Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଆବାସ ମହାଦୁର୍ନୀତିର ମହାନାୟକ ପ୍ରତାପ ଓ ସେନାପତି ଥିଲେ ସୁବୋଧ :ବିଜେପି

ଚୋରହାତରେ ଚାବିକାଟି, କୁଆଡେ ଗଲା ୫ଟି

0

• ସରକାରୀ ଯୋଜନାକୁ ଦଳୀୟ ଭିତିରେ ବାଂଟିବା ପାଇଁ ପଥ ପରିସ୍କାର କଲେ ରାଜ୍ୟ ସରକାର
• ତୃତୀୟମହାଲର ଅଣଓଡିଆ ଅଫିସରଙ୍କ ପାଇଁ ବିଜେଡି ଏବେ ଏକ ବିଭାଗ
• ମାହାଙ୍ଗାରେ ବିଡିଓ ଥିବା ସୁବୋଧ ଆଚାର୍ଯ୍ୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର,ନିରପେକ୍ଷ ଖବର: ତା.୧୯/୧୨: ଚୋର ହାତରେ ଚାବିକାଟି ଧରାଇଦେଇ ଆବାସ ମହାଦୁର୍ନୀତିକୁ ସାରା ରାଜ୍ୟରେ କରିବା ପାଇଁ ସରକାର ବାଟ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମାହାଙ୍ଗା ଆବାସ କେଳାଙ୍କାରୀ ଯେଉଁ ଅଫିସରଙ୍କ ଦ୍ୱାରା ଖୋଦ୍ ମନ୍ତ୍ରୀ ପ୍ରତାପ ଜେନା ନିଜ ନିର୍ବାଚନ ମଣ୍ଡଳୀରେ କରାଇଥିଲେ ସେହିପରି ଜଣେ ଦଳୀୟପ୍ରେମୀ ଅଫିସରଙ୍କୁ ଏବେ ମନ୍ତ୍ରୀଙ୍କ ଓଏସଡି ଭାବେ ସରକାର ପଦୋନ୍ୱତି ଦେବା ଦୁର୍ଭାଗ୍ୟଜନକ ବୋଲି କହିଛି ବିଜେପି । ତେଣୁ ମାହାଙ୍ଗା ଆବାସ କେଳାଙ୍କାରୀ ଠାରୁ ଆରମ୍ଭ କରି ବିଭିନ୍ନ ଉନ୍ନୟନ ମୂଳକ କାମରେ ହୋଇଥିବା ଦୁର୍ନୀତି ପାଇଁ ସମ୍ପୃକ୍ତ ବିଡିଓ ଓ ଏବେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଓଏସଡି ଭାବେ ନିଯୁକ୍ତି ପାଇଥିବା ସୁବୋଧ ଚନ୍ଦ୍ର ଆଚାର୍ଯ୍ୟଙ୍କ ବିରୋଧରେ ତୁରନ୍ତ କାର୍ଯାନୁଷ୍ଠାନ ନେବାକୁ ଏକ ସାମ୍ବାଦିକ ସମ୍ମିଳନି କରି ଦାବି କରିଛନ୍ତି ବିଜେପିର ଉପସଭାପତି ସମିର ମହାନ୍ତି । ଏହା ଶୃଗାଳ କାନ୍ଧରେ ମାଂସ ବୋହିବା ଉପଖ୍ୟାନ ଭଳି ବୋଲି ସେ କହିଛନ୍ତି ।

Blank space

ଏପରି ଜଣେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ପାଇଁ ଆବାସ କେଳାଙ୍କାରୀ ହୋଇଥିବା ମାହାଙ୍ଗାବାସୀ କହୁଥିବା ବେଳେ ୫ଟି କଥା କହୁଥିବା ସରକାରଙ୍କର ଏହା କେଉଁ ଟିରେ ଆସୁଛି ବୋଲି ଦଳ ପ୍ରଶ୍ନ କରିଛି । ଚୋର ହାତରେ ଚାବିକାଠି କୁଆଡେ ଗଲା ୫ଟି ବୋଲି ଶ୍ରୀ ମହାନ୍ତି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।

ସମୀର କହିଛନ୍ତି ଯେ ମାହାଙ୍ଗାରେ ହୋଇଥିବା ଆବାସ କେଳାଙ୍କାରୀ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଖୋଦ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିଜ ନିର୍ବାଚନ ମଣ୍ଡଳୀର ଅଧିକାଂଶ ପଂଚାୟତର ଯୋଗ୍ୟ ହିତାଧିକାରୀଙ୍କ ଅପେକ୍ଷା ଅଧିକ ଲୋକେ ଘର ହାତେଇଛନ୍ତି । ସେ ମଉଦା ପଂଚାୟତ ହେଉ ଅବା ନିଶ୍ଟିତକୋଇଲି ସବୁଠି ହୋଇଥିବା ଏହି କେଳାଙ୍କାରୀର ମହାନାୟକ ହୋଇଛନ୍ତି ମନ୍ତ୍ରୀ ପ୍ରତାପ ଜେନା ଆଉ ତାଙ୍କର ସେନାପତି ସାଜିଥିଲେ ବର୍ତମାନ ତାଙ୍କର ଓଏସଡି ହୋଇଥିବା ତଥା ମାହାଙ୍ଗାର ବିଡିଓ ଥିବା ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ । ମାହାଙ୍ଗାରେ ଆବାସ ଯୋଜନାରେ କଳାକନା ବୁଲାଇବା ପରେ ଏବେ ଏହି ଅଫିସରଙ୍କୁ ଧରି ସାରା ରାଜ୍ୟରେ କାୟା ବିସ୍ତାର ପାଇଁ ଚେଷ୍ଟା କରିଛନ୍ତି ଖୋଦ୍ ମନ୍ତ୍ରୀ ପ୍ରତାପ ଜେନା ।

ସରକାରୀ ଯୋଜନାକୁ ଦଳୀୟ ଭିତିରେ ବାଂଟିବା ପାଇଁ ଆରମ୍ଭ ହୋଇଛି ଚକ୍ରାନ୍ତ । ଆଉ ଏଥିରେ ତାଙ୍କୁ ସହାୟତା କରୁଛନ୍ତି ତୃତୀୟ ମହଲାର କିଛି ଅଣଓଡିଆ ଅଫିସର । ତୃତୀୟ ମହଲାର ଅଣଓଡିଆ ଅଫିସରଙ୍କ ହାତରେ ବିଜେଡି ଏବେ ଗୋଟିଏ ବିଭାଗ ହୋଇଯାଇଛି । ସାଢେ ୪ କୋଟି ଓଡିଆଙ୍କୁ ଠକିବା ପାଇଁ ଶପଥ ନେଇଥିବା ଏହି ଅଣଓଡିଆ ଅଫିସର ମାନେ କିଛି ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଏବେ ପଦୋନ୍ୱତି ଦେବାରେ ଲାଗିଛନ୍ତି । ଯେଉଁ ଅଫିସର ମାନେ ବିଜେଡି ପାଇଁ କାମ କରୁଛନ୍ତି ସେମାନଙ୍କୁ ସରକାରରେ ଗୁରୁଦାୟିତ୍ୱ ମିଳୁଛି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠି ଓ କୃଷକ ମୋର୍ଚ୍ଚା ସଭାପତି ଶିବାଜି ମହାନ୍ତି ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.