Blank space
Blank space
Breaking News/ମୁଖ୍ୟ ଖବର:
ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘ
Blank space

ବଲିଉଡ ଡ୍ୟାନ୍ସ ଆଇକନ ଶକ୍ତିମୋହନ ଓଡିଶା ଝିଅଙ୍କୁ ଆଗକୁ ନେବାପାଇଁ ଆରମ୍ଭ କରିବେ ଘୁଂଗରୁ

ଓଡ଼ିଶାରୁ ଭଗନେବେ 100ରୁ ଉର୍ଦ୍ଧ ଛାତ୍ରୀ l

0

ପ୍ରତିଯୋଗିତାରେ ଯେଉଁମାନେ ଭଗନେବାକୁ ଚାହୁଁଛନ୍ତି ସେମାନେ 9938220888 ହ୍ଵାଟ୍ସଆପ ନମ୍ବରରେ ଯୋଗାଯୋଗ କରନ୍ତୁ…

ଭୁବନେଶ୍ୱର,ନିରପେକ୍ଷ ଖବର :ତା ୦୯/୧୧-ରାଜ୍ୟରେ କେବଳ ଶିକ୍ଷା ନୁହେଁ କ୍ରୀଡା, ସଂସ୍କୃତି ପ୍ରତ୍ୟେକ ସ୍ତରରେ ପ୍ରତିଭା ସମ୍ପର୍ଣ୍ଣ ପିଲାମାନଙ୍କୁ ଦେଶରେ ଅଗ୍ରଣୀ କରି ସଫଳତାର ଶିଖରରେ ପହଂଚାଇବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ସଫଳତାର ସହ ସୁବିଧା ଯୋଗେଇ ଦେଇଆସିଅଛି ଓଡିଶା ଅଭିଭାବକ ମହାସଂଘ l ଏବେ ଏକ ନୂଆ ଆଭିଯାନ “ବେଟି ବଚାଓ ବେଟି ପଢ଼ାଓ-ଦେଶ କୋ ଆଗେ ବଢ଼ାଓ ” କାର୍ଯ୍ୟକ୍ରମ ମାଧ୍ୟମରେ ଝିଅ ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ମଧ୍ୟ ପ୍ରୋତ୍ସାହନ ଦେବାକୁ ସ୍ଥିର କରାଯାଇଛି l ବଲିଉଡରେ ନୃତ୍ୟ କ୍ଷେତ୍ରରେ ଓଡିଶା ର ଝିଅ ମାନଙ୍କର ସେତେଟା ଉପସ୍ଥିତି ଆଜି ପର୍ଯ୍ୟନ୍ତ ଆସି ପାରି ନାହିଁ l ଓଡିଶାରେ ମଧ୍ୟ ଡ୍ୟାନସିଂ କ୍ଷେତ୍ରରେ ପ୍ରତିଭାର ଅଭାବ ନାହିଁ l ଖାଲି ଏକ ସଠିକ ପ୍ଲାଟଫର୍ମ ଓ ମାର୍ଗ ଦର୍ଶନର ଅଭାବ ରହିଛି l ସେହି କ୍ଷେତ୍ରରେ ଓଡିଶାର ପିଲାମାନଙ୍କୁ ସୁଯୋଗ ଦେବା ପାଇଁ ଏକ ଅଭିନଵ ପରିକଳ୍ପନା କରାଯାଇଛି l ବଲିଉଡ ର ଲୋକପ୍ରିୟ ଡ୍ୟାନସିଂ ଆଇକନ ଶକ୍ତିମୋହନ ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଓ ଉପଦେଷ୍ଟା ପ୍ରଦୀପ ସେଠୀଙ୍କ ଅନୁରୋଧ ରକ୍ଷା କରି ଓଡିଶାର ପିଲାମାନଙ୍କୁ ବିନା ମୂଲ୍ୟରେ ଓ ନିଜ ପ୍ରଚେଷ୍ଟାରେ ପ୍ରମୋସନ ଦେବା ପାଇଁ ରାଜି ହୋଇଛନ୍ତି l ସେହି ମହତ ଉଦେଶ୍ୟକୁ କାର୍ଯ୍ୟକାରୀ କରିବା ପାଇଁ ବଲିଉଡ ଡ୍ୟାନସିଂ ଷ୍ଟାର ଶକ୍ତିମୋହନ ଆସନ୍ତା ନଭେମ୍ବର 14 ରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏହି ଟ୍ୟାଲେଣ୍ଟ ସର୍ଚ୍ଚ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି l ସେ 13 ତାରିଖରେ ଭୁବନେଶ୍ୱରରେ ପହଂଚିବେ ଓ 15 ତାରିଖ ଅପରାହ୍ନ ରେ ମୁମ୍ବାଇ ଫେରିବାର କାର୍ଯ୍ୟକ୍ରମ ରହିଛି l ଏହି ଟ୍ୟାଲେଣ୍ଟ ସର୍ଚ୍ଚ କାର୍ଯ୍ୟକ୍ରମରେ ଶହେରୁ ଉର୍ଦ୍ଧ ପ୍ରତିଯୋଗୀଙ୍କ ମଧ୍ୟରୁ 20 ଜଣ ଟ୍ୟାଲେଣ୍ଟେଡ ଡ୍ୟାନସିଂ ଷ୍ଟାରଙ୍କୁ ପ୍ରଥମେ ପର୍ଯ୍ୟାୟରେ ଚୟନ କରାଯିବ l କେବଳ ଛାତ୍ରୀ ମାନଙ୍କ ପାଇଁ ହେଉଥିବା ଏହି ଡ୍ୟାନ୍ସ ପ୍ରତିଯୋଗିତାରେ ଯେଉଁମାନେ ଭଗନେବାକୁ ଚାହୁଁଛନ୍ତି ସେମାନେ 9938220888 ହ୍ଵାଟ୍ସଆପ ନମ୍ବରରେ ଯୋଗାଯୋଗ କରିବାକୁ ବେଟି ବଚାଓ ବେଟି ପଢ଼ାଓ ଦେଶକୋ ଆଗେ ବଢ଼ାଓ, ଓଡ଼ିଶାର ଆବାହକ ଆଦିଶା ମହାନ୍ତି ଅନୁରୋଧ କରିଛନ୍ତି l ମିସ ଆଦିଶା ମହାନ୍ତି କହିଛନ୍ତି ଏହି ପ୍ରୋଗ୍ରାମ ଦ୍ଵିତୀୟ ପର୍ଯ୍ୟାୟରେ ସେହି କୋଡିଏ ଜଣଙ୍କ ମଧ୍ୟରୁ ସର୍ବୋତମ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଦୁଇଜଣ ମୋଷ୍ଟ ଟ୍ୟାଲେଣ୍ଟେଡ ଡ୍ୟାନସିଂ ଷ୍ଟାରଙ୍କୁ ମୁମ୍ବାଇରେ ଶକ୍ତିମୋହନ ନିଃଶୁଳ୍କ ଟ୍ରେନିଂ ଦେଇ ବଲିଉଡରେ ପ୍ରମୋଟ କରିବାକୁ ପ୍ରତିଶୃତି ଦେଇଛନ୍ତି l ଦ୍ଵିତୀୟ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବା ସମସ୍ତ 20 ଜଣ ପ୍ରତିଯୋଗୀଙ୍କୁ ଓଡିଶାର ମହାମହିମ ରାଜ୍ୟପାଳ ପ୍ର. ଗଣେସୀ ଲାଲ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦ୍ୱାରା ପୁରସ୍କୃତ କରିବା ସହ ସିଲ ଓ ସାର୍ଟିଫିକେଟ ପ୍ରଦାନ କରାଯିବାର କାଯ୍ୟକ୍ରମ ରହିଛି ବୋଲି ଏହାର ସଂଯୋଜକ ପଦ୍ମାବତୀ ମାଣିକ ଏକ ପ୍ରେସ ରିଲିଜ ରେ ଜଣାଇଛନ୍ତି l

Mo sapath

Leave A Reply

Your email address will not be published.