Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ବିଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ “ଜେଷ୍ଟ” ୨୦୨୨ ଉଦ୍‌ଘାଟିତ

0

ଭୁବନେଶ୍ୱର,ନିରପେକ୍ଷ ଖବର ତା:୧୩/୧୨: ରାଜଧାନୀର ସ୍ୱନାମଧନ୍ୟ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୪୮ତମ ବାର୍ଷିକ କ୍ରୀଡ଼ା ଉତ୍ସବ ଜେଷ୍ଟ-୨୦୨୨ ବିଦ୍ୟାଳୟ ପରିସରରେ
ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଭୁବନେଶ୍ୱରର ମେୟର ଶ୍ରୀମତୀ ସୁଲୋଚନା ଦାସ ଯୋଗଦେଇ କ୍ରୀଡ଼ା ପତାକା ଉତ୍ତୋଳନ ସହ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରି କ୍ରୀଡ଼ା ହିଁ ମାନସିକ ଓ ଶାରୀରିକ ତଥା ସର୍ବାଙ୍ଗୀନ ଉନ୍ନତି କରାଏ, ତେଣୁ ଦୃଢ଼ ନିଶ୍ଚୟ ଭାବ ଦ୍ୱାରା ସଫଳତା ପାଇପାରିବା ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶ୍ରୀଯୁକ୍ତ ରଘୁନାଥ ମିଶ୍ର କ୍ରୀଡ଼ା ଶୈକ୍ଷିକ କ୍ଷେତ୍ର, ପରିପୂରକର ମାଧ୍ୟମ ବୋଲି କହିଥିଲେ । ପରିଚାଳନା କମିଟିର ପରିଚାଳକ ଶ୍ରୀଯୁକ୍ତ ପ୍ରତାପ କୁମାର ଜେନା ଖେଳିବାର ବୟସସୀମା ନାହିଁ, ତେଣୁ ଜୀବନ ଶୃଙ୍ଖଳରେ ଏହାକୁ ସ୍ଥାନିତ କରି ସୁସ୍ଥ ଓ
ସୁଖମୟ ଜୀବନର ସନ୍ଧାନ କରିବାକୁ ମତ ପ୍ରକାଶ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ମ୍ୟାଡାମ୍
ସନ୍ଧ୍ୟା ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଉପାଧ୍ୟକ୍ଷା ଶ୍ରୀମତୀ ପଲ୍ଲବୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ଭୁବନେଶ୍ୱରର ଡେପୁଟି ମେୟର ମ୍ୟାଡାମ୍ ମଞ୍ଜୁଲତା କହଁର, ବିଦ୍ୟାଳୟର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ବରଦା ପ୍ରସାଦ ପାଇକରାୟ, ଶ୍ରୀମତୀ ଶିବାନୀ
ପଟ୍ଟନାୟକ, ଶ୍ରୀମତୀ ସ୍ମିତା ମହାନ୍ତି, ଶ୍ରୀମତୀ ସୁଚରିତା ଦାସ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମକର୍ତ୍ତା, ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ । ଏହି ଅବସରରେ ପିଲାମାନଙ୍କ ଦ୍ୱାରା ନୃତ୍ୟ ଓ ଯୋଗ ପଦର୍ଶିତ ହୋଇଥିଲା । ଏହି କ୍ରୀଡ଼ା ଉତ୍ସବ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି ।

Mo sapath

Leave A Reply

Your email address will not be published.