରିକ୍ଙ୍କ ବିରୁଦ୍ଧରେ ହୋଇଥିବା ଲୋକପାଳ ରିପୋର୍ଟକୁ ନବୀନ ବାବୁଙ୍କ ବିଭାଗ ଗାଏବକଲା, ତା’ର ତଥ୍ୟ ରଖନ୍ତୁ ବୋଲି କଂଗ୍ରେସ ପକ୍ଷରୁ
ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସତ୍ୟ ପ୍ରକାଶ ନାୟକଙ୍କ ପକ୍ଷରୁ ଦାବି କରାଯାଇଛି । ଯଦି ସତ୍ସାହସ ଅଛି ତେବେ ନବୀନ ବାବୁ ସ୍ପଷ୍ଟ କରନ୍ତୁ, ୩ୟ ମହଲା ଏବଂ ସାଧାରଣ ପ୍ରଶାସନ ବିଭାଗରେ କିଏ ସେ ବ୍ୟକ୍ତି ମାରିକ୍ ଲୋକପାଳ ରିପୋର୍ଟକୁ ଗାଏବ କରିକି ନେଇଛି ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି । ବିଗତ ୧୧ ବର୍ଷ ହେଲା ରାଜ୍ୟ ସରକାର କହି ଆସୁଛନ୍ତି ଯେ ମାରିକ୍ଙ୍କ ବିରୋଧରେ ହୋଇଥିବା ଲୋକପାଳ ତଦନ୍ତ କମିଶନର ରିପୋର୍ଟ ସରକାରଙ୍କ ପାଖରେ ନାହିଁ, ଏହା ରାଜ୍ୟପାଳଙ୍କ ପାଖରେ ଅଛି । ରାଜ୍ୟ ସରକାରଙ୍କର ଏ ସ୍ପଷ୍ଟୀକରଣ ସଂପୂର୍ଣ୍ଣ ମିଥ୍ୟା ବୋଲି କଂଗ୍ରେସ ପକ୍ଷରୁ ତଥ୍ୟ ପ୍ରମାଣ ସହ ନବୀନ ବାବୁଙ୍କୁ କଟୁ ସମାଲୋଚନା କରାଯାଇଛି । ଗତ ସେପ୍ଟେମ୍ବର ୧୮ ତାରିଖ ଦିନ ମାନ୍ୟବର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦିଆଯାଇଥିବା ଚିଠି ନଂ ୧୧୫୮୨ ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯେ ଗତ ୫ ଏପ୍ରିଲ୍ ୨୦୦୮ ରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଲୋକପାଳ ରିପୋର୍ଟର ମୂଳ ରିପୋର୍ଟକୁ ତକ୍ରାଳୀନ ମୁଖ୍ୟ ଶାସନ ସଚିବଙ୍କୁ ଏବଂ ରିପୋର୍ଟର ଏକ କପିକୁ ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ସଚିବଙ୍କୁ
ପ୍ରଦାନ କରି ଦିଆଯାଇଛି । ଅର୍ଥାତ୍ ୧୧ ବର୍ଷ ହେଲା ରିପୋର୍ଟ ନବୀନ ବାବୁଙ୍କ କାର୍ଯ୍ୟାଳୟରେ ରହିଛି । ଯାହାକୁ ସର୍ବ ସାଧାରଣ ନକରି ନବୀନ ବାବୁ କେବଳ ମାରିକ୍ ବାବୁଙ୍କୁ ଖସାଇଲେ ନାହିଁ, ୧୧ ବର୍ଷ ହେଲା ରାଜ୍ୟ ବାସୀଙ୍କୁ ଧୋକା ଦେଇ ଆସୁଛନ୍ତି ଶ୍ରୀ ନାୟକ କହିଛନ୍ତି । ୫-ଟି ର ବାହାବା ନେଉଥିବା ନବୀନ ବାବୁଙ୍କର ଯଦି ସତ୍ସାହସ ଅଛି, ତା’ହେଲେ ମାରିକ୍ ଲୋକପାଳ ରିପୋର୍ଟର ଖୁଲାସା କରନ୍ତୁ ବା ରିପୋର୍ଟକୁ ଯିଏ ଗାଏବ୍ କରିଛି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ୨୦୦୭ ରେ ସଂଜୀବ ମାରିକ୍ ଗୁରୁତର ତୃଟି କରିଛନ୍ତି ଅଭିଯୋଗ କରି ରାଜ୍ୟ ସରକାର ତାଙ୍କୁ ନିଲମ୍ବନ କଲେ ଏବଂ ତକ୍ରାଳୀନ ଲୋକପାଳ ଜଷ୍ଟିସ୍ ଶରତ
ମହାପାତ୍ରଙ୍କୁ ତଦନ୍ତ ଦାୟିତ୍ୱ ଦେଲେ । ଲୋକପାଳ ୨୭ ମାର୍ଚ୍ଚ ୨୦୦୮ ରେ ତଦନ୍ତ ରିପୋର୍ଟ ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କଲେ । କିନ୍ତୁ ନବୀନ ବାବୁ ତାହା ଉପରେ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ ବରଂ ୨୦୧୫ ରେ ତାଙ୍କୁ ପ୍ରମୋସନ ଦେଇ ପୋଲିସ ମହାନିର୍ଦ୍ଦେଶକ ଭାବରେ
ନିଯୁକ୍ତି ଦେଲେ । ପ୍ରଦେଶ କଂଗ୍ରେସର ଅଭିଯୋଗ ହେଲା ଯେ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ଓ ତାଙ୍କ ଇସାରାରେ ଏ ରିପୋର୍ଟକୁ ଗାଏବ କରି ଦିଆଯାଇଛି । ତା’ ନହେଲେ ରିପୋର୍ଟ ଚୋରି ନେଇ ନା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ କାହା ବିରୋଧରେ ପୋଲିସରେ ଏଫ୍ଆଇଆର ହୋଇଛି ବା ଦାୟିତ୍ୱରେ ଅବହେଳା ନେଇ କୌଣସି କାର୍ଯ୍ୟାନୁଷ୍ଠାନ ବିଭାଗୀୟ ଅଧିକାରୀଙ୍କ ବିରୋଧରେ ନିଆଯାଇନାହିଁ ବୋଲି ସତ୍ୟ ପ୍ରକାଶ ନାୟକ ଗୁରୁତର ଅଭିଯୋଗ ଆଣିଛନ୍ତି ।

Mo sapath

Leave A Reply

Your email address will not be published.