Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ରେଡ଼୍ ସ୍ୱସ୍ତିକ୍ ସୋସାଇଟି ପକ୍ଷରୁ ଶ୍ରବଣ –ବାକ୍ ଶକ୍ତି ବାଧିତ ବ୍ୟକ୍ତିଙ୍କ ପାଇଁ ନିଃଶୁଳ୍କ ଚିକିତ୍ସା ସେବାର ଶୁଭାରମ୍ଭ

0

ଭୂବନେଶ୍ୱର,ନିରପେକ୍ଷ ଖବର:ତା ୧୮/୦୨: ରାଜ୍ୟର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ପକ୍ଷରୁ ଓଡ଼ିଶାରେ ପ୍ରଥମଥର ପାଇଁ ଆର୍ଥିକ ଅନଗ୍ରସର ଶ୍ରବଣ-ବାକ୍ ଶକ୍ତିବାଧିତ ବ୍ୟକ୍ତିମାନଙ୍କ ପାଇଁ ନିଶୁଳ୍କ ଚିକିତ୍ସା ସେବାର ଶୁଭାରମ୍ଭ କରାଯାଇଛି । ଉକ୍ତ ସେବା ଦ୍ୱାରା ଦାରିଦ୍ର ସୀମାରେଖା ତଳେ ରହୁଥିବା ଶ୍ରବଣ-ବାକ୍ ଶକ୍ତି ବାଧିତ ବ୍ୟକ୍ତିମାନେ ନିଜର କର୍ଣ୍ଣ ଓ ବାକ୍ ପରୀକ୍ଷା, ଅସ୍ତ୍ରୋପଚାର ଏବଂ କର୍ଣ୍ଣଯନ୍ତ୍ର ଇତ୍ୟାଦି ସେବା ସଂପୂର୍ଣ୍ଣ ରୂପେ ମାଗଣାରେ ପାଇପାରିବେ । ଭୁବନେଶ୍ୱର ଆଇଆର୍‌ସି ଭିଲେଜ୍ ସ୍ଥିତ କମ୍ୟୁନିଟି ହଲ୍‌ଠାରେ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ଉର ନିର୍ବାଚନ ମଣ୍ଡଳିର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଯୋଗଦେଇ ଏହି ଚିକିତ୍ସା ସେବାର ଶୁଭ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ରାଜ୍ୟ କମିଶନର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଶ୍ରୀମତୀ ସୁଲୋଚନା ଦାସ, ଭାରତ ସରକାରଙ୍କ ଅଲ୍ଲୀ ୟାବର ଜଙ୍ଗ୍ ନ୍ୟାସନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସ୍ପିଚ୍ ଆଣ୍ଡ୍ ହିଅରିଂ ଡ଼ିଜାବିଲିଟିର ସହ-ନିର୍ଦ୍ଦେଶକ ଲାନୁବଏ ଆଇମୋ, ପ୍ରଫେସର୍ ଡ଼ା. ଦିଲ୍ଲୀପ ମହାପାତ୍ର, ଚାଟାର୍ଡ଼ ଆକାଉା ଶରତ ଚନ୍ଦ୍ର ଭଦ୍ରା, ବିଶିଷ୍ଟ ଜ୍ୟୋର୍ତିବିଦ୍ ପଣ୍ଡିତ୍ ଶ୍ରୀପତି ଆଚାର୍ଯ୍ୟ ଯୋଗଦାନ କରିଥିଲେ । ଅତିଥିମାନଙ୍କ ସହିତ ରେଡ଼୍ ସ୍ୱସ୍ତିିକ ସୋସାଇଟିର ସଭାପତି ବିଜୟ ଆଚାର୍ଯ୍ୟ ଏବଂ ସଚିବ ଓ କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସଂଗଠନର ଏଭଳି ପଦକ୍ଷେପ ଓ ପ୍ରୟାସକୁ ଉପସ୍ଥିତ ଅତିଥିମାନେ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ । ଏହି ଚିକିତ୍ସା ସେବା ନିରନ୍ତର ନିରବଚ୍ଛିନ୍ନ ରୂପେ ଜାରି ରହିବା ସହ ଆବଶ୍ୟକୀୟ ସରକାରୀ ସ୍ତର ହେଉ କି ବେସରକାରୀ ସ୍ତରରେ ସହଯୋଗ ମିଳିଲେ ଅଧିକରୁ ଅଧିକ ଲୋକ ସେବା ପାଇପାରିବେ ବୋଲି ସଚିବ ଓ କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ ୨୦୧୮ରୁ ରେଡ଼୍ ସ୍ୱସ୍ତିକ୍ ସୋସାଇଟି, ଓଡ଼ିଶା ଶାଖା ପକ୍ଷରୁ କୋଲକତା, ଶ୍ରକାକୁଲମ୍‌, ଉରାଖଣ୍ଡ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶା ରାଜ୍ୟର ପାଖାପାଖି ୮୦୦ଶହରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କୁ କୃତ୍ରିମ ଅଙ୍ଗ ନିଶୁଳ୍କ ଲଗାଇସାରିଛି । ଏହା ସହ ସମାଜସେବା କ୍ଷେତ୍ରରେ ରେଡ଼୍ ସ୍ୱସ୍ତିକ୍ ସର୍ବଦା ଲୋକଙ୍କ ସହିତ ରହିବା ସହ ଆଗାମୀ ଦିନରେ ନୂତନ ଜନହୀତକାରୀ ପଦକ୍ଷେପ ମାନ ଗ୍ରହଣ କରାଯିବବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

Mo sapath

Leave A Reply

Your email address will not be published.