Blank space
Blank space
Breaking News/ମୁଖ୍ୟ ଖବର:
ନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିର
Blank space

ଡିଏସ୍‌ଟି ତାଲିମ ନେଇ ଓପିଟିସିଏଲ୍‌ ଏବଂ ୭ଟି ସରକାରୀ ଆଇଟିଆଇ ମଧ୍ୟରେ ଚୁକ୍ତିନାମା….

ପ୍ରଶିକ୍ଷାର୍ଥୀଙ୍କୁ ମିଳିବ ୨୫୦୦ ଟଙ୍କା ଇନ୍‌ଟର୍ଣ୍ଣସିପ୍‌ ..

0

ଭୁବନେଶ୍ୱର ,ନିରପେକ୍ଷ ଖବର: ୦୨/୦୮/୨୦୧୯ ଆଜି ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦସ୍ଥିତ ସମ୍ମିଳନୀ
କକ୍ଷଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । ୨୦୧୯-୨୦ ଏବଂ ଆଗାମୀ ଶିକ୍ଷା ବର୍ଷମାନଙ୍କରେ ଡୁଆଲ୍‌ ସିଷ୍ଟମ୍‌ ଟ୍ରେନିଂ (ଡିଏସ୍‌ଟି) ପ୍ରଣୟନ ନେଇ ରାଜ୍ୟର ୭ଟି ଆଇଟିଆଇ
ଏବଂ ଓଡ଼ିଶା ପାୱାର ଟ୍ରାନ୍ସମିଶନ୍‌ କର୍ପୋରେସନ୍‌ ଲିମିଟେଡ୍‌ (ଓପିଟିସିଏଲ୍‌) ମଧ୍ୟରେ ଏହି ଚକ୍ତିନାମା ସ୍ୱାକ୍ଷରିତ ହୋଇଛି । ଡିଟିଇଟି ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ଏବଂ ସିନିୟର ଜିଏମ୍‌,
ଏଚ୍‌.ଆର୍‌, ଅପିଟିସିଏଲ୍‌ ଶ୍ରୀ ଏ.ପି. ପଣ୍ଡାଙ୍କ ଉପସ୍ଥିତିରେ ୭ଟି ଆଇଟିଆଇର ଅଧ୍ୟକ୍ଷ ଏବଂ ଅପିଟିସିଏଲ୍‌ର ନିର୍ଦ୍ଦେଶକ ଶ୍ରୀ ଆର୍‌.କେ. ସେନାପତିଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷର
କରାଯାଇଛି । ଡିଏସ୍‌ଟି ହେଉଛି ଜର୍ମାନୀର ଏକ ଧନ୍ଦାମୂଳକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଯାହାକୁ ଡାଇରେକଫର ଜେନେରାଲ୍‌ ଅଫ୍‌ ଟେକ୍‌ନୋଲୋଜି, ନୂଆଦିଲ୍ଲୀ ପ୍ରଚଳନ କରାଇଥିଲେ । ୨୦୧୯ରେ ଏହାକୁ ପାଇଲଟ୍‌ ପ୍ରୋଜେକଫ ଭାବେ ଓଡ଼ିଶାରେ କାର୍ଯ୍ୟକାରୀ କରାଯାଇଥିଲା । ଆଇଟିଆଇ ଭୁବନେଶ୍ୱର, ପୁରୀ, ନୟାଗଡ଼, କଟକ, ବଲାଙ୍ଗୀର, ଏସ୍‌ଆଇପିଟି, ପଟ୍ଟାମୁଣ୍ଡାଇ ଏବଂ ଏମ୍‌ଆଇଟିଆଇ, କଟକର ଇଲେକ୍‌ଟି୍ରସିଆନ୍‌ ଟ୍ରେଡର ୧୪୦ ଜଣ ପ୍ରଶିକ୍ଷାର୍ଥୀ ୮ ମାସ ନିମନ୍ତେ ଏହି ପ୍ରଶିକ୍ଷଣ ନେବେ । ପ୍ରଶିକ୍ଷଣ ସମୟରେ ପ୍ରତ୍ୟେକ ପ୍ରଶିକ୍ଷାର୍ଥୀଙ୍କୁ ୨୫୦୦ ଟଙ୍କା ଇନ୍‌ଟର୍ଣ୍ଣସିପ୍‌ ପ୍ରଦାନ କରାଯିବ । ଏମାନଙ୍କୁ ନିଯୁକ୍ତି ଯୋଗ୍ୟ କରିବା ନିମନ୍ତେ ଓପିଟିସିଏଲ୍‌ ଅଧୀନସ୍ଥ ଇଏଚ୍‌ଟି ଏବଂ ଓଏଣ୍ଡଏମ୍‌ ବିଭାଗରେ ତାଲିମ ପ୍ରଦାନ କରାଯିବ ।

Mo sapath

Leave A Reply

Your email address will not be published.