Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଓଡିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତି ପାଇଲେ ସୁଶ୍ରୀସାବିତ୍ରୀ ରଥ

0

ନୂଆଦିଲ୍ଲୀ,ନିରପେକ୍ଷ ଖବର:୦୯/୦୬ ସୁଶ୍ରୀ ସାବିତ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ମିଳିଛି । ଭାରତର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଏହା ଉପରେ ଆଜି ମୋହର ମାରିବା ପରେ, କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରାଳୟ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସୁଶ୍ରୀ ରଥଙ୍କ ଯୋଗଦାନ ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ରେ ବିଚାରପତିଙ୍କ ସଂଖ୍ୟା ୧୬ରେ ପହଞିବ ।
ଗତ ଜାନୁୟାରୀ ମାସ ୨୨ତାରିଖରେ ସୁପ୍ରିମକୋର୍ଟ କଲିଜିୟମ୍ କେନ୍ଦ୍ର ସରକାରଙ୍କୁ ସୁଶ୍ରୀ ସାବିତ୍ରୀ ରଥଙ୍କ ନାମ ହାଇକୋର୍ଟ ବିଚାରପତି ପଦରେ ନିଯୁକ୍ତି ଦେବାକୁ ସୁପ‌ାରିଶ କରିଥିଲା। ସାବିତ୍ରୀ ରଥ ହେଉଛନ୍ତି ରାଜ୍ୟର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ ସ୍ୱର୍ଗତଃ ପ୍ରଫୁଲ୍ଲ ଚନ୍ଦ୍ର ରଥଙ୍କ ଝିଅ ।।
ସୁଶ୍ରୀ ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ତୃତୀୟ ମହିଳା ବିଚାରପତି ଭାବେ କାର୍ଯ୍ୟ କରି‌ବେ। ତାଙ୍କ ପୂର୍ବରୁ ଜଷ୍ଟିସ ଅମୀୟ କୁମାରୀ ପାଢ଼ୀ ( ଓଡିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ସ୍ୱର୍ଗତଃ ଶ୍ୟାମସୁନ୍ଦର ପାଢୀଙ୍କ ଧର୍ମପତ୍ନୀ ) ଏବଂ ଜଷ୍ଟିସ ସଞ୍ଜୁ ପଣ୍ଡା ଏହି ସମ୍ମାନଜନକ ପଦବୀ ଅଳଂକୃତ କରିସାରିଛନ୍ତି।
ଓଡିଶା ହାଇକୋର୍ଟର ପ୍ରଥମ ମହିଳା ବିଚାରପତି ଶ୍ରୀମତୀ ଅମୀୟ କୁମାରୀ ପାଢୀ ୧୯୮୮ ମସିହା ଏପ୍ରିଲ ୧୮ ତାରିଖରେ ଦାୟିତ୍ୱ ଗ୍ରହଣ କରି ୧୯୯୫ ମସିହା ସେପ୍ଟେମ୍ବର ମାସ ୧୪ ତାରିଖରେ ବିଚାରପତି ପଦବୀରୁ ଅବସର ଗ୍ରହଣ କରିଥିଲେ ।

Mo sapath

Leave A Reply

Your email address will not be published.