Blank space
Blank space
Breaking News/ମୁଖ୍ୟ ଖବର:
Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବ
Blank space

ଚଳିତ ମାସ ୨୫ ରେ ଓଡିଶା ଆସିବେ ରାହୁଲ ଗାନ୍ଧି…

ପି .ସି ସି. ସଭାପତି ଶ୍ରୀ ଯୁକ୍ତ ନିରଞ୍ଜନ ପଟ୍ଟନାୟକ ଙ୍କ ଅଧକ୍ଷତା ରେ ପ୍ରଥମ ବୈଠକ ଅନୁଷ୍ଠିତ...

0

ଭୁବନେଶ୍ୱର .(ନିରପେକ୍ଷ ଖବର ) ତା .୮.୧.୨୦୧୯– ଜାତୀୟ କଂଗ୍ରେସ ସଭାପତି ଶ୍ରୀ ଯୁକ୍ତ ରାହୁଲ ଗାନ୍ଧୀ ଚଳିତ ମାସ ୨୫ ତାରିଖ ରେ ଓଡିଶା ଗସ୍ତ ରେ ଆସି ବିଭିନ୍ନ କାର୍ଯ୍ୟକର୍ମ ରେ ଯୋଗଦେବା ପାଇଁ ନିଷ୍ପତି ଚୂଡାନ୍ତ ହୋଇଛି ।ଏହି ପରିପ୍ରେକ୍ଷୀ

ରେ ଏକ ପ୍ରସ୍ତୁତି ବୈଠକ ପି.ସି.ସି. ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଙ୍କ ଅଧକ୍ଷତା ରେ କଂଗ୍ରେସ ଭବନ ରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଶ୍ରୀ ରାହୁଲ ଗାନ୍ଧୀଙ୍କ ର ବିଭିନ୍ନ କାର୍ୟ୍ୟକର୍ମ ଚୂଡାନ୍ତ ହୋଇଛି।

Blank space

ବିମାନ ବନ୍ଦର ରେ ପହଂଚିବା ପରେ ଶ୍ରୀ ରାହୁଲ ଗାନ୍ଧିଙ୍କୁ ସେଠାରେ ଭବ୍ୟ ସ୍ୱାଗତ ସମ୍ବର୍ଧନା ଦିଆଯିବା ପରେ ଏକ ଶୋଭାଯାତ୍ରା ରେ ସେଠାରୁ ସଂଗୀତ ମହାବିଦ୍ୟାଳୟ ପରିସରକୁ ନିଆଯିବ।ସେଠାରେ ଓଡିଶା ର ବିଶିଷ୍ଟ ବୁଦ୍ଧିଜୀବି ,ସାମାଜିକ ଅନୁଷ୍ଠାନ ର ନେତୃତ୍ୱ ,ବିଭିନ୍ନ ଆନ୍ଦୋଳନ ର କର୍ମୀ ଓ ଚାଷୀ ନେତା ମାନଙ୍କୁ ଭେଟି ଆଲୋଚନା କରିବେ ଶ୍ରୀ ରାହୁଲ ଗାନ୍ଧୀ । ସେଠାରୁ ତାଙ୍କୁ କଟକ ପର୍ଯନ୍ତ ଏକ ରୋଡ ସୋ ରେ ଯାଇ ସେଠାରେ ଥିବା ବାଲିଯାତ୍ରା ପଡିଆ ରେ ପ୍ରଥମେ ଦଳ ର ନେତା ଓ କର୍ମୀ ଙ୍କୁ ବକ୍ତବ୍ୟ ପ୍ରଦାନ କରିବେ .ଏହାପରେ ଏକ ବିଶାଳ ଜନସଭା ରେ ରାଜ୍ୟବାସୀ ଙ୍କ ଉଦ୍ୟେଶରେ ଭାଷଣ ଦେବେ.ସେଠାରୁ ଭୁବନେଶ୍ୱର ଫେରି ସାମ୍ବାଦିକ ସମିଳନୀ ରେ ଯୋଗଦେଇ ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି
ଆଜିର ପ୍ରସ୍ତୁତି ବୈଠକରେ ପି.ସି.ସି. ସଭାପତି ଶ୍ରୀ ପଟ୍ଟନାୟକ ଙ୍କ ସମେତ କାର୍ୟ୍ୟକାରୀ ସଭାପତି ଶ୍ରୀ ଯୁକ୍ତ ଚିରଞ୍ଜିବି ବିଶ୍ୱାଳ ,ଏଆଇସିସି ସମ୍ପାଦକ ଶ୍ରୀ ଯୁକ୍ତ ରୁଦ୍ରରାଜୁ ଯୋଗଦେଇଥିବା ବେଳେ ଅନ୍ୟ ମାନ ଙ୍କ ମଧ୍ୟରେ ଖୋର୍ଦ୍ଧା ,କେନ୍ଦ୍ରାପଡା ,କଟକ ,ଜଗସିଂହପୁର ,ଯାଜପୁର ପ୍ରମୁଖ ଉପକୂଳ ଜିଲ୍ଲା ର ଜିଲ୍ଲା ସଭାପତି ଏବଂ ଛାମୁଆ ସଂଗଠନ ସଂଗଠନ ବିଭାଗ ର ମୁଖ୍ୟ ମାନଙ୍କ ସହ ରାଜ୍ୟ ର ନେତୃବୃନ୍ଦ ଯୋଗଦେଇଥିଲେ .
ଶ୍ରୀ ରାହୁଲ ଗାନ୍ଧୀ ଙ୍କ ଏହି ଓଡିଶା ଗସ୍ତକୁ ସଫଳ କରିବା ପାଇଁ ପି.ସି.ସି. ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି .

Mo sapath

Leave A Reply

Your email address will not be published.