Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭର୍ଚୁଆଲ ରାଲିକୁ ଓଡିଶାରେ ଅଭୂତପୂର୍ବ ଜନସମର୍ଥନ …

0

ସାମାଜିକ ଗଣମାଧ୍ୟମରେ ରାଲି ଦିନ ରାତି ୯ ଟା ସୁଦ୍ଧା ଶାହାଙ୍କ ଜନସମ୍ବାଦ ରାଲିକୁ ଦେଖିଲେ ୨୯ଲକ୍ଷ ୫୮ ହଜାର ୬୩୫ ଜଣ…
* ଦ୍ୱିତୀୟ ପାଳିର ୧ ବର୍ଷ ପୂତି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ କାର୍ଯ୍ୟ ଧାରା ଏବଂ ଓଡିଶାକୁ ମିଳିଥିବା ଅନୁଦାନ ସଂପର୍କିତ ଲିଫଲେଟ ଉନ୍ମୋଚନ
* ଓଡିଶାବାସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦୃଢ ବିଶ୍ୱାସ ପ୍ରକଟ କରିଛନ୍ତି…
* ୩୭ ହଜାର ବୁଥର କାର୍ଯ୍ୟକର୍ତାମାନେ ପ୍ରତି ବୁଥରେ ୧୦୦ଟି ପରିବାର ପାଖରେ ମୋଦିଜୀଙ୍କ ବିକାଶର
ଗାଥାକୁ ପହଂଚାଇବାର ଦାୟୀତ୍ୱ ନେବେ…

ଭୁବନେଶ୍ୱର,ନିରପେକ୍ଷ ଖବର: ତା.୦୯/୦୬: କରୋନା ମହାମାରୀ ସମୟରେ ସାଧାରଣ ଜନତା ଏକାଠୀ ହେବା ଉପରେ ପ୍ରତିବନ୍ଧକ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମୋଦି ସରକାରଙ୍କର ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂରଣ ଉପଲକ୍ଷେ ଟେକ୍ନୋଲୋଜି ପ୍ଲାଟଫର୍ମର ବ୍ୟବହାର କରି
ଦଳ ତରଫରୁ ଜନସମ୍ବାଦ କରାଯାଇଥିଲା । ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ମୋଦି ସରକାରଙ୍କ ବିକାଶର ଗାଥା କହିବା ସହ ଓଡିଶା ପାଇଁ ମୋଦି ସରକାରଙ୍କ ପ୍ରତିବଦ୍ଧତା ସଂପର୍କରେ ରାଜ୍ୟବାସୀଙ୍କୁ ଅବଗତ କରାଇଥିଲେ । ଟେକ୍ନୋଲୋଜିର ବିଭିନ୍ନ ପ୍ଲାଟଫର୍ମରେ ଲକ୍ଷାଧିକ ଓଡିଆ ଭାଇ ଭଉଣୀମାନେ ଯୋଡି ହୋଇ ଏହି ଜନସମ୍ବାଦ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ବିଜେପିର ସୋସିଆଲ ମିଡିଆ (ଫେସବୁକ, ଟ୍ୱିଟର, ୟୁଟ୍ୟୁବ), ଆଂଚଳିକ ବୈଦ୍ୟୁତିକ ଗଣମାଧ୍ୟମର ସୋସିଆଲ ମିଡିଆ ପ୍ଲାଟଫର୍ମ, ଡିଜିଟାଲ ମିଡିଆ ସମେତ ଦଳର ବରିଷ୍ଠ ନେତାମାନଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାଲି ଦିନ ରାତି ୯ ଟା ସୁଦ୍ଧା ୨୯ ଲକ୍ଷ ୫୮ ହଜାର ୬୩୫ରୁ ଉର୍ଦ୍ଧ୍ୱ ଲୋକ ଯୋଡି ହୋଇ ଜନସମ୍ବାଦ ରାଲିକୁ ଦେଖିଥିଲେ । ପରେ ସାଧାରଣ ଜନତା ଏବଂ ବିଜେପି କାର୍ଯ୍ୟକର୍ତାଙ୍କ ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଜନସମ୍ବାଦ ଭିଡିଓ ଓଡିଶାର ୧ କୋଟି ଲୋକଙ୍କ ପାଖରେ ପହଂଚିଥିଲା । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଭର୍ଚୁଆଲ
ରାଲିକୁ ଓଡିଶାରେ ଅଭୂତପୂର୍ବ ଜନସମର୍ଥନ ମିଳିଛି । ଏଭଳି ଏକ ଭର୍ଚୁଆଲ ରାଲିରେ ନିଜକୁ ସାମିଲ କରିଥିବାରୁ ସମଗ୍ର ରାଜ୍ୟବାସୀଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଓଡିଶାବାସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦୃଢ ବିଶ୍ୱାସ ପ୍ରକଟ କରିଛନ୍ତି । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂତି ଅବସରରେ ଓଡିଶାର ବିକାଶ, ବିପର୍ଯ୍ୟୟର ସହାୟତା, ସ୍ୱାର୍ଥ, ସ୍ୱାଭିମାନ ଓ ସଂସ୍କୃତି ଆଦି ମହତ୍ୱପୂର୍ଣ୍ଣ ଉପଲ୍ୱଧୀ ସଂପର୍କିତ ଏକ ଲିଫଲେଟ ଉନ୍ମୋଚନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ କାର୍ଯ୍ୟ ଧାରା ଏବଂ ଓଡିଶାକୁ ମିଳିଥିବା ଅନୁଦାନ ସଂପର୍କରେ ଉଲ୍ଲେଖ ଥିବା ଏହି ଲିଫଲେଟକୁ ବିଜେପିର ୩୭ ହଜାର ବୁଥର କାର୍ଯ୍ୟକର୍ତାମାନେ ପ୍ରତି ବୁଥରେ ୧୦୦ଟି ପରିବାର
ପାଖରେ ପହଂଚାଇବା ସହ ଜନ ଆଶୀର୍ବାଦ ଭିକ୍ଷା କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏବଂ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Mo sapath

Leave A Reply

Your email address will not be published.