ଭୁବନେଶ୍ୱର,ନିରପେକ୍ଷ ଖବର :ତା ୧୦/୧୧ ଜାତୀୟ ତଥା ଆନ୍ତର୍ଜାତିକ ବଜାରରେ ଓଡ଼ିଶାର କଳାକାରମାନଙ୍କ କଳାର ପ୍ରଚାର ପ୍ରସାର ତଥା ସେମାନଙ୍କ ଜୀବନ
ଧାରଣ ମାନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସୁଯୋଗ ସୃଷ୍ଟି କରିବା ପାଇଁ ‘ ଉଇ-୯ ଟ୍ରଷ୍ଟ’ ପକ୍ଷରୁ ୨ଦିନ ଧରି କଳା
ପ୍ରଦର୍ଶନୀ ଚାଲିଥିଲା । ଓଡ଼ିଆ ଜାତିର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ ଏକ ଚିତ୍ରକଳ୍ପ । ଏ ଜାତି ଚିତ୍ର କଳା କୁ ନେଇ ସ୍ବପ୍ନ ଦେଖେ ଓ ବିଭୋର ହୁଏ । ଏହି ଚେତନାକୁ ନେଇ ଉଇ-୯ ଟ୍ରଷ୍ଟ ପକ୍ଷରୁ ପ୍ରଦର୍ଶନୀର ପ୍ରଥମ ଦିନରେ ପୂର୍ବତନ ମନ୍ତ୍ରୀ – ନିରଞ୍ଜନ ପଟ୍ଟନାୟକ, ମଧୁଜ୍ୟୋତ୍ସ୍ନା ସିଂ, ଗାର୍ଗ ପଟ୍ଟନାୟକ, ସଚିଦାନନ୍ଦ ଦାସ, ରବିନ୍ଦ୍ର ମିଶ୍ର, ସନ୍ତୋଷ କୁମାର ସିଂ ଓ ବିଭିନ୍ନ ବର୍ଗର
ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଅନେକ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଚିତ୍ରକଳା ପ୍ରଦର୍ଶନୀକୁ ଉପଭୋଗ କରିବା ସହ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । କଳାକାରମାନଙ୍କ କଳା ସାମଗ୍ରୀକୁ ଇ-କମର୍ସ ଓ ପ୍ରତ୍ୟକ୍ଷ ବଜାର ମାଧ୍ୟମରେ କିପରି ଜାତୀୟ ତଥା ଆନ୍ତର୍ଜାତିକ ବଜାରରେ ବହୁଳ ପ୍ରଚାର ପ୍ରସାର କରାଯାଇ ପାରିବ ଏହି ପ୍ରଦର୍ଶନୀର ମୁଖ୍ୟ ଲକ୍ଷ୍ୟ ରହିଛି । ପଦ୍ମବିଭୂଷଣ ସୁଦର୍ଶନ ସାହୁ , ଡ଼.ସଙ୍ଘମିତ୍ରା ପତି,
କଳିଙ୍ଗକେଶରୀ ରଥ ଓ ଉଇ-୯ ର ସମ୍ପାଦିକା ଶ୍ରୀମତୀ ପ୍ରୀତିଜ୍ୟୋସ୍ନା ଦେଓଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟିତ କରାଯାଇଛି । କଳାକାରମାନଙ୍କୁ ଆର୍ଥିକ ଓ ସାମାଜିକ ସହାୟତା ମାଧ୍ୟମରେ ସହଯୋଗ କରାଯିବ । ଏଥିପାଇଁ ଏହି ପ୍ରଦର୍ଶନୀ ‘ପ୍ୟୁରିଟି ଭାବରେ ଉପସ୍ଥାପନ କରାଯାଇ ଏଥିରେ ଭଗବାନ କୃଷ୍ଣ, ବୁଦ୍ଧ ଓ ଅନ୍ୟାନ୍ୟ ବିଷୟବସ୍ତୁ ନେଇ କଳା ପ୍ରଦର୍ଶନୀ କରାଯାଇଛି
ଏହି କଳା ପ୍ରଦର୍ଶନୀ ଗତ କାଲିଠାରୁ ଆୟୋଜିତ ହୋଇଥିବା ବେଳେ ଏଥିରେ ଆମ ଚିତ୍ରକଳାକୁ ପ୍ରଶଂସିତ କରିଛନ୍ତି କଳାନୁରାଗି ଦର୍ଶକ ମଣ୍ଡଳି । ଆମ କଳା ସଂସ୍କୃତିର ପ୍ରକ୍ଷାପନ ଏବଂ ଚିତ୍ର ଶିଳ୍ପୀମାନଙ୍କୁ ପ୍ରୋତ୍ସାହନ ଦେବାପାଇଁ ଏହି ପ୍ରଦର୍ଶନୀ ଅନେକ ଗୁରୁତ୍ବ ବହନ କରୁଥିବାବେଳେ ଅନେକ ମହତ୍ବ ମଧ୍ୟ ରଖୁଛି ।
‘ଉଇ-୯’ ଟ୍ରଷ୍ଟର ଏହି ମହାନ ଲକ୍ଷ୍ୟକୁ ସାଧ୍ୟ କରିବା ପାଇଁ ଏପରି ଏକ ନିଆରା ପ୍ରୟାସ ଏବେ ସମସ୍ତଙ୍କ ମନକୁ ଛୁଇଁଛି । ଚିତ୍ରଶିଳ୍ପୀମାନଙ୍କୁ ଏହି ପ୍ରଦର୍ଶନୀ ମାଧ୍ୟମରେ ପୃଷ୍ଠପୋଷକତା ଦେବାର ଉଦ୍ୟମକୁ ଧନ୍ୟବାଦ୍ ଦେଇଛନ୍ତି ସାଧାରଣ ଦର୍ଶକ । ଶେଷରେ ସମାଜସେବୀ ମାନସ କୁମାର ଜେନା ଏବଂ ଓଡ଼ିଶା ସଙ୍କେତର ସମ୍ପାଦକ ବଦ୍ରିନାରାୟଣ ମହାନ୍ତି ଉପସ୍ଥିତ ରହି ଏହି ଚିତ୍ର କଳା ପ୍ରଦର୍ଶନୀକୁ ସୁଚାରରୂପେ ତୁଲାଇଥିଲେ ।
