Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

୨୫ତମ କଳିଙ୍ଗ ପୁସ୍ତକ ମେଳା-୨୦୨୨

୨୮ ଅକ୍ଟୋବର ରୁ ୬ ନଭେମ୍ବର ୨୦୨୨ | ପ୍ରଦର୍ଶନୀ ପଡିଆ, ଭୁବନେଶ୍ବର । ଦିନ ୭ ଘଟିକା ରୁ ଗାଡି ୯ ଘଟିକା

0

♦ ୨୫ତମ ବର୍ଷ ପୂର୍ତ୍ତି ଅବସରରେ ରୌପ୍ୟ ଜୟନ୍ତୀ ସମାଗୋହ ପାଳନ ହେବ…
* ଆସନ୍ତା ଅକ୍ଟୋବର ୨୮ ତାରିଖ ରୁ ନଭେମ୍ବର ୬ ତାରିଖ ୨୦୨୨ ପର୍ଯ୍ୟନ୍ତ ଚାଲିବ
• ଓଡ଼ିଆ ସାହିତ୍ୟର ୧୧ ଗୋଟି ବିଭାଗରେ ଦିଆଯିବ ‘ୟୁର୍ମେନ୍ଦ୍ର ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ’

♦ ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେଉଥିବା ଦେଶର ଏକମାତ୍ର ପୁସ୍ତକ ମେଳା..
ଭୁବନେଶ୍ବର ,ନିରପେକ୍ଷ ଖବର:ତା ୨୩/୧୦ ଚଳିତ ବର୍ଷ କଳିଙ୍ଗ ପୁସ୍ତକ ମେଳା ତାର ୨୫ ତମ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଅଛି । ଓଡ଼ିଆ ଭାଷା, ସାହିତ୍ୟର ବିକାଶ ଦିଗରେ ଦୀର୍ଘ ୨୫ ବର୍ଷ ଧରି ଆୟୋଜିତ ହୋଇଆସୁଥିବା କଳିଙ୍ଗ ପୁସ୍ତକ ମେଳାର ଏହି ରୌପ୍ୟ ଜୟନ୍ତୀ ସମାରୋହ ଆସନ୍ତା ଅକ୍ଟୋବର ୨୮ ତାରିଖ ରୁ ଆରମ୍ଭ ହୋଇ ନଭେମ୍ବର ୬ ତାରିଖ ୨୦୨୨ ପର୍ଯ୍ୟନ୍ତ ଚାଲିବ । ଭୁବନେଶ୍ବରର ପ୍ରଦର୍ଶନୀ ପଡିଆ ଠାରେ
ଆୟୋଜିତ ହେବାକୁ ଯାଉଥିବା ଏହି ମେଳା ପ୍ରତ୍ୟେକ ଦିନ ୨ ଘଟିକାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଖୋଲାରହିବ । ସାରାଦେଶରୁ ଏବର୍ଷ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ପୁସ୍ତକ ପ୍ରକାଶକ, ବିତରକ, ବିକ୍ରେତାଙ୍କ ସହ ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ସହ ଜଡିତ ଅନୁଷ୍ଠାନମାନ ମୁଣ୍ଡ ଯୋଗ ଦେଉଛନ୍ତି । ପ୍ରତିବର୍ଷ ପରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପୁରସ୍କାର ବିତରଣ କରାଯିବ । ପ୍ରତ୍ୟେହ ସାଂସ୍କୃତିକ ମଞ୍ଚରେ ପୁସ୍ତକ ଉନ୍ମୋଚନ, ସାହିତ୍ୟ ଆସର ତଥା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେବ । ତେଣୁ ପ୍ରତ୍ୟେକ ଦିନ ପ୍ରାୟ ୪୦ ରୁ ୫୦ ହଜାରରୁ ଦର୍ଶକ ତଥା ପୁସ୍ତକ ପ୍ରେମୀମାନେ ମେଳା ଦେଖୁବାକୁ ଆସିବେ । ପ୍ରତିବର୍ଷ ପରି ଓଡ଼ିଆ ସାହିତ୍ୟର ୧୧ ଗୋଟି ବିଭାଗରେ ୧୨ ଗୋଟି ଯୋଗ୍ୟ ବିବେଚିତ ପୁସ୍ତକର ଲେଖକ/ଲେଖିକାଙ୍କୁ ‘ପୂର୍ବେନ୍ଦ୍ର ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ’ ପ୍ରଦାନ କରାଯିବ । ତା ସହ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଥିବା ପ୍ରତିଭାସମ୍ପନ୍ନ ମହିଳା ମାନଙ୍କୁ ‘କଳିଙ୍ଗ ପୁସ୍ତକ ମେଳା ସମ୍ମାନ’ରେ ସମ୍ମାନିତ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦିକା ରେଣୁକା ମିଶ୍ର ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, କଳିଙ୍ଗ ପୁସ୍ତକ ମେଳା ହେଉଛି ଦେଶର ଏକମାତ୍ର ପୁସ୍ତକ ମେଳା ଯାହା କି କେବଳ ମହିଳା ମାନଙ୍କ ଦ୍ବାରା ପରିଚାଳିତ ହେଉଅଛି । ଏଣୁ ସମସ୍ତ ପୁସ୍ତକ ପ୍ରେମୀ, ସାହିତ୍ୟାନୁରାଗୀ ତଥା ସାଧାରଣ ଲୋକଙ୍କୁ ଏହି ରୌପ୍ୟ ଜୟନ୍ତୀ ସମାରୋହରେ ସାମିଲ ହୋଇ ଉତ୍ସବକୁ ସ୍ମରଣୀୟ କରିବାକୁ କଳିଙ୍ଗ ପୁସ୍ତକ ମେଳା କମିଟି ତରଫରୁ ନିବେଦନ କରାଯାଉଛି ।
ଚଳିତ ବର୍ଷ ‘ପୁର୍ଣ୍ଣେନ୍ଦ୍ର ମିଶ୍ର ସ୍ମୃତି ସ୍ମାରକୀ ସମ୍ମାନ’ ପାଇବାକୁ ଯୋଗ୍ୟ ବିବେଚିତ ପୁସ୍ତକ ଓ ଲେଖକ/ଲେଖିକାଙ୍କ ନାମ –
୧-ଭ୍ରମଣ କାହାଣୀ ବିଭାଗରେ – ‘ଅନୁଭବରେ ବିଶାଳ ଆମେରିକା’ – ଲେଖକ ମନୋରଞ୍ଜନ ପାଣିଗ୍ରାହୀ (ସୃଜନ ପ୍ରକାଶଳୀ,
ଭୁବନେଶ୍ବର)
୨-ଧର୍ମ ବିଭାଗରେ – ‘ଭାଗବତ ଦର୍ପଣ’ – ଲେଖକ ଅଶୋକ କୁମାର ଆଚାର୍ଯ୍ୟ (ଜ୍ଞାନଯୁଗ ପବ୍ଲିକେସନ, ଭୁବନେଶ୍ବର
୩-ବ୍ୟଙ୍ଗ ବିଭାଗରେ – ‘ବ୍ୟଙ୍ଗ ବାରୁଦ’ – ଲେଖକ ଗିରିଶ ରଞ୍ଜନ ସାହୁ(ଭାଇରସ) (ପେନଇନ ଚୁକ୍ତି ପ୍ରକାଶନ, ଭୁବନେଶ୍ବର)
୪-କବିତା ବିଭାଗରେ – ‘କୁହୁଡି ବଣ’ – ଲେଖୁକା ବନ୍ଦନା ପଣ୍ଡା (ପେନଇନ ବୁଦ୍ଧ ପ୍ରକାଶନ, ଭୁବନେଶ୍ବର)
୫-କବିତା ବିଭାଗରେ – ‘ସ୍ବପ୍ନ ପାଖାପାଖୁ’ – ଲେଖକ ସୁରେଶ ନାୟକ (ଏଥେନା ବୁକ, ଭୁବନେଶ୍ବର)
୬-ଅନୁବାଦ ବିଭାଗରେ – ‘କୁମାର ସମ୍ଭବମ’ – ଲେଖକ ବାଉରିବନ୍ଧୁ ଲେଙ୍କା (ବନଫୁଲ ପ୍ରକାଶନ, କଟକ)
୭-ଗୀତିକବିତା ବିଭାଗରେ – ‘ଓଡିଶୀ ଛନ୍ଦରେ ଶ୍ରୀଗୀତ ଗୋବିନ୍ଦ’ – ଲେଖକ ଗୋଲକ ବିହାରୀ ନାୟକ (ଶତରୂପା ସାହିତ୍ୟ ଓ
ସଂଗୀତ ପ୍ରକାଶକ, ଭୁବନେଶ୍ବର)
୮-ପ୍ରବନ୍ଧ ବିଭାଗରେ – ‘ଗୋପୀ କନ୍ଧ’ ମାୟାଲୋକ ଓ କାୟା ପ୍ରବେଶୀ – ଲେଖିକା ସୁନୀତା ଶତପଥୀ (ଓଡିଶା ମଲଟି ମିଡ଼ିଆ
କଟକ)
୯-ବିଜ୍ଞାନ ବିଭାଗରେ – ‘ବିଜ୍ଞାନ: ଏ ଯୁଗ ଓ ସେଯୁଗ’ – ଲେଖକ ଡଃ ରାମଚନ୍ଦ୍ର ଦେଓ (ସ୍ବାବଲମ୍ବନ ପ୍ରକାଶନ, ବାଲେଶ୍ବର)
୧୦-ଶିଶୁ ସାହିତ୍ୟ ବିଭାଗରେ – ‘ସେନେହର କଳିକା’ – ଲେଖୁକା ପ୍ରଭାସିନୀ ବରାଡ (ପକ୍ଷୀଘର ପ୍ରକାଶନ, ଭୁବନେଶ୍ବର
୧୧-ଉପନ୍ୟାସ ବିଭାଗରେ – ‘ନାୟିକାର ନାମ ତନ୍ଦ୍ରା’ – ଲେଖକ ତାପସ କୁମାର ସାହା (କାବ୍ୟଲୋକ, ଭୁବନେଶ୍ବର)
୧୨-କ୍ଷୁଦ୍ରଗଳ୍ପ ବିଭାଗରେ – ‘ଧୂସର ଦିଗନ୍ତି’ – ଲେଖକ କମଳା ପ୍ରସାଦ ମହାପାତ୍ର (ପଶ୍ଚିମା ପ୍ରକାଶନ, ଭୁବନେଶ୍ବର,

Mo sapath

Leave A Reply

Your email address will not be published.