Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଭିନ୍ନକ୍ଷମଙ୍କ ପାଇଁ କୃତ୍ରିମ ଅଙ୍ଗ ପ୍ରସ୍ତୁତିରେ ଅଧିକ ଧ୍ୟାନ ଦିଆଯିବ

0

ଭୁବନେଶ୍ୱର,ନିରପେକ୍ଷ ଖବର: ୧୦/୦୧/୨୦୨୦
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କୃତି୍ରମ ଅଙ୍ଗ ନିର୍ମାଣ ବାବଦରେ ବିଶେଷ ଧ୍ୟାନ ଦେବ । ଫଳରେ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ଶିବିର ତଥା ‘କ୍ଷମତା ଏକ୍ସପ୍ରେସ୍‌’ ନିର୍ଘଣ୍ଟ ସ୍ଥାନଗୁଡ଼ିକରେ ପରୀକ୍ଷାକ୍ରମେ ନିର୍ଦ୍ଧାରିତ କୃତି୍ରମ ଅଙ୍ଗ ଯୋଗାଇଦେବାରେ ସମସ୍ୟା ରହିବ ନାହିଁ ବୋଲି ଭିନ୍ନକ୍ଷମ ସଶକ୍ତିକରଣ ଓ ସାମାଜିକ ସୁରକ୍ଷା, ବିଜ୍ଞାନ ଓ କାରିଗରୀ କୌଶଳ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ପଣ୍ଡା ଆଜି ଲୋକସେବା ଭବନରେ ପ୍ରକାଶ କରିଛନ୍ତି ଯେ, ସମ୍ବଲପୁରଠାରେ କୃତି୍ରମ ଅଙ୍ଗ ନିର୍ମାଣ ପାଇଁ କାର୍ଯ୍ୟ କରୁଥିବା ୱାର୍କସପ୍‌କୁ ଖୁବ୍‌ ଶୀଘ୍ର ସ୍ୱତନ୍ତ୍ର ଭାବରେ କମ୍ପୁ୍ୟଟରୀକୃତ କରାଯିବ । ଫଳରେ ଅତ୍ୟାଧୁନିକ ପ୍ରଣାଳୀରେ ଭିନ୍ନକ୍ଷମମାନଙ୍କ ନିମନ୍ତେ କୃତି୍ରମ ଅଙ୍ଗ ପ୍ରସ୍ତୁତ କରାଯାଇପାରିବ ।

Advertising:
Blank space

ଗତକାଲି ମନ୍ତ୍ରୀ ଶ୍ରୀ ପଣ୍ଡା ସମ୍ବଲପୁର ଯାଇ ହାତୀବାରିସ୍ଥିତ ହେଲଥ୍‌ ହୋମ୍‌ ପରିଦର୍ଶନ କରିଥିଲେ । ସେଠାରେ ଅନ୍ତେବାସୀମାନଙ୍କୁ ମନ୍ତ୍ରୀ କମ୍ବଳ, ଲୁଗାପଟା ଓ ଛତା ବଣ୍ଟନ କରିବା ସମେତ ୫ଟି ହୁଇଲ୍‌ ଚେୟାର, ୫ଟି କୃତି୍ରମ ଗୋଡ଼, ୩ଟି
ଟ୍ରେସାପେଡ୍‌, ୩ଟି ୱାକର ବିତରଣ କରିଥିଲେ । କେତେକଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ଓ ଭତ୍ତା ମଧ୍ୟ ବଣ୍ଟନ କରାଯାଇଥିଲା ସମ୍ବଲପୁର ଜିଲ୍ଲା ହାତୀବାରିଠାରେ ବହୁଦିନରୁ ଭିନ୍ନକ୍ଷମମାନଙ୍କ ନିମନ୍ତେ ହେଲଥ୍‌ ହୋମ୍‌ ଓ କୁଷ୍ଠାଶ୍ରମ କାର୍ଯ୍ୟ କରୁଛି । ମନ୍ତ୍ରୀ ଶ୍ରୀ ପଣ୍ଡା ତାଙ୍କ ପରିଦର୍ଶନ ସମୟରେ ଅନ୍ତେବାସୀମାନଙ୍କ ସହିତ ମତବିନିମୟ କରିଥିଲେ । ମନ୍ତ୍ରୀଙ୍କ ସହିତ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ସ୍ଥାନୀୟ ବିଡିଓ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । କୃତି୍ରମ ଅଙ୍ଗ ପ୍ରସ୍ତୁତିକୁ ଅଧିକ ବ୍ୟାପକ କରାଯିବ
ବୋଲି ମନ୍ତ୍ରୀ କହିଛନ୍ତି।

Mo sapath

Leave A Reply

Your email address will not be published.