ଭୁବନେଶ୍ବର, ନିରପେକ୍ଷ ଖବର: ତା ୦୧/୦୭ ଲୋହିଆ ଏକାଡେମୀ,ଭୁବନେଶ୍ବର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀର ଉଦ୍ଦେଶ୍ୟ ଥିଲା ବର୍ତ୍ତମାନ
ଭାରତ ସରକାରଙ୍କ Uniform Civil Code ନିୟମ ଲାଗୁ କରିବା ଯୋଜନାକୁ ବିରୋଧ କରି ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହା ପୂର୍ବରୁ ମଧ୍ୟ ଗତ ୧୪ ଜୁନ
୨୦୨୩ ରେ ଏକ ବିଜ୍ଞପ୍ତି ଜାରି କରି ସମସ୍ତ ସାମାଜିକ ସଂଗଠନ ମାନଙ୍କଠାରୁ ୩୦ ଦିନ ମଧ୍ୟରେ ମତାମତ ଲୋଡିଛି । ଯଦି
ଦେଶରେ ଏହି ନିୟମ ଲାଗୁ ହୁଏ ତେବେ ଆଦିବାସୀମାନଙ୍କର ପୃଥକ ସଂସ୍କୃତି, ପରମ୍ପରା ଓ ପରିଚୟ ଯେଉଁ ଆଧାରରେ ତାଙ୍କୁ
ସ୍ବତନ୍ତ୍ର ବା ସ୍ବ-ଶାସନ ଭଳି ସାମ୍ବିଧାନିକ ବିଶେଷାଧ୍କାର ମିଳିଛି ତାହା ସବୁଦିନ ପାଇଁ ସମାପ୍ତ ହୋଇଯିବ । ସରକାର ତାକୁ ଲାଗୁ
କରିବା ବଦଳରେ ସମାପ୍ତ କରିବା ପାଇଁ ନିୟମ ବନାଉଛି । ତତ୍ ସହିତ ଜଙ୍ଗଲ ଆଇନ ଅନିୟମକୁ ଅସାମ୍ବିଧାନିକ ଉପାୟରେ
ସଂଶୋଧନ କରି ଜଳ, ଜଙ୍ଗଲ ଓ ଜମିକୁ ଆଦିବାସୀମାନଙ୍କଠାରୁ ଛଡାଇ ନେଇ ବିଦେଶୀ କମ୍ପାନୀକୁ ହସ୍ତାନ୍ତର କରିବା ପାଇଁ ଏକ
ବିରାଟ ବଡ ଷଡ଼ଯନ୍ତ୍ର ରଚିବାକୁ ବର୍ତ୍ତମାନର ସରକାର ଯୋଜନା କରୁଅଛି । ଯାହା ଦ୍ବାରା ଆଦିବାସୀମାନଙ୍କର ଅସ୍ତିତ୍ବ ଉପରେ
ଏକ ବହୁତ ବଡ ପ୍ରଶ୍ନ ଛିଡ଼ାହେବ ।
ଉପରୋକ୍ତ ଅଣସାମ୍ବିଧାନିକ ଆଇନ ସହିତ ସରକାରଙ୍କର ଅନ୍ୟାନ୍ୟ ୧୯ ଗୋଟି ଆଦିବାସୀ ବିରୋଧୀ ନୀତିକୁ ବିରୋଧ
କରି ସଂଗଠନ ତରଫରୁ ନିମ୍ନ ବର୍ଣ୍ଣିତ ୪ ଚରଣ ବିଶିଷ୍ଟ ରାଷ୍ଟ୍ରବ୍ୟାପୀ ଚରଣବଦ୍ଧ ଆନ୍ଦୋଳନ ଘୋଷଣା କରାଯାଇଅଛି- ଯଥା,
ପ୍ରଥମ ଚରଣ : ୦୬ ଜୁଲାଇ ୨୦୨୩ – ଜିଲ୍ଲା ସ୍ତରରେ ଧାରଣା ପ୍ରଦର୍ଶନ ଏବଂ ଜ୍ଞାପନପତ୍ର ପ୍ରଦାନ, ଦ୍ବିତୀୟ ଚରଣ: ୧୮
ଜୁଲାଇ ୨୦୨୩ – ତହସିଲ ସ୍ତରରେ ଧାରଣା ପ୍ରଦର୍ଶନ ଏବଂ ଜ୍ଞାପନପତ୍ର ପ୍ରଦାନ, ତୃତୀୟ ଚରଣ : ୨୭ ଜୁଲାଇ ୨୦୨୩ –
ଜିଲ୍ଲା ସ୍ତରରେ ରାଲି ପ୍ରଦର୍ଶନ ଏବଂ ଜ୍ଞାପନପତ୍ର ପ୍ରଦାନ ଓ ଚତୁର୍ଥ ଚରଣ : ୦୭ ଅଗଷ୍ଟ ୨୦୨୩ – ଭାରତ ବନ୍ଦ ।
ଏହି ଆନ୍ଦୋଳନ ଦ୍ବାରା ଭାରତ ବର୍ଷର ସମସ୍ତ ଆଦିବାସୀ
ଯେ, ଯଦି ଏହି କଳା କାନୁନ କୁ ରଦ୍ଦ କରା ନ ଯାଏ ତେବେ ଆସନ୍ତା
ସମୁଦାୟ କେନ୍ଦ୍ର ସରକାରଙ୍କୁ ସୂଚେଇ ଦେବା ପାଇଁ ଚାହୁଁଛନ୍ତି
ଦିନରେ ଏହି ଆନ୍ଦୋଳନ ଅଧିକରୁ ଅଧିକ ତୀବ୍ର ରୂପ ନେବ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦର ଓଡ଼ିଶା ରାଜ୍ୟ ସଭାପତି ଆଡ଼. ପ୍ରଦୀପ କହଁର,
ବହୁଜନ କ୍ରାନ୍ତି ମୋର୍ଚ୍ଚାର ଓଡ଼ିଶା ରାଜ୍ୟ ସଂଯୋଜିକା ଆଡ଼. ସେବତୀ ସୋରେନ, ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚାର ଓଡ଼ିଶା ରାଜ୍ୟ
ସଭାପତି ମାନନୀୟ ଜଗଦୀଶ ଯାଦବ, ରାଷ୍ଟ୍ରୀୟ ମୂଳନିବାସୀ ମହିଳା ସଂଘର ଓଡ଼ିଶା ରାଜ୍ୟ ସଭାନେତ୍ରୀ ମାନନୀୟା ପୂର୍ଣ୍ଣିମା ସିଂ,
ଭାରତ ମୁକ୍ତି ମୋର୍ଚ୍ଚାର ଓଡିଶା ରାଜ୍ୟ ସଭାପତି ଆଡ଼, ଧମ୍ମରାଜ ନାଗବଂଶୀ, ଭାରତ ମୁକ୍ତି ମୋର୍ଚ୍ଚାର ମୟୂରଭଞ୍ଜ ଜିଲ୍ଲା
ସଭାପତି ଆଡ଼. ଭାଦୁରାମ ସୋରେନ, ଭାରତ ମୁକ୍ତି ମୋର୍ଚ୍ଚାର ଓଡିଶା ରାଜ୍ୟ କାର୍ଯ୍ୟକାରୀ ସଭାପତି ମାନନୀୟ ଲବ କରୁଆଁ,
ଭାରତ ମୁକ୍ତି ମୋର୍ଚ୍ଚା ଯୁବା ମହିଳା ଶାଖାର ରାଷ୍ଟ୍ରୀୟ ଅଧ୍ୟକ୍ଷା ମାନନୀୟା କମଳିନୀ ଯାଦବ, ରାଷ୍ଟ୍ରୀୟ ଆଦିବାସୀ ଏକତା
ପରିଷଦର ଓଡିଶା ରାଜ୍ୟ କାର୍ଯ୍ୟକର୍ତା ମାନନୀୟା ମୀନା ସିଂ, ବରିଷ୍ଠ କାର୍ଯ୍ୟକର୍ତ୍ତା ମାନନୀୟ ଗଙ୍ଗାଧର ଜାଲ ଆଦି ଉପସ୍ଥିତ
ଥିଲେ ।
