Blank space
Blank space
Breaking News/ମୁଖ୍ୟ ଖବର:
ବଲିଉଡ୍ ତାରକା ଜାହ୍ମବୀ କପୁରଙ୍କ ଦ୍ୱାରା କଲ୍ୟାଣ ଜୁଏଲର୍ସ ପକ୍ଷରୁ ଭୁବନେଶ୍ୱରର ମାଷ୍ଟର କ୍ୟାଂଟିନ୍‌ରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭମହାଦେବ ଗୃହ ନିର୍ମାଣ ଉପସ୍ଥାପନ କରୁଛି ମହାଦେବ ଗ୍ରୀନ୍‌ସ୨୫ ରେ ବିଧାନସଭା ଘେରିବ ୬୬୨ ବର୍ଗ କଲେଜ ସଂଘରାଜୀବ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦଦେବା ଓ ମହାଦୁର୍ନୀତି ବିରୁଦ୍ଧରେ ବିଜେପି ର ବିଡିଏ ଅଫିସ ସମ୍ମୁଖରେ ଧାରଣା।ବିଶ୍ଵ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡ୍‌ରେ ସେପ୍ଟେମ୍ବର ସେସନ ପାଇଁ ନାମଲେଖାରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ…୦୭ ଅଗଷ୍ଟ ୨୦୨୩ – ଭାରତ ବନ୍ଦବିଜନେସ କ୍ଲବ ଅଫ୍ ଏଣ୍ଟରପ୍ରେନରସ (ବିସିଇ)ଉତ୍କଳ କ୍ଲବ୍ ର ଉଦ୍ଘାଟନୀ…ରାଜ୍ୟ ଆର୍‌ବିଏସ୍‌ ଆୟୁଷ ଡାକ୍ତର ସଂଘ, ଓଡ଼ିଶାର ସମୀକ୍ଷା ବୈଠକରାଜ୍ୟ ମିଶନ ଶକ୍ତି ଏସ୍ଏଚ୍‌ଜି କାହାର ଅଧ୍ଵସ୍ତ ନୁହଁନ୍ତି କି ଦୟାର ପାତ୍ର ନୁହଁନ୍ତିଉପକୃତ ବିଜେଡ଼ି ଉପେକ୍ଷିତ ଓଡ଼ିଶାଜୁନ ୭ରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ରାଜ୍ୟ ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା ସଂଘଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସର ବିରାଟ ଶୋଭା ଯାତ୍ରାମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀଅଖିଳ ଭାରତ କଂଗ୍ରେସ କମିଟିର ସଭାପତିଙ୍କୁ ହତ୍ୟା ଧମକ ବିରୋଧରେ ଝାରସୁଗୁଡ଼ା ଥାନାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏତଲା ଦେଲେଝାରସୁଗୁଡା ଉପନିର୍ବାଚନ….ରାଜ୍ୟରେ ୫ଟି ଶାସନ ପ୍ରତି କଂଗ୍ରେସର କଟାକ୍ଷନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତେ ଆୟ ବହୁପରିମାଣରେ କମି କମି ଯାଉଛି : କଂଗ୍ରେସଭୁବନେଶ୍ୱର ଠାରେ ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ” ଉଦଘାଟିତମେ ୬ରେ ଉତ୍କଳକନିକାରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାସନ ଶୋ
Blank space

ସମ୍ବଲପୁରରେ ହୋଇଥିବା ସାମ୍ପ୍ରଦାୟୀକ ଦଙ୍ଗାରେ ରାଜ୍ୟ ସରକାରଙ୍କ ବିଫଳତା ଜଳଜଳ ଦିଶୁଛି : ମନମୋହନ ସାମଲ

0

ଝାରସୁଗୁଡା/ଭୁବନେଶ୍ୱର,ନିରପେକ୍ଷ ଖବର: ତା.୧୯/୦୪: ହନୁମାନ ଜୟନ୍ତୀ ସମୟରେ ସମ୍ବଲପୁରରେ ଘଟିଥିବା ହିନ୍ଦୁ ବିରୋଧୀ ସାମ୍ପ୍ରଦାୟିକ ଦଙ୍ଗାର ସ୍ଥିତି ଅନୁଧ୍ୟାନ ପାଇଁ ଭାରତୀୟ ଜନତା ପାର୍ଟିର୍ର ସାଂସଦ, ବିଧାୟକ ଓ ଅନ୍ୟ ନେତୃତ୍ୱମାନଙ୍କର ଏକ ପ୍ରତିନିଧୀ ମଣ୍ଡଳୀ ଗତକାଲି ସମ୍ବଲପୁର ଗସ୍ତ କରିଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ପୋଷା ଗୁଣ୍ଡା ଭଳି ବ୍ୟବହାର କରୁଥିବା ରାଜ୍ୟ ପୋଲିସର କର୍ମଚାରୀମାନେ ବିନା ଦୋଷରେ ବିଜେପିର ନେତାମାନଙ୍କୁ ରାସ୍ତାରୁ ଉଠାଇ ନେଇଥିଲେ ଯାହା ସୁସ୍ଥ ଓ ମୁକ୍ତ ଗଣତନ୍ତ୍ର ପ୍ରତି ବିପଦ । ସମ୍ବଲପୁରରେ ଚଳିତ ବର୍ଷ ହୋଇଥିବା ହିନ୍ଦୁ ବିରୋଧୀ ଦଙ୍ଗାରେ ଜଣେ ଆଦିବାସୀ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ହନୁମାନ ଜୟନ୍ତୀ ଶୋଭାଯାତ୍ରା କମିଟିର ଅନେକ କାର୍ଯ୍ୟକର୍ତା ଆହାତ ହୋଇଛନ୍ତି । ବିଜେପିର ପ୍ରତିନିଧିମଣ୍ଡଳୀ ମୃତକ ଚନ୍ଦ୍ରମଣି ମିର୍ଦ୍ଧାଙ୍କ ପରିବାରଙ୍କୁ ଭେଟିବା ପାଇଁ ଚାହୁଁଥିବା ବେଳେ ଆହତମାନଙ୍କୁ ଡାକ୍ତରଖାନାରେ ଭେଟିବାର କାର୍ଯ୍ୟକ୍ରମ ଥିଲା । ହେଲେ କେଉଁ ଅଜଣା କାରଣ ପାଇଁ ପୋଲିସ ଏହା କରାଇ ଦେଲା ନାହିଁ, ବିଜେପିର ପ୍ରତିନିଧିମଣ୍ଡଳୀକୁ ରୋକିବା ପାଇଁ ପୋଲିସ ଉପରେ କିଏ ଚାପ ପକାଇଥିଲେ, ଏହା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜି ଝାରସୁଗୁଡାଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମଲ କହିଛନ୍ତି ଯେ, ଗତ ବର୍ଷ ମଧ୍ୟ ସମ୍ବଲପୁରଠାରେ ଅନୁଷ୍ଠିତ ହନୁମାନ ଜୟନ୍ତୀ ପାଳନ ଅବସରରେ ଉତେଜନା ଦେଖା ଯାଇଥିଲା । କିନ୍ତୁ ନିୟନ୍ତ୍ରଣ ହୋଇପାରିଥିଲା । କିନ୍ତୁ ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଅଯୋଗ୍ୟତା, ଦୂରଦୃଷ୍ଟିର ଅଭାବ ବା ସରକାର ଜାଣିଶୁଣି ଏଭଳି ଘଟଣା ଘଟୁବୋଲି ଚାହୁଁଥିବାରୁ ଏଭଳି ହିଂସାକାଣ୍ଡର ପୁନଃରାବୃତି ହେଲା । ରାଜ୍ୟ ସରକାରଙ୍କ ପାଖରେ ଇଟେଂଲିଜେନ୍ସି ରିପୋର୍ଟ ଓ ଗତବର୍ଷର ଅନୁଭୂତି ମଧ୍ୟ ଥିଲା । ଏବର୍ଷ ନିଶ୍ଚିତଭାବେ ରାଜ୍ୟ ସରକାର ପ୍ରତିଶେଧମୂଳକ ବ୍ୟବସ୍ଥା କରିବା କଥା । ଯଦି ସମ୍ବଲପୁରରେ ଅଧିକ ପୋଲିସ ନଥିଲେ ତାହାଲେ କେନ୍ଦ୍ରରୁ ସୁରକ୍ଷା ବାହିନୀ ମଗାଯାଇପାରିଥାନ୍ତା । କିନ୍ତୁ ତାହା ନକରି ଯେଭଳି ଭାବରେ ସମ୍ବଲପୁରରେ ଏକ ଅଶାନ୍ତମୟ ପରିବେଶ ସୃଷ୍ଟି କରିବା ପାଇଁ ଛାଡିଦିଆଗଲା ତାହା ନିନ୍ଦନୀୟ । ସମ୍ବଲପୁରରେ ହୋଇଥିବା ସାମ୍ପ୍ରଦାୟୀକ ଦଙ୍ଗାରେ ରାଜ୍ୟ ସରକାରଙ୍କ ବିଫଳତା ଜଳଜଳ ବୋଲି ଶ୍ରୀ ସାମଲ କହିଛନ୍ତି ।
ସୁରକ୍ଷା ଅବହେଳାରୁ ଆଜି ସାଧାରଣ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି । ୧୪ ତାରିଖରେ ହନୁମାନ ଜୟନ୍ତୀ ଦିନ ଯେଉଁ ଆଦିବାସୀ ଯୁବକ ଚନ୍ଦ୍ରମଣି ମିର୍ଦ୍ଦାଙ୍କୁ ସାମ୍ପ୍ରଦାୟୀକ ଅସାମାଜିକ ଶକ୍ତିମାନେ ନିର୍ମମଭାବେ ହତ୍ୟା କଲେ ତାଙ୍କର ଶବ ସହିତ ମଧ୍ୟ ଅନ୍ୟାୟ କଲେ ରାଜ୍ୟ ସରକାର । ରାଜ୍ୟ ସରକାର ରାତି ରାତି ପୋଷ୍ଟମଟମ କରିବା, ଲୁଚେଇ ଶବ ସତ୍କାର କରିବା ଏବଂ ହିନ୍ଦୁ ରୀତି, ନୀତିକୁ ଅଣଦେଖା କରିବା ଦୁର୍ଭାଗ୍ୟଜନକ । ହିନ୍ଦୁ ବିରୋଧୀ ଶକ୍ତିମାନେ ବିଜେପିର ସହଯୋଗୀ ଦାମୋଦର କରଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା କଥା ଏସପି ମାନିଛନ୍ତି । ପୋଲିସ ସ୍ୱୀକାର କରିଛି ଯେ ଏହି ସାମ୍ପ୍ରଦାୟିକ ଦଙ୍ଗା ଏକ ସୁପରିକଳ୍ପିତ ଷଡଯନ୍ତ୍ର ଥିଲା । ଯଦି ସୁପରିକଳ୍ପିତ ଷଡଯନ୍ତ୍ର ଥିଲା ତାହେଲେ ପୋଲିସ ପ୍ରଶାସନ କଣ କରୁଥିଲା, ଯେଉଁମାନେ ଷଡଯନ୍ତ୍ର କରୁଥିଲେ ସେମାନଙ୍କୁ କେଉଁମାନେ ରାଜନୈତିକ ସୁରକ୍ଷା ଦେଉଥିଲେ ବୋଲି ଶ୍ରୀ ସାମଲ ପ୍ରଶ୍ନ କରିଛନ୍ତି ।
ଶ୍ରୀ ସାମଲ କହିଛନ୍ତି ଯେ ୪୦ବର୍ଷ ହେଲା ସମ୍ବଲପୁରରେ ବିନା ଲାଇସେନ୍ସରେ ଗୋମାଂସ ଚୋଲାଣ ହେଉଛି । କାହା ସମର୍ଥନରେ ଏଭଳି କାର୍ଯ୍ୟ ହେଉଛି । ଦେଶବିରୋଧୀ କାମକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେଉଛନ୍ତି । ଏହି ହନୁମାନ ଜୟନ୍ତୀରେ ଯେଉଁମାନେ ପଥର ଫିଙ୍ଗି ଗଣ୍ଡଗୋଳ କଲେ ସେମାନଙ୍କର ‘ଗଡ୍ ଫାଦର’ କିଏ ? ସେମାନଙ୍କ ପାଖରେ ପୋଲିସ କେବେ ପହଂଚିବ ?
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ବରଗଡ ସାଂସଦ ଶ୍ରୀ ସୁରେଶ ପୁଜାରୀ କହିଛନ୍ତି ଯେ, ହନୁମାନ ଓ ଶ୍ରୀରାମ ଜୟନ୍ତୀରେ ଗଣ୍ଡଗୋଳର ଆଶଙ୍କା କରି ଏପ୍ରିଲ ୫ତାରିଖରେ କେନ୍ଦ୍ର ଗୃହମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ସତର୍କ କରିଥିଲେ । ହେଲେ କାହିଁକି ଏସ୍‌ପି ଏହାକୁ ଅଣଦେଖା କଲେ ଏହାର ଉତର ଦିଅନ୍ତୁ । ଆକ୍ରମଣ ବେଳେ କିଛି ଯୁବକ “ହିନ୍ଦୁସ୍ତାନ ଓ୍‌ôାପସ୍ ଜାନେ ନେହି ଦେଙ୍ଗେ” କହୁଥିବାର କଥା ଭିଡିଓରେ ରହିଛି ଏବଂ ଏହି କଥାକୁ ସ୍ଥାନୀୟ ଥାନାଧିକାରୀ ରୁଜୁ କରିଥିବା ଏଫଆଇଆର୍‌ରେ ମଧ୍ୟ ଉଲ୍ଲେଖ ରହିଛି । ବଙ୍ଗଳାଦେଶରୁ ବହୁ ଅନୁପ୍ରବେଶକାରୀ ଆସି ସମ୍ବଲପୁରରେ ରହୁଛନ୍ତି । ସରକାରୀ ଜାଗାରେ ଘର କରି ଆତଙ୍କୀ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳୀ କରିଛନ୍ତି ଯେଉଁଥିପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ । ସରକାରୀ ଜାଗାରେ ହୋଇଥିବା କୋଠାଘରକୁ ରାଜ୍ୟ ସରକାର ୨୪ଘଂଟା ଭିତରେ ଭାଙ୍ଗି ଏହାକୁ ଆତଙ୍କବାଦୀ ଓ ଅନୁପ୍ରବେଶକାରୀମାନଙ୍କଠାରୁ ମୁକ୍ତ କରନ୍ତୁ । ଘଟଣାକୁ ୭ଦିନ ବିତିଥିଲେ ମଧ୍ୟ ପୋଲିସ ମାତ୍ର ୨୨ଜଣଙ୍କୁ ଗିରଫ କରିଛି ଓ ଅନେକ ଲୋକଙ୍କୁ ଛାଡି ଦେଇଛି । ୩ ଜଣ ସାଂସଦ ଓ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ରାସ୍ତାରେ ଯେଉଁ ଭଳି ଭାବରେ ଗତକାଲି ଅଟକାଗଲା ଏଥିରୁ ରାଜ୍ୟ ସରକାର କି ସନ୍ଦେଶ ଦେବା ପାଇଁ ଚାହୁଁଛନ୍ତି । କିଭଳି ଯଥାଶୀଘ୍ର ସମ୍ବଲପୁରରେ ଶାନ୍ତି ଫେରିବ ସେ ନେଇ ପ୍ରଶାସନ ଉଦ୍ୟମ କରୁ । ନବୀନ ବାବୁଙ୍କୁ ବିଦେଶଗସ୍ତ କରିବାର ସମୟ ମିଳୁଛି କିନ୍ତୁ ସମ୍ବଲପୁର ଦଙ୍ଗାର ସ୍ଥିତି ଅନୁଧ୍ୟାନ ପାଇଁ ସମୟ ନାହିଁ । ଓଡିଶାରେ ଆଇନର ଶାସନ ଚାଲୁ ନାହିଁ । ଯଦି ଏଭଳି ଚାଲେ ଆଗାମୀ ଦିନରେ ଓଡ଼ିଶା ପଶ୍ଚିମବଙ୍ଗ ଓ ବିହାର ଭଳି ହେବ ଯାହା ଓଡିଆ ଲୋକଙ୍କ ଭବିଷ୍ୟତ ପାଇଁ ଶୁଭଙ୍କର ହେବ ନାହିଁ । ରାଜ୍ୟ ସରକାର ହୋସ୍‌କୁ ଆସନ୍ତୁ, ଭଗବାନ ଏ ସରକାରଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି ଶ୍ରୀ ପୁଜାରୀ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ରାଜ୍ୟ ସଭାପତି ତଥା କେନ୍ଦ୍ରମନ୍ତ୍ରୀ ଓ ସାଂସଦ ଜୁଏଲ ଓରାମ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ସାଂସଦ ବସନ୍ତ ପଣ୍ଡା ଓ ରାଜ୍ୟ ମୁଖପାତ୍ର ବିଂରଞ୍ଜି ନାରାୟଣ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.