Blank space
Blank space
Breaking News/ମୁଖ୍ୟ ଖବର:
ବଲିଉଡ୍ ତାରକା ଜାହ୍ମବୀ କପୁରଙ୍କ ଦ୍ୱାରା କଲ୍ୟାଣ ଜୁଏଲର୍ସ ପକ୍ଷରୁ ଭୁବନେଶ୍ୱରର ମାଷ୍ଟର କ୍ୟାଂଟିନ୍‌ରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭମହାଦେବ ଗୃହ ନିର୍ମାଣ ଉପସ୍ଥାପନ କରୁଛି ମହାଦେବ ଗ୍ରୀନ୍‌ସ୨୫ ରେ ବିଧାନସଭା ଘେରିବ ୬୬୨ ବର୍ଗ କଲେଜ ସଂଘରାଜୀବ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦଦେବା ଓ ମହାଦୁର୍ନୀତି ବିରୁଦ୍ଧରେ ବିଜେପି ର ବିଡିଏ ଅଫିସ ସମ୍ମୁଖରେ ଧାରଣା।ବିଶ୍ଵ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡ୍‌ରେ ସେପ୍ଟେମ୍ବର ସେସନ ପାଇଁ ନାମଲେଖାରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ…୦୭ ଅଗଷ୍ଟ ୨୦୨୩ – ଭାରତ ବନ୍ଦବିଜନେସ କ୍ଲବ ଅଫ୍ ଏଣ୍ଟରପ୍ରେନରସ (ବିସିଇ)ଉତ୍କଳ କ୍ଲବ୍ ର ଉଦ୍ଘାଟନୀ…ରାଜ୍ୟ ଆର୍‌ବିଏସ୍‌ ଆୟୁଷ ଡାକ୍ତର ସଂଘ, ଓଡ଼ିଶାର ସମୀକ୍ଷା ବୈଠକରାଜ୍ୟ ମିଶନ ଶକ୍ତି ଏସ୍ଏଚ୍‌ଜି କାହାର ଅଧ୍ଵସ୍ତ ନୁହଁନ୍ତି କି ଦୟାର ପାତ୍ର ନୁହଁନ୍ତିଉପକୃତ ବିଜେଡ଼ି ଉପେକ୍ଷିତ ଓଡ଼ିଶାଜୁନ ୭ରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ରାଜ୍ୟ ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା ସଂଘଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସର ବିରାଟ ଶୋଭା ଯାତ୍ରାମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀଅଖିଳ ଭାରତ କଂଗ୍ରେସ କମିଟିର ସଭାପତିଙ୍କୁ ହତ୍ୟା ଧମକ ବିରୋଧରେ ଝାରସୁଗୁଡ଼ା ଥାନାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏତଲା ଦେଲେଝାରସୁଗୁଡା ଉପନିର୍ବାଚନ….ରାଜ୍ୟରେ ୫ଟି ଶାସନ ପ୍ରତି କଂଗ୍ରେସର କଟାକ୍ଷନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତେ ଆୟ ବହୁପରିମାଣରେ କମି କମି ଯାଉଛି : କଂଗ୍ରେସଭୁବନେଶ୍ୱର ଠାରେ ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ” ଉଦଘାଟିତମେ ୬ରେ ଉତ୍କଳକନିକାରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାସନ ଶୋ
Blank space

ମହାନଦୀ ଜଳ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ : ଡ.ଲେଖାଶ୍ରୀ

0

ଭୁବନେଶ୍ୱର, ନିରପେକ୍ଷ ଖବର: ତା.୨୦/୦୪: ଓଡିଶା ଓ ଛତିଶଗଡ ବସି ଆଲୋଚନା କଲେ ମହାନଦୀ ସମସ୍ୟାର ସମାଧାନ ହେବ ବୋଲି ଭାରତୀୟ ଜନତା ପାର୍ଟି ବାରମ୍ବାର କହିଛି । କିନ୍ତୁ ରାଜ୍ୟ ସରକାର ସେ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି ବରଂ କେନ୍ଦ୍ର ସରକାରଙ୍କ ଉଦ୍ୟମରେ ତତ୍‌କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ ଏକ ତ୍ରିପାକ୍ଷିକ ବୈଠକ କରିଥିଲେ । ଏହାପରେ ଓଡ଼ିଶା ସରକାର ମହାନଦୀ ସମସ୍ୟା ଆଗେଇବା କଥା, କିନ୍ତୁ ତାହା ସେ କରିନାହାନ୍ତି । ମହାନଦୀର ସମ୍ପର୍କରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ କମିଟି ଅନୁଷ୍ଠିତ ହୋଇଥିଲା । ପରବର୍ତୀ ସମୟରେ ପୁନଃର୍ବାର ତତ୍‌କାଳୀନ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଅଧ୍ୟକ୍ଷତାରେ ଆଉ ଏକ କମିଟି ମଧ୍ୟ ଗଠନ ହୋଇଥିଲା । ଉଭୟ କମିଟି ଗଠନ ହେବା ଦିନଠାରୁ ଗୋଟିଏ ବି ବୈଠକ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟ ସରକାର କମିଟି ଗଠନ କରିଦେଇ ମହାନଦୀ ପ୍ରସଙ୍ଗକୁ ସମ୍ପୂର୍ଣ୍ଣ ଭୁଲିଗଲେ । କେବଳ ଗତ ନିର୍ବାଚନ ପୂର୍ବରୁ ରାଜନୈତିକ ଚର୍ଚ୍ଚାରେ ରହିବା ପାଇଁ ମହାନଦୀ ପାଇଁ କୁମ୍ଭୀର କାନ୍ଦଣା ସଦୃଶ ଦଳୀୟ ଭିତିରେ ବିଭିନ୍ନ ଲୋକଦେଖାଣିଆ କାର୍ଯ୍ୟକ୍ରମ କରିଥିଲେ । ଏଥିରୁ ମହାନଦୀ ସମ୍ପର୍କରେ ରାଜ୍ୟ ସରକାରଙ୍କର ଆଦୌ ଆନ୍ତରିକତା ନଥିବା ସ୍ପଷ୍ଟ ବାରି ହୋଇପଡୁଛି ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଡ.ଲେଖାଶ୍ରୀ ସମାନ୍ତସିଂହାର କହିଛନ୍ତି ।
ଓଡ଼ିଶା ସରକାରଙ୍କର ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ କୌଣସି ଭରସା ନାହିଁ । ରାଜ୍ୟ ସରକାର ସର୍ବଦଳୀୟ ବ୍ୟବସ୍ଥାକୁ ସମ୍ମାନ ଦିଅନ୍ତି ନାହିଁ । ସର୍ବଦଳୀୟ କମିଟି ମହାନଦୀ ସମସ୍ୟା ଆକଳନ କରି ସମସ୍ୟାର ବାଟ ବାହାର କରିବାର କଥା ହୋଇଥିଲା ତାକୁ ମୁଖ୍ୟମନ୍ତ୍ରୀ ପ୍ରଶ୍ରୟ ଦେଇନାହାନ୍ତି । ଓଡ଼ିଶାବାସୀଙ୍କ ଜଳକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାରଙ୍କ କୌଣସି ଯୋଜନା ନାହିଁ ବୋଲି ଡ. ଲେଖାଶ୍ରୀ କହିଛନ୍ତି ।
ରାଜ୍ୟ ସରକାରଙ୍କ ଅଧିକାରୀମାନେ କହିଥିଲେ ଛତିଶଗଡ ୧୦୦୦ ବ୍ୟାରେଜ କଲେ ବି ଆମର କିଛି ସମସ୍ୟା ହେବ ନାହିଁ । ରାଜ୍ୟ ସରକାର ନିଜେ ଜାଣିନାହାନ୍ତି ସମସ୍ୟା କେଉଁଠି ରହିଛି । ୨୩ବର୍ଷ ଭିତରେ ଓଡ଼ିଶା ସରକାର ମହାନଦୀ ଜଳକୁ ସଂରକ୍ଷଣ, ବର୍ଷା ଜଳକୁ ବ୍ୟବହାର କରିବା ପାଇଁ ଗୋଟିଏ ବି ବ୍ୟାରେଜ କରିନାହାନ୍ତି । ରାଜ୍ୟ ସରକାର ଅଂହକାର ଓ ଅହନୀକା ଭିତରେ ରହୁଛନ୍ତି । ରାଜ୍ୟ ସରକାର ତୁରନ୍ତ ସର୍ବଦଳୀୟ ବୈଠକ ଡାକି ସମସ୍ୟାର ସମାଧାନ ବାହାର କରନ୍ତୁ । ରାଜ୍ୟ ସରକାର ଜଳ ସଂରକ୍ଷଣ ପାଇଁ କଣ ପଦକ୍ଷେପ ନେଇଛନ୍ତି ତାହାର ଉତର ତୁରନ୍ତ ରାଜ୍ୟ ସରକାର ଦିଅନ୍ତୁ ବୋଲି ଡ.ଲେଖାଶ୍ରୀ ଦାବି କରିଛନ୍ତି ।

Mo sapath

Leave A Reply

Your email address will not be published.