Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଡିସେମ୍ବର ୧୪,୧୫ ଏବଂ ୧୬ ତାରିଖରେ ବିଜେପି ଜିଲ୍ଲା ସଭାପତି ନିର୍ବାଚନ*

0
Advertising:

ଭୁବନେଶ୍ୱର,ନିରପେକ୍ଷ ଖବର,ତା.୦୯/୧୨/୧୯: ଗତ ଜୁଲାଇ ୬ ତାରିଖରୁ ଆରମ୍ଭ ହୋଇଥିବା ସଙ୍ଗଠନ ପର୍ବ -୨୦୧୯ ଡିସେମ୍ବର ମାସରେ ସମାପ୍ତି ହେବ । ଏଯାବତ ରାଜ୍ୟରେ ୩୭ହଜାର ବୁଥରୁ ୨୪ ହଜାର ୫ଶହ ୩୫ ବୁଥ କମିଟି ଗଠନ ହୋଇସାରିଛି । ସେହିପରି ୧୦୦୪ ମଣ୍ଡଳରୁ ୯୦୦ରୁ ଉଦ୍ଧ୍ୱର୍ ମଣ୍ଡଳରେ ନିର୍ବାଚନ ଶେଷ ହୋଇଛି । ଦଳୀୟ ସମ୍ବିଧାନ ଅନୁସାରେ ମଣ୍ଡଳ ନିର୍ବାଚନ ପରେ ଜିଲ୍ଲା ନିର୍ବାଚନ ପକ୍ରିୟା ଆରମ୍ଭ ହୁଏ । ସେଥିଲାଗି ଆଗାମୀ ୧୪,୧୫ ଏବଂ ୧୬ ତାରିଖରେ ବିଜେପିର ୩୬ଟି ସାଙ୍ଗଠନିକ ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ରାଜ୍ୟ ମୁଖପାତ୍ର ଓ ରାଜ୍ୟ ସହ ନିର୍ବାଚନ ଅଧିକାରୀ ଶ୍ରୀ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି ।

Blank space

ଶ୍ରୀ ରାୟ କହିଛନ୍ତି ଯେ, ବିଜେପି ହେଉଛି ଭାରତର ସବୁଠାରୁ ବଡ ରାଜନୈତିକ ଦଳ ଏବଂ ଦଳର ଗଣତାନ୍ତ୍ରିକ ପଦ୍ଧତିରେ ବୁଥ ସଭାପତି, ମଣ୍ଡଳ ସଭାପତି, ଜିଲ୍ଲା ସଭାପତି, ରାଜ୍ୟ ସଭାପତି ନିର୍ବାଚନ ହୋଇଥାଏ । ବିଜେପିର ଜିଲ୍ଲା ସଭାପତି ନିର୍ବାଚନ ପୂର୍ବରୁ ଡିସେମ୍ବର ୧୧ ଏବଂ ୧୨ ତାରିଖରେ ପ୍ରତ୍ୟେକ ଜିଲ୍ଲାକୁ ୨ ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ଯିବେ । ନବ ନିଯୁକ୍ତ ମଣ୍ଡଳ ସଭାପତି ଏବଂ ଜିଲ୍ଲା ପ୍ରତିନିଧୀ ମାନଙ୍କ ପରାମର୍ଶ ନେଇ ଜିଲ୍ଲା ନିର୍ବାଚନ କରାଯିବ ।

ବର୍ତମାନ ସୁଦ୍ଧା ୩୫ଟି ସାଙ୍ଗଠନିକ ଜିଲ୍ଲାରେ ମଣ୍ଡଳ ନିର୍ବାଚନ ସମାପ୍ତ ହୋଇଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ନରେନ୍ଦ୍ର ସିଂହ ତୋମାର ଏବଂ ସାଂସଦ ଶ୍ରୀ ରାଜୀବ ପ୍ରତାପ ରୁଢୀଙ୍କୁ ରାଜ୍ୟ ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଭାବେ ଦାୟୀତ୍ୱ ଦିଆଯାଇଛି । ଜିଲ୍ଲା ନିର୍ବାଚନ ପ୍ରକ୍ରିୟା ୧୬ ତାରିଖରେ ସରିବା ପରେ ରାଜ୍ୟ ସଭାପତି ନିର୍ବାଚନ ପାଇଁ କେନ୍ଦ୍ର ବିଜେପି ପକ୍ଷରୁ ତାରିଖ ଘୋଷଣା କରାଯିବ ବୋଲି ଶ୍ରୀ ରାୟ କହିଛନ୍ତି । ଏହି ଅବସରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.