Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ରାଜ୍ୟର ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ଆଜି ବିଜୁ ଜନତା ଦଳର କବଳରେ:କଂଗ୍ରେସ

ଦଳୀୟ ସଂପୃକ୍ତି ଥିବା ବ୍ୟକ୍ତି ତୁରନ୍ତ ଇସ୍ତଫା ଦିଅନ୍ତୁ...

0

ଭୁବନେଶ୍ୱର :୧୦.୦୧.୧୯ .(ନିିରପେକ୍ଷ ଖବର) ରାଜ୍ୟର ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ଆଜି ବିଜୁ ଜନତା ଦଳର କବଳରେ ତା’ର ସାମ୍ବିଧାନିକ ଗୁରୁତ୍ୱ ଏବଂ ମହତ୍ୱ ହରାଇଛି । ରାଜ୍ୟର କାର୍ଯ୍ୟରତ ଅନେକ ଅର୍ଦ୍ଧ ନ୍ୟାୟିକ ସଂସ୍ଥାଗୁଡିକୁ ବିଜେଡି ସରକାର କେବଳ ଦଳୀୟ ଥଇଥାନର କେନ୍ଦ୍ର କରି ନାହାନ୍ତି, ଅପରନ୍ତୁ ଏହି ସଂସ୍ଥାଗୁଡିକୁ ସଂପୂର୍ଣ୍ଣ ଧରାଶାୟୀ କରିବାର ଚକ୍ରାନ୍ତ କରିଛନ୍ତି । ଏହାର ଜ୍ଜ୍ୱଳନ୍ତ ଉଦାହରଣ ହେଉଛି ଓଡିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ ଏବଂ ରାଜ୍ୟ ମହିଳା ଆୟୋଗ । ଏହି ଦୁଇ ସଂସ୍ଥାରେ ନିୟୋଜିତ ହୋଇଥିବା ସମସ୍ତ ସଭ୍ୟାମାନେ କେବଳ ଦଳୀୟ ଭିତିରେ ନିଯୁକ୍ତି ପାଇନାହାନ୍ତି, ସେମାନେ ନିଯୁକ୍ତି ପାଇବା ପରେ ମଧ୍ୟ ଦଳୀୟ ପଦ ପଦବୀରେ ନିଯୁକ୍ତି ପାଇଛନ୍ତି । ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ବିଭାଗ ମୁଖ୍ୟ ସତ୍ୟ ପ୍ରକାଶ ନାୟକ ତଥ୍ୟ ଓ ପ୍ରମାଣ ସହିତ ଏହାର ଖୁଲାସା କରିଛନ୍ତି । ଏଥିସହିତ ଓଡିଶାର ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥା ସଂପୂର୍ଣ୍ଣ ରୂପେ ବିଜେଡି ପଦାଧିକାରୀଙ୍କ ଥଇଥାନ କେନ୍ଦ୍ର ପାଲଟିଛି । ସେଥିପାଇଁ ସାଧାରଣ ଲୋକେ ଏହି ବ୍ୟବସ୍ଥାରୁ ନ୍ୟାୟ ପାଇବାରେ ବଂଚିତ ହେଉଛନ୍ତି ।ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓ.ଏସ୍.ପି.ସି.ଆର) ରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏକ ବିଜ୍ଞପ୍ତି ଜରିଆରେ ଶ୍ରୀମତୀ ଗୀତାଞ୍ଜଳି ବସ୍ତିଆ, ଶ୍ରୀମତୀ ମନ୍ଦାକିନୀ କର ଓ ଶ୍ରୀମତୀ ନିବେଦିତା ନାୟକଙ୍କୁ ସଭ୍ୟା ଭାବରେ ନିଯୁକ୍ତି କରିଥିଲେ । ଏମାନେ ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥାରେ ନିଯୁକ୍ତି ପାଇବା ପରେ ପୁନର୍ବାର ଦଳୀୟ ପଦ ପଦବୀରେ ରହିବା ନିଷିଦ୍ଧ ଏବଂ ଏହା ସମ୍ବିଧାନ ବିରୋଧୀ । ମାତ୍ର ଓଡିଶା ସରକାରଙ୍କ ତରଫରୁ ଏମାନଙ୍କୁ ଆୟୋଗରେ ନିଯୁକ୍ତି ପରେ ବିଜୁ ଜନତା ଦଳ ପକ୍ଷରୁ ୨୦୧୮ ମସିହା ନଭେମ୍ବର ୧୧ ତାରିଖରେ ଶ୍ରୀମତୀ ଗୀତାଞ୍ଜଳି ବସ୍ତିଆଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବରେ ନିଯୁକ୍ତି ଦେଇଛନ୍ତି । ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସେ ଖୋଲାଖୋଲି ଏବଂ ପ୍ରତ୍ୟେକ୍ଷ ଭାବରେ ସଂପୃକ୍ତ ଅଛନ୍ତି ।

Blank space

ଡିସେମ୍ବର ୮, ୯ ଓ ୧୦ ତାରିଖରେ ସେ ସୁନ୍ଦରଗଡ ଯାଇ ଦଳର ପର୍ଯ୍ୟବେକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି । ସେହଭଳି ମନ୍ଦାକିନୀ କର ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ରହିବା ସହ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାର ଠୋସ୍ ପ୍ରମାଣ ରହିଛି ।ତତ୍ସହିତ ଶ୍ରୀମତୀ ନିବେଦିତା ନାୟକ ବିଜୁ ଜନତା ଦଳର ଜଣେ ସକ୍ରୀୟ କର୍ମୀ ଭାବରେ ଦଳ ତରଫରୁ ସମ୍ବଲପୁର ଜିଲ୍ଲା ବୁର୍ଲା ଏନ୍.ଏ.ସି.ର ପର୍ଯ୍ୟବେକ୍ଷକ ଭାବେ ଅକ୍ଟୋବର ୨୦୧୭ ମସିହାରେ କାର୍ଯ୍ୟ କରିଛନ୍ତି ।ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓ.ଏସ୍.ପି.ସି.ଆର)ରେ କାର୍ଯ୍ୟ କରୁଥିବା ହେତୁ ଶ୍ରୀମତୀ ଗୀତାଞ୍ଜଳି ବସ୍ତିଆ, ମନ୍ଦାକିନୀ କର ଓ ଶ୍ରୀମତୀ ନିବେଦିତା ନାୟକ ଓଡିଶା ସରକାରଙ୍କ ରାଜକୋଷରୁ ମାସକୁ ୨୫ ହଜାର ଟଙ୍କା ଲେଖାଏଁ ଦରମା, ଗାଡି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ସରକାରୀ ସୁବିଧା ସୁଯୋଗ ପାଉଛନ୍ତି ।ସେହିପରି ରାଜ୍ୟ ମହିଳା କମିଶନର ସଭ୍ୟା ଭାବରେ ଶ୍ରୀମତୀ ସ୍ନେହାଞ୍ଜଳି ମହାନ୍ତି ନିଯୁକ୍ତି ପାଇଛନ୍ତି । ଯିଏକି ମାସକୁ ୨୫ ହଜାର ଟଙ୍କା ଦରମା ପାଉଛନ୍ତି । ରାଜ୍ୟ ମହିଳା କମିଶନ ମହିଳାମାନଙ୍କର ସୁରକ୍ଷା କ୍ଷେତ୍ରରେ ଖୁବ୍ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରିଥାଏ । ଏହାର ସଭ୍ୟ / ସଭ୍ୟାମାନେ ଦଳୀୟ କାର୍ଯ୍ୟକ୍ରମର ଉଦ୍ଧ୍ୱର୍ରେ ରହିବା ଆବଶ୍ୟକ । ମାତ୍ର ଏହାକୁ ବେଖାତିର କରି ବିଜେଡି ଦଳର ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ସେମାନେ ଯୋଗଦେବା ସହିତ ସକ୍ରୀୟ ଅଂଶଗ୍ରହଣ କରୁଛନ୍ତି । ଅର୍ଦ୍ଧ ନ୍ୟାୟିକ ବ୍ୟବସ୍ଥାର ଅଧ୍ୟକ୍ଷ ଏବଂ ସଭ୍ୟମାନେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଆଇନ୍- ୨୦୦୫ ଧାରା ୩୨ ଅନୁଯାୟୀ ସମସ୍ତେ ଜଣେ ଜଣେ ସରକାରୀ କର୍ମଚାରୀ ଭାବରେ ପରିଗଣିତ ହେବେ । ତେଣୁ ଜଣେ ସରକାରୀ କର୍ମଚାରୀ ସିଧାସଳଖ ଭାବରେ ଦଳୀୟ ପଦପଦବୀ ନେବା ଆଇନ୍ ବିରୁଦ୍ଧ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଅନ୍ୟତମ ମୁଖପାତ୍ର ନିଶିକାନ୍ତ ମିଶ୍ର ସିଧାସଳଖ ଭାବରେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ଏବଂ ତୁରନ୍ତ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ଠାରୁ ଲାଭଦାୟକ ପଦପଦବୀରେ ଥାଇ ସାଧାରଣ ଟିକସଦାତାଙ୍କ ପଇସାରୁ ନେଇଥିବା ଦରମା, ମହଙ୍ଗାଭତା ଇତ୍ୟାଦି ଅସୁଲ କରାଯିବା ସହ ଏମାନଙ୍କ ବିରୁଦ୍ଧରେ ଦୃଢ଼ ଆଇନ୍ଗତ 

କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ସେମାନଙ୍କୁ ତାଙ୍କ ପଦରୁ ବହିଷ୍କାର କରାଯାଉ ବୋଲି ଶ୍ରୀ ମିଶ୍ରୀ ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ସୁଦର୍ଶନ ଦାସ, ଦୀପକ ମହାପାତ୍ର ଓ ଓମ୍ ପ୍ରକାଶ ସାହୁ ପ୍ରମୁଖ ଉପସ୍ଥିତ
ଥିଲେ ।

Mo sapath

Leave A Reply

Your email address will not be published.