Blank space
Blank space
Breaking News/ମୁଖ୍ୟ ଖବର:
କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ
Blank space

ଓଡିଶାର ଜନତା କଂଗ୍ରେସ ଏବଂ ବାମପନ୍ଥୀଙ୍କ ବନ୍ଦ ଡାକରାକୁ ପ୍ରତ୍ୟାଖାନ କରିଛନ୍ତି :ବିଜେପି

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୦୮/୦୧: କଂଗ୍ରେସ ଏବଂ ବାମପନ୍ଥୀଙ୍କ ଭାରତ ବନ୍ଦ ଆଜି ସଂପୂର୍ଣ୍ଣ ଭାବେ ବିଫଳ ହୋଇଛି । ଆଜି ଜୀବନଯାତ୍ରା ପୂରା ସ୍ୱାଭାବିକ ରହିଥିଲା । କଂଗ୍ରେସ ବନ୍ଦ ସମୟରେ ହିଂସା ସୃଷ୍ଟି କରେ । ଏହାକୁ ଦୃଷ୍ଟିରେ ରଖି କିଛି ସ୍ଥାନରେ ଦୋକାନ ବଜାର ବନ୍ଦ ଥିଲା । ରାଜଧାନୀ ଭୁବନେଶ୍ୱର, କଟକ ସମେତ ସବୁ ବଡ ସହରରେ ଲୋକମାନେ ଏହି ବନ୍ଦକୁ ପ୍ରତ୍ୟାଖାନ କରିଛନ୍ତି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ଦେଶର ଜନତା ଉଭୟ ବାମପନ୍ଥୀ ଓ କଂଗ୍ରେସକୁ ନିର୍ବାଚନୀ ମଇଦାନରେ ପ୍ରତ୍ୟାଖାନ କରିଛନ୍ତି । ସାରା ଦେଶ ଆଜି ମୋଦିଙ୍କ ବିକାଶରେ ସାମିଲ ହୋଇଛି । କଂଗ୍ରେସ ଓ ବାମପନ୍ଥୀ ମାନଙ୍କର ଏହି ବନ୍ଦ ପାଳନ ସେମାନଙ୍କର ହତାଶାଭାବକୁ ଦେଖାଉଛି । ମାତ୍ର ୬ ମାସରେ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କର ସରକାର ରାଷ୍ଟ୍ରହିତରେ ଅନେକ ପଦକ୍ଷେପ ନେଇଛନ୍ତି । ଧାରା ୩୭୦ର ଉଛେଦ,ନାଗରିକ ଆଇନରେ ସଂଶୋଧନ ଭଳି ଐତିହାସିକ ପଦକ୍ଷେପ ବାମପନ୍ଥୀ ଓ କଂଗ୍ରେସର ନିଦ ହଜାଇ ଦେଇଛି । ଦେଶରେ ବାମପନ୍ଥୀ ଓ କଂଗ୍ରେସର ବିଚାରାଧାରକୁ ଲୋକମାନେ ପ୍ରତ୍ୟାଖାନ କରିଛନ୍ତି । କେବଳ ନିଜର ପରିଚୟ ବଂଚାଇବା ପାଇଁ ସେମାନଙ୍କର ଏହି ବନ୍ଦ ପାଳନ ଥିଲା ଯାହାକୁ ଲୋକମାନେ ବୁଝିପାରିଛନ୍ତି।
ଯେଉଁ ମାନେ ଭାରତ ବନ୍ଦ କରୁଛନ୍ତି ସେମାନେ କାହିଁକି ବନ୍ଦ କରୁଛନ୍ତି ତାହା ସେମାନେ ସ୍ପଷ୍ଟ କରିପାରୁନାହାନ୍ତି । ଏହାଦ୍ୱାରା ଶ୍ରମିକ ମାନଙ୍କର କ’ଣ କ୍ଷତି ହେବ ତାହା ସେମାନେ ବୁଝାଇବାରେ ଅକ୍ଷମ ।

Advertising:
Blank space

ଅଣସଙ୍ଗଠିତ ଶ୍ରମିକ ମାନଙ୍କର ପେନସନ ପାଇଁ ଆଗରୁ କୌଣସି ସରକାର ଚିନ୍ତା କରିନଥିଲେ । ନରେନ୍ଦ୍ର ମୋଦିଙ୍କର ସରକାର ପ୍ରଧାନମନ୍ତ୍ରୀ ଶ୍ରମ ଯୋଗି ମାନ ଧନ ଯୋଜନା ଅଧିନରେ ଶ୍ରମିକ ମାନଙ୍କ ପାଇଁ ପେନସନର ବ୍ୟବସ୍ଥା କଲେ । ମାସକୁ ଅତିକମରେ ୩୦୦୦ ଟଙ୍କାର ପେନସନର ବ୍ୟବସ୍ଥା କରିଛନ୍ତି । କେବଳ ସେତିକି ନୁହେଁ ମୋଦି ସରକାର ପ୍ରୋଭିଡେଂଟ ଫଣ୍ଡରେ ସୁଧାର ଆଣି ଏହାକୁ ଶ୍ରମିକ କଲ୍ୟାଣ ଅଭିମୁଖି କରିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ବିଜେପି ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମ୍ରୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.