ବିଶ୍ଵ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡ୍ରେ ସେପ୍ଟେମ୍ବର ସେସନ ପାଇଁ ନାମଲେଖା
*ସେପ୍ଟେମ୍ବର ସେସନ ଲାଗି ମୋଟ ୭ଟି ବିଷୟରେ ନାମଲେଖା ପାଇଁ ଘୋଷଣା
*ଅନଲାଇନ ମାଧ୍ୟମରେ ପ୍ରବେଶିକା ପରୀକ୍ଷା ଲାଗି ଆବେଦନର ଶେଷ ତାରିଖ ଅଗଷ୍ଟ ୧୫
* ଅତ୍ୟାଧୁନିକ ପାଠ୍ୟକ୍ରମ ଓ ଲାବୋରେଟୋରି ସହ ଅନ୍ତର୍ଜାତୀୟ ଇ ଓଁସିପ୍ ସୁଯୋଗ
●
ଭୁବନେଶ୍ଵର, ନିରପେକ୍ଷ ଖବର: ତା ୪ ଅଗଷ୍ଟ ୨୦୨୩: ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗ ଫଳରେ ଉଭୟ ଶିଳ୍ପ ଉତ୍ପାଦନ ଏବଂ ସେବା କ୍ଷେତ୍ରରେ ସାରା ବିଶ୍ଵରେ ଆଜି ବ୍ୟାପକ ପରିବ ନ ଆସିଛି । ତେଣୁ ବ ମାନର ଚାହିଦା ଅନୁଯାୟୀ ଯୁବପିଢ଼ିଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ଜରୁରୀ ହୋଇପଡ଼ିଛି । ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଭୁବନେଶ୍ବରରେ ଥିବା ୱାର୍ଲ୍ ସ୍କିଲ୍ ସେ ର ବା ବିଶ୍ଵ ଦକ୍ଷତା କେନ୍ଦ୍ର ଆଣିଛନ୍ତି ବିଭିନ୍ନ ଅତ୍ୟାଧୁନିକ ବିଷୟରେ ବର୍ଷିକିଆ ଆଡଭାନ୍ସଡ୍ ଡିପ୍ଲୋମା ତାଲିମ ପାଠ୍ୟକ୍ରମ । ଏହି କେନ୍ଦ୍ରରେ ସେପ୍ଟେମ୍ବର ସେସନ ପାଇଁ ଅନଲାଇନ ମାଧ୍ୟମରେ ନାମଲେଖା ଲାଗି ଆବେଦନ ପ୍ରକ୍ରିୟା ଜାରି ରହିଛି । ବିଶ୍ଵ ଦକ୍ଷତା କେନ୍ଦ୍ର ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଚଳିତ ମାସ ୧୫ ହେଉଛି ଆବେଦନ ଗ୍ରହଣର ଶେଷ ତାରିଖ । ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଅନଲାଇନ ମାଧ୍ୟମରେ ଏକ ସ୍ଵତନ୍ତ୍ର ପ୍ରବେଶିକା ପରୀକ୍ଷା କରାଯାଇ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପାଇଁ ଚୟନ କରାଯିବ । ବିଶ୍ଵ ଦକ୍ଷତା କେନ୍ଦ୍ରରେ ସ୍କୁଲ ଅଫ୍ ଇଞ୍ଜିନିୟରିଂ ଏବଂ ସ୍କୁଲ୍ ଅଫ୍ ସର୍ଭିସେସ୍ ଦୁଇଟି ବିଭାଗ ରହିଛି । ଏଠାରେ ମୋଟ ୭ଟି ଅତ୍ୟାଧୁନିକ ବିଷୟରେ ପ୍ରାର୍ଥୀମାନଙ୍କୁ ତାଲିମ ଦିଆଯାଉଛି । ଏଠାରେ ଦିଆଯାଉଥିବା ବିଭିନ୍ନ ତାଲିମ ପାଠ୍ୟକ୍ରମର ସୁଯୋଗ ନେଇ ଓଡ଼ିଶାର ଯୁବପିଢ଼ି ନିଜର ଭବିଷ୍ୟତ ଗଠନ ଲାଗି ଆଗେଇ ଆସିବାକୁ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ଵ ଦକ୍ଷତା କେନ୍ଦ୍ରର ସିଇଓ ଅଳକା ମିଶ୍ର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଅନୁରୋଧ କରିଛନ୍ତି |
ଏହି କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ଲାଗି ହଷ୍ଟେଲ ସୁବିଧା, ଖାଇବା, ୟୁନିଫର୍ମ ଏବଂ ଯିବା ଆସିବା ଲାଗି ବସ୍ ସୁବିଧା ଆଦି ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଛି । ବିଶ୍ଵ ଦକ୍ଷତା କେନ୍ଦ୍ରର ସ୍କୁଲ ଅଫ୍ ଇଞ୍ଜିନିୟରିଂ ବିଭାଗ ଅଧୀନରେ ମେକାଟ୍ରୋନିକ୍ସ, ଇଲେକ୍ଟ୍ରିକାଲ ଟେକ୍ନୋଲୋଜି, ମେକାନିକାଲ ଆଣ୍ଡ୍ଇ ଲେକ୍ଟ୍ରିକାଲ ସର୍ଭିସେସ, ଏୟାର କଣ୍ଡିସନିଂ ଆଣ୍ଡ୍ ରେଫ୍ରିଜରେସନ ଏବଂ ଭର୍ଟିକାଲ ଟ୍ରାନ୍ସପୋର୍ଟେସନ ଭଳି ୫ଟି ଆଧୁନିକ ବିଷୟ ବା ଟ୍ରେଡ୍ ରହିଛି । ରାଜ୍ୟର ଯେ କୌଣସି ସରକାରୀ ବା ଘରୋଇ ଶିଳ୍ପ ତାଲିମ ଅନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ ବା ୩ ବର୍ଷିଆ ଡିପ୍ଲୋମା
ପାସ୍ କରିଥିବା ଛାତ୍ରଛାତ୍ରୀମାନେ ଏଠାରେ ନାମ ଲେଖାଇବା ପାଇଁ ଆବେଦନ କରିପାରିବେ । ସେହିପରି ସ୍କୁଲ ଅଫ୍ ସର୍ଭିସେସ ବିଭାଗ ଅଧୀନରେ ‘ହେୟାର ଫ୍ୟାସନ ଆଣ୍ଡ ଡିଜାଇନ୍’ ଏବଂ ‘ ବ୍ୟୁଟି ୱେଲେନେସ୍ ଆଣ୍ଡ ସ୍କା’ ଭଳି ୨ଟି ଆକର୍ଷଣୀୟ ପାଠ୍ୟକ୍ରମ ରହିଛି । ଏହି ତାଲିମ କାର୍ଯ୍ୟକ୍ରମ ପାଇଁ ଶିକ୍ଷାଗତ ଯୋଗ୍ୟତା ରହିଛି ଯୁକ୍ତ ୨ କିମ୍ବା ଯେ କୌଣସି ବିଷୟରେ ଡିପ୍ଲୋମା ।ବିଶ୍ଵ ଦକ୍ଷତା କେନ୍ଦ୍ରରେ ଅନ୍ତର୍ଜାତୀୟ ଢାର ପାଠ୍ୟକ୍ରମ ସହ ଆବଶ୍ୟକ ଭିଭୂମି, ଅତ୍ୟାଧୁନିକ ଲାବୋରେଟୋରି ଓ ବିଶ୍ବସ୍ତରୀୟ ବିଭିନ୍ନ ଯନ୍ତ୍ରପାତି ଓ ତାଲିମ ଉପକରଣ ରହିଛି । ବୈଷୟିକ ଶିକ୍ଷା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ପରିଚିତ ସିଙ୍ଗାପୁରର ଆଇଟିଇଇଏସ୍ ସଂସ୍ଥାର ସହଯୋଗକ୍ରମେ ବିଶ୍ଵ ଦକ୍ଷତା କେନ୍ଦ୍ରର ପାଠ୍ୟକ୍ରମ ଓ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି । ଫଳରେ ଏଠାରୁ ଦକ୍ଷ ତଥା ବିଶ୍ୱସ୍ତରୀୟ ଯୁବ ମାନବ ସମ୍ବଳ ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପ ଦୁନିଆ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରିବାକୁ ଏଠାରେ ବିଷୟଭିକ ବୈଷୟିକ ତାଲିମ ଏବଂ ହ୍ୟାଣ୍ଡସ୍ ଅନ ପ୍ରାକ୍ଟିସ୍ ଛଡ଼ା ପ୍ରୋଜେକ୍ଟ ଉପରେ ଗୁରୁତ୍ଵ ଦିଆଯାଉଛି । ସେହିପରି ସେମାନଙ୍କ ଦକ୍ଷତାକୁ ବ୍ୟାପକ କରିବା ପାଇଁ ‘ଜୀବନ କୌଶଳ’ କାର୍ଯ୍ୟକ୍ରମ ଅଧୀନରେ ସେମାନଙ୍କୁ ଯୋଗାଯୋଗ ଦକ୍ଷତା, କମ୍ପ୍ୟୁଟର ଓ ଡିଜିଟାଲ ପ୍ରୟୋଗ, ବ୍ୟକ୍ତିତ୍ଵ ବିକାଶ ଏବଂ ଉଦ୍ୟୋଗ ବିକାଶ ଭଳି ବିଷୟରେ ପ୍ରସ୍ତୁତ କରାଯାଉଛି । ବିଶ୍ଵ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ବିଦେଶରେ ଯାଇ ବିଶେଷ ଅନୁଭୂତି ହାସଲ କରିବା ପାଇଁ ସୁଯୋଗ ଦିଆଯାଉଛି । ଏହି ପାଠ୍ୟକ୍ରମ ଅଧୀନରେ କେନ୍ଦ୍ରର ୪୦ ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ୧୫ ଦିନ ଲାଗି ‘ ଷ୍ଟୁଡେ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମରେ ସିଙ୍ଗାପୁର ପଠାଯାଉଛି ।
ସେହିପରି ପ୍ରତି ବର୍ଷ ୨୪ ଜଣଙ୍କୁ ବାଛି ସିଙ୍ଗାପୁରର ବିଭିନ୍ନ କମ୍ପାନିରେ ପେଡ୍-ଇ ସଁସିପ୍ କରିବାର ସୁଯୋଗ ଦିଆଯାଉଛି ।
ରାଜ୍ୟର ବିଭିନ୍ନ ଶିଳ୍ପ ତାଲିମ ଅନୁଷ୍ଠାନରୁ ଛାତ୍ରଛାତ୍ରୀମାନେ ଆସି ବିଶ୍ଵ ଦକ୍ଷତା କେନ୍ଦ୍ରରେ ନାମ ଲେଖାଉଛନ୍ତି । ଫିନିସିଂ ସ୍କୁଲ ଢା ।ରେ
ପରିଚାଳିତ ଏହି ଅନ୍ତର୍ଜାତୀୟ ସ୍ତରର ଦକ୍ଷତା ବିକାଶ କେନ୍ଦ୍ରରେ ସେମାନଙ୍କ ଦକ୍ଷତାକୁ ଅଧ୍ଵକ ଶାଣିତ ଓ ଶିଳ୍ପ-ଉପଯୋଗୀ କରାଯାଉଛି । ଏହା ସହିତ କେନ୍ଦ୍ରରୁ ଉ ଓଁ ହେଉଥିବା ପ୍ରାର୍ଥୀମାନେ କିପରି ଦେଶ ବିଦେଶରେ ବିଭିନ୍ନ ପ୍ରମୁଖ ସଂସ୍ଥାରେ ନିଯୁକ୍ତି ପାଇପାରିବେ ସେଥ୍ପାଇଁ
ସେମାନଙ୍କ ‘ ପ୍ଲେସମେ ଉପରେ ମଧ୍ୟ ଗୁରୁତ୍ଵ ଦେଉଛି ବିଶ୍ଵ ଦକ୍ଷତା କେନ୍ଦ୍ର । ରାଜ୍ୟ ସରକାରଙ୍କ ‘ ସ୍କିଲ୍ଡ ଇନ ଓଡ଼ିଶା’ କାର୍ଯ୍ୟକ୍ରମ ତଥା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଅଧୀନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ଵରର ମ ଶ୍ଵର ଶିଳ୍ପା ଳଠାରେ ସ୍ଥାପନ କରାଯାଇଛି ଏହି ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର ।
ନାମଲେଖା ପ୍ରକ୍ରିୟା ସମ୍ପର୍କରେ ଅଧିକ ଜାଣିବା ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ୧୮୦୦ ୨୬୬ ୬୦୦୨ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ
କରିପାରିବେ । ତା’ଛଡ଼ା ବିଶ୍ଵ ଦକ୍ଷତା କେନ୍ଦ୍ରର ୱେବସାଇଟ www.worldskillcenter.org_ମାଧ୍ୟମରେ ସିଧାସଳଖ ନାମଲେଖା ପାଇଁ ଆବେଦନ କରିପାରିବେ ବୋଲି ବିଶ୍ଵ ଦକ୍ଷତା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
