Blank space
Blank space
Breaking News/ମୁଖ୍ୟ ଖବର:
କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତ
Blank space

ରାଜ୍ୟ ସରକାରଙ୍କ ଆଳୁ ମିଶନ ସଂପୂର୍ଣ୍ଣଭାବେ ଫେଲ୍ ମାରିଛି:ବିଜେପି କୃଷିକ ମୋର୍ଚ୍ଚା

0

* ପୁରୀ ଜିଲ୍ଲାର ଏକମାତ୍ର ଶୀତଳ ଭଣ୍ଡାରରେ ଗଜା ହେଲା ୪୦୦୦ କ୍ୱିଂଟାଲ ଆଳୁ
* ବିଜୁଳି କଟିବା ପରେ ବିକଳ୍ପ ବିଜୁଳି ବ୍ୟବସ୍ଥା କରିପାରିଲା ନାହିଁ ପ୍ରଶାସନ
* ଗଜା ହୋଇଥିବା ଆଳୁର କ୍ଷତିପୂରଣ ତୁରନ୍ତ ଦିଆଯାଉ   ଭୁବନେଶ୍ୱର,ନିରପେକ୍ଷ ଖବର: ତା.୦୩/୦୮:ରାଜ୍ୟସରକାରଙ୍କ ଆଳୁମିଶନ ଦିଗହରା ହୋଇଥିବାବେଳେ ଏବେ ଶୀତଳଭଣ୍ଡାରର ସ୍ଥିତି ପୂରା ଦୟନୀୟ ଅବସ୍ଥାରେ ରହିଛି । ପୁରୀ ଜିଲ୍ଲାରେ ୧୧ଟି ବ୍ଲକ ଥିବା ବେଳେ ଅଛି ମାତ୍ର ଗୋଟିଏ ଶୀତଳ ଭଣ୍ଡାର । ଜିଲ୍ଲାରେ ଥିବା ଏକମାତ୍ର ଶୀତଳ ଭଣ୍ଡାର ସାତଶଙ୍ଖ ଉତରାୟଣୀ ଶୀତଳଭଣ୍ଡାର ସ୍ଥିତି ପୂରା ଏବେ ବେହାଲ । ଫନି ବାତ୍ୟା ପରେ ରାଜ୍ୟ ସରକାର ବିଦ୍ୟୁତ ଯୋଗାଣ କରି ନପାରିବାରୁ ୪ ହଜାର କ୍ୱିଂଟାଲ ଆଳୁ ଗଜା ହୋଇ ନଷ୍ଟ ହୋଇଛି । ବାତ୍ୟା ପରେ ଜେନରେଟରର ବ୍ୟବସ୍ଥା ଥିଲେ ବି ଡିଜେଲ ଯୋଗାଇ ନଦେବା କାରଣରୁ ଏଭଳି ସ୍ଥିତି ଉପୁଜିଛି । ଶୀତଳ ଭଣ୍ଡାରର ସି୍ଥତି ଏବଂ ଚାଷୀଙ୍କ ସମସ୍ୟା ସଂର୍ପକରେ ଅନୁଧାନ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ଓ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ
ଶାତସଙ୍ଖ ଗସ୍ତ କରି ଆଳୁ କ୍ଷୟକ୍ଷତିର ଅନୁଧ୍ୟାନ କରିଛି । ଶାସକ ବିଜେଡି ହେଉଛି ଚାଷ ଓ ଚାଷୀ ବିରୋଧୀ । ଆଳୁ ଚାଷୀ ଶୀତଳ ଭଣ୍ଡାରରେ ଆଳୁ ରଖିଲେ ବି ତାହା ସୁରକ୍ଷିତ ରହିପାରୁ ନାହିଁ । ରାଜ୍ୟସରକାର ଏବଂ ପ୍ରଶାସନର ଖାମଖିଆଳି ନୀତି ଯୋଗୁଁ ଆଜି ହଜାର ହଜାର କ୍ୱିଂଟାଲ ଆଳୁ ଗଜା ହୋଇ ନଷ୍ଟ ହୋଇଛି। ବାତ୍ୟାରେ ବିଜୁଳି କଟିବା ପରେ ବିକଳ୍ପ ବିଜୁଳି ବ୍ୟବସ୍ଥା ପ୍ରଶାସନ କରିପାରିଲା ନାହିଁ । ପ୍ରାକୃତିକ ବିପର୍ଯ୍ୟୟର ଦୃଢ ମୁକାବିଲା କରିଥିବା କଥା କହୁଥିବା ରାଜ୍ୟସରକାର ସଂପୂର୍ଣ୍ଣ ଫେଲ୍ ମାରିଛନ୍ତି । ଶୀତଳଭଣ୍ଡାରର ଅଭାବ ଏବଂ ବେପରୁଆ ରକ୍ଷଣାବେକ୍ଷଣ ଯୋଗୁଁ ଆଳୁ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ୨୦୧୫-୧୬ ବର୍ଷରେ ୩୦ ହଜାର ହେକ୍ଟର ପରିବର୍ତେ ୧୬ ହଜାର ହେକ୍ଟର ଆଳୁ ଚାଷ କରାଯାଇ ଧାର୍ଯ୍ୟ ଲକ୍ଷ୍ୟ ୫ ଲକ୍ଷ
୨୮ ହଜାର ମେଟ୍ରିକ ଟନ ସ୍ଥଳେ ମାତ୍ର ୨ ଲକ୍ଷ ୭୪ ହଜାର ଟନ ଫଳାଯାଇଥିଲା । ସେହିପରି ୨୦୧୬-୧୭ବର୍ଷରେ ୩ ଲକ୍ଷ ୨ ହଜାର ଟନ ଆଳୁ ଫଳିଥିବାବେଳେ ୨୦୧୭-୧୮ ବର୍ଷରେ ୨ ଲକ୍ଷ ୯୮ ହଜାର ଟନ ରହିଛି । ଏହି ସରକାରୀ ତଥ୍ୟରୁ ରାଜ୍ୟ ସରକାରଙ୍କ ଆଳୁ ମିଶନର ଉଦ୍ଦେଶ୍ୟ କେତେ ପୂରଣ ହୋଇଛି ତାହା ସ୍ପଷ୍ଟ ଜଣାପଡୁଛି । ରାଜ୍ୟରେ ଆଳୁମିଶନ ଅନୁଯାୟୀ ଯେତିକି ଆଳୁ ଉତ୍ପାଦନ କରିବାର ଲକ୍ଷ୍ୟ ରଖ।।ଇଥିଲା ତାହାର ଏକ ଚତୁର୍ଥାଂଶ ବି ଆଳୁ ଚାଷ ହୋଇପାରିଲା ନାହିଁ ବୋଲି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି । ସୂଚନାଯୋଗ୍ୟ ଯେ, ବିଗତ ବର୍ଷ ମାନଙ୍କରେ ଏହି ଶୀତଳଭଣ୍ଡାରରେ ଆଳୁ ଗଜା ହୋଇ ପଚିବାର ନଜିର ମଧ୍ୟ ରହିଛି । ଏହା ସତ୍ୱେ ବି ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ କୌଣସି ପ୍ରକାରର ସହାୟତା ପ୍ରଦାନ କରାଯାଇନାହିଁ । ର୍ଦୁଭାଗ୍ୟର ବିଷୟ ହେଉଛି ଯେ, ଗଜା ହୋଇଥିବା ଆଳୁ ବସ୍ତାକୁ ଚାଷୀମାନେ ଫେରାଇ ନେଉଥିବା ସମୟରେ ଶୀତଳଭଣ୍ଡାର କର୍ତୃପକ୍ଷ ବସ୍ତା ପିଛା ୫୦ ଟଙ୍କା ଲେଖାଏଁ ଆଦାୟ କରୁଛନ୍ତି । ରାଜ୍ୟସରକାର ସାତଶଙ୍ଖ ଉତରାୟଣୀ ଶୀତଳଭଣ୍ଡାର ସ୍ଥିତି ତଦନ୍ତ କରିବା ସହ ତୁରନ୍ତ ଆଳୁ ଚାଷୀମାନଙ୍କୁ ସେମାନଙ୍କ ଜମା ଅର୍ଥ
ଫେରସ୍ତ ଦେବା ଏବଂ ଗଜା ହୋଇଥିବା ଆଳୁର କ୍ଷତିପୂରଣ ଦେବାକୁ ପ୍ରତିନିଧୀ ଦଳ ଦାବି କରିଛି । କ୍ଷତିପୂରଣ ପ୍ରଦାନ ନକରାଗଲେ ଆଗାମୀ ଦିନରେ କୃଷକ ମୋର୍ଚ୍ଚା ଚାଷୀମାନଙ୍କୁ ନେଇ ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ଏହି ପ୍ରତିନିଧୀ ଦଳରେ କୃଷକ ମୋର୍ଚ୍ଚା ରାଜ୍ୟ ଉପସଭାପତି ଦିଲିପ ସ୍ୱାଇଁ, ଯୁବନେତା ଆଶ୍ରିତ ପଟ୍ଟନାୟକ, ପୁରୀ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ ଓ ପ୍ରଦୀପ ବାରିକ ପ୍ରମୁଖ ସାମିଲ ଥିଲେ ।

Mo sapath

Leave A Reply

Your email address will not be published.