[pj-news-ticker]

ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା

0

ଭୁବନେଶ୍ୱର, ନିରପେକ୍ଷ ଖବର: ପ୍ରବାସୀ ଭାରତୀୟ ଦିବସ ଅବସରରେ ଏସିଆନ ଇଣ୍ଡିଆ ଇକୋନୋମିକ କାଉନସିଲ (ଏ.ଆଇ.ଇ.ସି) ଏବଂ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇ.ସି.ସି) ଚୁକ୍ତିରେ ସାମିଲ ହୋଇଛନ୍ତି।

କମ୍ପାନି, ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷଙ୍କ ଲାଗି ଏକ
ଫୋରମ ସୃଷ୍ଟି ଦିଗରେ ଏହା ସହାୟକ ହେବ। ଆଇସିସି ଓଡ଼ିଶା ଅଧ୍ୟକ୍ଷ ରାଜୀବ ଶେଖର ସାହୁ, ଏଆଇଇସି ମାଲେସିଆ ଅଧ୍ୟକ୍ଷ ଦାତୋ ରମେଶ କୋଡାମାଳ, ଏଆଇଇସି ଫିଲିପାଇନ୍ସ ସହ ଅଧ୍ୟକ୍ଷ ଜୋନି ଛୋଟରାଣୀ, ଇନଭେସିଫାଏ କମ୍ପାନୀ ଲିମିଟେଡ୍ , ହାନୋଇ ଭିଏତନାମ ସିଇଓ ଇନ୍ଦୋନିଲ ସେନଗୁପ୍ତା, ଓକାକ୍ ପରିଚାଳନା ନିର୍ଦ୍ଦେଶକ( ସୂଚନା ପ୍ରଯୁକ୍ତିବିଦ୍ୟା) ବିଭାଗର ମାନସ ପଣ୍ଡା ଓ ଆଇସିସି ଆଞ୍ଚଳିକ ନିର୍ଦ୍ଦେଶକ ଜ୍ୟୋତି ପ୍ରକାଶ ପାଲଙ୍କ ଉପସ୍ଥିତରେ ଏହି ଚୁକ୍ତିନାମା ସାକ୍ଷରିତ ହୋଇଥିଲା। ଏହା ଦ୍ବାରା କାର୍ଯ୍ୟକ୍ରମ ଆୟୋଜନ,
ଭାବ ଆଦାନ ପ୍ରଦାନ ଏବଂ ନିୟାମକ କ୍ଷେତ୍ରରେ ଏସିଆନ ଦେଶ ଗୁଡିକୁ ମିଳିତ ହୋଇ କାର୍ଯ୍ୟ କରିବେ । ଶେଷରେ ଆଇସିସି ରାଜ୍ୟ ପରିଷଦର ଉପାଧ୍ୟକ୍ଷ ନୀଳାଞ୍ଜନା ମୁଖାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.