Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମନୋରଂଜନ ନାଁରେ ନାରୀମାନଙ୍କୁ ଅସମ୍ମାନିତ କରିବା ଅତ୍ୟନ୍ତ ନିନ୍ଦନୀୟ

0

ଭୁବନେଶ୍ୱର,ନିରପେକ୍ଷ ଖବର:ତା.୧୮/୦୩,: କରୋନାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରାଯାଇଛି । ସାରା ବିଶ୍ୱରେ ଏହି ଭାଇରାସ ବ୍ୟାପିବାରେ ଲାଗିଛି । ୭ ହଜାରରୁ ଅଧିକ ଲୋକ କରୋନା ଭାଇରସ ଆକ୍ରାନ୍ତରେ ମୃତ୍ୟୁ ହେଲାଣି । କରୋନା କୁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ବିପର୍ଯ୍ୟୟ ଏବଂ ରାଜ୍ୟସରକାର ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି । କରୋନା ଦ୍ୱାରା ଜୀବନ ପ୍ରତି ବିପଦ ଥିବାରୁ ପ୍ରତିଦିନ ବିଭିନ୍ନ ସର୍ତକତା ମୂଳକ ପଦକ୍ଷେପ ନିଆଯାଉଛି । ଏଭଳି ସ୍ଥିତିରେ ଲୋକ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏକ ମ୍ୟୁଜିକ ଭିଡିଓ କଂପାନୀ କରୋନା ଭାଇରସକୁ ଝିଅ ସହ ତୁଳନା କରି ଗୀତ ପ୍ରସ୍ତୁତ କରି ଏହାକୁ ମନୋରଂଜନ ଭାବେ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା । ଏଭଳି ଗୀତ ସମଗ୍ର ନାରୀ ଜାତିକୁ ଅପମାନିତ କରିଛି ବୋଲି ରାଜ୍ୟ ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ ପିଙ୍କି ପ୍ରଧାନ ଅଭିଯୋଗ କରିଛନ୍ତି । ଏବେ ସାରା ଦେଶ ଏବଂ ରାଜ୍ୟରେ କରୋନାକୁ ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଲୋକମାନଙ୍କୁ ସଚେତନ କରାଯାଉଛି । ସ୍ୱଚ୍ଛ ରହିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଭଳି ଏକ ସମ୍ବେଦନଶୀଳ ସମୟରେ ଗୀତ ମାଧ୍ୟମରେ କରୋନା ସଂର୍ପକରେ ଲୋକମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି । ହେଲେ ତାହା ନକରି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମନୋରଂଜନ ନାଁରେ ଓଡିଶାର ନାରୀମାନଙ୍କୁ ଅସମ୍ମାନିତ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି । କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଶାସକ ବିଜେଡି ଦଳର ଜଣେ ସଦସ୍ୟ ଅଟନ୍ତି । ବିଜେଡି ନାରୀଙ୍କୁ ସମ୍ମାନ ଦେବା ର କଥା କହୁଥିବାବେଳେ ତାଙ୍କ ସଦସ୍ୟ ନାରୀଙ୍କୁ ଅପମାନିତ କରିଚାଲିଛନ୍ତି । ଏଭଳି ସ୍ଥିତିରେ ବିଜେଡି କଣ ପାଇଁ ଚୁପ୍ ରହିଛି ? କାହିଁକି ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ? ପୂରା ଓଡିଶାବାସୀଙ୍କୁ କରୋନା ସଂପର୍କରେ ସଚେତନ କରାଉଥିବା ଶାସକ ବିଜେଡି ପ୍ରଥମେ ତାଙ୍କ ସଦସ୍ୟମାନଙ୍କୁ ସଚେତନ କରାନ୍ତୁ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି । ପୂର୍ବରୁ ହ୍ୟୁମାନ ସାଗର ଗୋପାଳପୁର ବେଳାଭୂମି ମହୋତ୍ସବ ଏବଂ ରଣପୂର ମହୋତ୍ସବ ଠାରେ ସରକାରୀ କାର୍ଯ୍ୟକ୍ରମରେ ବିଜେଡିର ଦଳୀୟ ଗାତ ଗାଇଥିଲେ । ସରକାରୀ ଅର୍ଥରେ ହେଉଥିବା ମହୋତ୍ସବ ମାନଙ୍କରେ ଦଳୀୟ ଗୀତ ଗାଇ ସେ ବିଜେଡି ପାଇଁ ପ୍ରଚାର କରୁଥିଲେ । ସେଥିପାଇଁ ବୋଧେ ବିଜେଡି ଆଜି ଚୁପ୍ ରହିଛି । ହ୍ୟୁମାନ ସାଗର ଏବଂ ତାଙ୍କ ଟିମ୍ ନାରୀମାନଙ୍କୁ ଏକ ବିପତି ସହ ତୁଳନା କରି ସେମାନଙ୍କୁ ଅପମାନିତ କରିଛନ୍ତି । ସେ କାହିଁକି ଏପରି କରିଛନ୍ତି ସେ ସ୍ପଷ୍ଟ କରିବା ଦରକାର । ଏହା ସହ ସେ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଶ୍ରୀମତୀ ପ୍ରଧାନ ଦାବି କରିଛନ୍ତି ।
‘ଝିଅ ନୁହେଁ ତୁ କରୋନା ଭାଇରସ’ ଗୀତକୁ ପ୍ରସ୍ତୁତ କରିଥିବା ପ୍ରଯୋଜନ ସଂସ୍ଥା, ସଂଗୀତ ନିର୍ଦ୍ଦେଶକ, ଗୀତିକାରଙ୍କ ବିରୁଦ୍ଧରେ ରାଜ୍ୟସରକାର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଗୀତକୁ ବ୍ୟାନ କରନ୍ତୁ । ସୋସିଆଲ ମିଡିଆରେ କରୋନା ସମ୍ବନ୍ଧରେ ଅପପ୍ରଚାର କରୁଥିବା ଅଭିଯୁକ୍ତମାନଙ୍କୁ ଯଦି ପୋଲିସ ଗିରଫ କରୁଛି ତେବେ ଏଭଳି ଏକ ଅଶ୍ଳିଳ ଗୀତ କରିଥିବା ପ୍ରଯୋଜନା ସଂସ୍ଥାର ମାଲିକଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଶ୍ରୀମତୀ ପ୍ରଧାନ ଦାବି କରିଛନ୍ତି । ଏହି ଅବସରରେ ପ୍ରକୋଷ୍ଠର ସହ ସଂଯୋଜର ସଂଜୀବ କୁମାର ମିଶ୍ର ଉପସ୍ଥିତ ଥିଲେ ।କରୋନାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରାଯାଇଛି । ସାରା ବିଶ୍ୱରେ ଏହି ଭାଇରାସ ବ୍ୟାପିବାରେ ଲାଗିଛି । ୭ ହଜାରରୁ ଅଧିକ ଲୋକ କରୋନା ଭାଇରସ ଆକ୍ରାନ୍ତରେ ମୃତ୍ୟୁ ହେଲାଣି । କରୋନା କୁ କେନ୍ଦ୍ର ସରକାର ରାଷ୍ଟ୍ରୀୟ ବିପର୍ଯ୍ୟୟ ଏବଂ ରାଜ୍ୟସରକାର ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି । କରୋନା ଦ୍ୱାରା ଜୀବନ ପ୍ରତି ବିପଦ ଥିବାରୁ ପ୍ରତିଦିନ ବିଭିନ୍ନ ସର୍ତକତା ମୂଳକ ପଦକ୍ଷେପ ନିଆଯାଉଛି । ଏଭଳି ସ୍ଥିତିରେ ଲୋକ ଆତଙ୍କିତ ଅବସ୍ଥାରେ ଥିବାବେଳେ ଏକ ମ୍ୟୁଜିକ ଭିଡିଓ କଂପାନୀ କରୋନା ଭାଇରସକୁ ଝିଅ ସହ ତୁଳନା କରି ଗୀତ ପ୍ରସ୍ତୁତ କରି ଏହାକୁ ମନୋରଂଜନ ଭାବେ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା । ଏଭଳି ଗୀତ ସମଗ୍ର ନାରୀ ଜାତିକୁ ଅପମାନିତ କରିଛି ବୋଲି ରାଜ୍ୟ ବିଜେପି ସାଂସ୍କୃତିକ ପ୍ରକୋଷ୍ଠ ତରଫରୁ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ ପିଙ୍କି ପ୍ରଧାନ ଅଭିଯୋଗ କରିଛନ୍ତି । ଏବେ ସାରା ଦେଶ ଏବଂ ରାଜ୍ୟରେ କରୋନାକୁ ନେଇ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଲୋକମାନଙ୍କୁ ସଚେତନ କରାଯାଉଛି । ସ୍ୱଚ୍ଛ ରହିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଭଳି ଏକ ସମ୍ବେଦନଶୀଳ ସମୟରେ ଗୀତ ମାଧ୍ୟମରେ କରୋନା ସଂର୍ପକରେ ଲୋକମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି । ହେଲେ ତାହା ନକରି କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମନୋରଂଜନ ନାଁରେ ଓଡିଶାର ନାରୀମାନଙ୍କୁ ଅସମ୍ମାନିତ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି । କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଶାସକ ବିଜେଡି ଦଳର ଜଣେ ସଦସ୍ୟ ଅଟନ୍ତି । ବିଜେଡି ନାରୀଙ୍କୁ ସମ୍ମାନ ଦେବା ର କଥା କହୁଥିବାବେଳେ ତାଙ୍କ ସଦସ୍ୟ ନାରୀଙ୍କୁ ଅପମାନିତ କରିଚାଲିଛନ୍ତି । ଏଭଳି ସ୍ଥିତିରେ ବିଜେଡି କଣ ପାଇଁ ଚୁପ୍ ରହିଛି ? କାହିଁକି ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ? ପୂରା ଓଡିଶାବାସୀଙ୍କୁ କରୋନା ସଂପର୍କରେ ସଚେତନ କରାଉଥିବା ଶାସକ ବିଜେଡି ପ୍ରଥମେ ତାଙ୍କ ସଦସ୍ୟମାନଙ୍କୁ ସଚେତନ କରାନ୍ତୁ ବୋଲି ଶ୍ରୀମତୀ ପ୍ରଧାନ କହିଛନ୍ତି । ପୂର୍ବରୁ ହ୍ୟୁମାନ ସାଗର ଗୋପାଳପୁର ବେଳାଭୂମି ମହୋତ୍ସବ ଏବଂ ରଣପୂର ମହୋତ୍ସବ ଠାରେ ସରକାରୀ କାର୍ଯ୍ୟକ୍ରମରେ ବିଜେଡିର ଦଳୀୟ ଗାତ ଗାଇଥିଲେ । ସରକାରୀ ଅର୍ଥରେ ହେଉଥିବା ମହୋତ୍ସବ ମାନଙ୍କରେ ଦଳୀୟ ଗୀତ ଗାଇ ସେ ବିଜେଡି ପାଇଁ ପ୍ରଚାର କରୁଥିଲେ । ସେଥିପାଇଁ ବୋଧେ ବିଜେଡି ଆଜି ଚୁପ୍ ରହିଛି । ହ୍ୟୁମାନ ସାଗର ଏବଂ ତାଙ୍କ ଟିମ୍ ନାରୀମାନଙ୍କୁ ଏକ ବିପତି ସହ ତୁଳନା କରି ସେମାନଙ୍କୁ ଅପମାନିତ କରିଛନ୍ତି । ସେ କାହିଁକି ଏପରି କରିଛନ୍ତି ସେ ସ୍ପଷ୍ଟ କରିବା ଦରକାର । ଏହା ସହ ସେ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଶ୍ରୀମତୀ ପ୍ରଧାନ ଦାବି କରିଛନ୍ତି ।
‘ଝିଅ ନୁହେଁ ତୁ କରୋନା ଭାଇରସ’ ଗୀତକୁ ପ୍ରସ୍ତୁତ କରିଥିବା ପ୍ରଯୋଜନ ସଂସ୍ଥା, ସଂଗୀତ ନିର୍ଦ୍ଦେଶକ, ଗୀତିକାରଙ୍କ ବିରୁଦ୍ଧରେ ରାଜ୍ୟସରକାର ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଗୀତକୁ ବ୍ୟାନ କରନ୍ତୁ । ସୋସିଆଲ ମିଡିଆରେ କରୋନା ସମ୍ବନ୍ଧରେ ଅପପ୍ରଚାର କରୁଥିବା ଅଭିଯୁକ୍ତମାନଙ୍କୁ ଯଦି ପୋଲିସ ଗିରଫ କରୁଛି ତେବେ ଏଭଳି ଏକ ଅଶ୍ଳିଳ ଗୀତ କରିଥିବା ପ୍ରଯୋଜନା ସଂସ୍ଥାର ମାଲିକଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଶ୍ରୀମତୀ ପ୍ରଧାନ ଦାବି କରିଛନ୍ତି । ଏହି ଅବସରରେ ପ୍ରକୋଷ୍ଠର ସହ ସଂଯୋଜର ସଂଜୀବ କୁମାର ମିଶ୍ର ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.