Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତ
Blank space

ମନ୍ତ୍ରୀ ଓ ତାଙ୍କ ମହିଳା ଅତିଥିଙ୍କର ହେଟୋଲ୍ ତାଜ କ୍ରିୀଷ୍ଣାରେ ରହଣି ବ୍ୟବସ୍ଥା କେଉଁ ସଂସ୍ଥା କରିଥିଲା ଖୋଲିଲା ନୂଆ ରହସ୍ୟ

0

ଭୁବନେଶ୍ୱର, ନିରପେକ୍ଷ ଖବର:ତା ୨୯.୧୧ – ଗତକାଲି ବିଧାନସଭାରେ କଂଗ୍ରେସ ଦଳର ବିଧାୟକମାନେ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଘଟଣାବଳୀର ସତ୍ୟତା ଜାଣିବା ପାଇଁ ଉଦ୍ବେଗ ପ୍ରକାଶ କରିବା ସହିତ ମାନ୍ୟବର ବାଚସ୍ପତି ମହୋଦୟଙ୍କ ପାଖରୁ ଶ୍ରୀ ପାଣିଗ୍ରାହୀଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏହି ଘଟଣାର ଉତର ଗୃହରେ ରଖନ୍ତୁ ବୋଲି ଦାବି କରିଥିଲେ । ବାଚସ୍ପତି ମହୋଦୟ ଗୃହର ସଦସ୍ୟମାନଙ୍କର ଉଦ୍ବେଗକୁ ଲକ୍ଷ୍ୟ କରି ଶ୍ରୀ ପାଣିଗ୍ରାହୀଙ୍କୁ ଉତର ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅତି ଦୁଃଖର କଥା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଭୁବନେଶ୍ୱରରେ ଥାଇ ମଧ୍ୟ ଗୃହରେ ବିବୃତି ରଖିବା ପରିବର୍ତେ ସରକାରଙ୍କ ପକ୍ଷରୁ ବିକ୍ରମ ଆରୁଖଙ୍କୁ ଉତର ରଖିବା ପାଇଁ ଦାୟିତ୍ୱ ପ୍ରଦାନ କଲେ । ଏଭଳି ଏକ ସଂଗୀନ ଓ ଗୁରୁତର ଅଭିଯୋଗକୁ ମନ୍ତ୍ରୀ ବିକ୍ରମ ଆରୁଖ ଅତି ହାଲୁକା ଭାବେ ନେଇ ଏକ ଧାଡିକିଆ ସ୍ପଷ୍ଟୀକରଣ ରଖିଲେ ଯେ ମନ୍ତ୍ରୀଙ୍କର ହାଇଦ୍ରାବାଦ ଗସ୍ତ ଖର୍ଚ୍ଚ ରାଜ୍ୟ ସରକାର କେବଳ ବହନ କରିଛନ୍ତି ଏବଂ ଅନ୍ୟ ଦୁଇ ମହିଳା ସହଯାତ୍ରୀଙ୍କର କୌଣସି ଖର୍ଚ୍ଚ ରାଜ୍ୟ ସରକାର ବହନ କରିନାହାନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଯେଉଁ ମନ୍ତ୍ରୀ ବିଧାନସଭା ଭଳି ପବିତ୍ର ଗୃହରେ ଉତର ରଖିଲେ ସେ ମନ୍ତ୍ରୀ ମଧ୍ୟ ନିଜେ ନିଜ ପତ୍ନୀଙ୍କ ନାମରେ ଇଚ୍ଛାଧିନ କୋଟାରୁ ଏକାଧିକ ଘର ନେଇଥିଲେ ଏବଂ ଧରାପଡିବା ପରେ ଲୋକଲଜ୍ଜାକୁ ଭୟ କରି ଘର ମଧ୍ୟ ଫେରାଇଥିଲେ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ଶ୍ରୀ ସତ୍ୟ ପ୍ରକାଶ ନାୟକ ଏହି ଘଟଣାର ଅଧିକରୁ ଅଧିକ ଦୃଢ ତଥ୍ୟ ଏବଂ ତତ୍ସହିତ ସମସ୍ତ ଦସ୍ତାବିଜ୍ ଉପସ୍ଥାପିତ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କଲେ ଯେ ଯଦି ରାଜ୍ୟ ସରକାର ମନ୍ତ୍ରୀଙ୍କ ଗସ୍ତ ଖର୍ଚ୍ଚ କରିଛନ୍ତି ବୋଲି କହୁଛନ୍ତି, ତେବେ ରାଜ୍ୟ ସରକାର କହିବେ କି ୪.୧୦.୨୦୧୯ ତାରିଖ ଏବଂ ୫.୧୦.୨୦୧୯ ତାରିଖ ଇଣ୍ଡିଗୋ ବିମାନ ଟିକେଟ୍ ପିଏନ୍ଆର ନମ୍ବର ଗକଐଐ୮ଇ ରେ ଗୋଟିଏ ମାତ୍ର ଟିକେଟ୍ କଟାଯାଇଛି । ଯେଉଁଥିରେ କି ଏହି ଟିକେଟ୍ରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏବଂ ଦୁଇଜଣ ଭଦ୍ର ମହିଳା ଆର. ମହାପାତ୍ର ଏବଂ ଏସ୍.ଏସ୍. ମହାପାତ୍ରଙ୍କ ନାମ ଉଲ୍ଲେଖ ଅଛି । ପ୍ରଦେଶ କଂଗ୍ରେସର ପ୍ରଶ୍ନ ଯେ ରାଜ୍ୟର ମନ୍ତ୍ରୀ ରାଜ୍ୟ ବାହାରକୁ ଓଡିଶାର ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଗସ୍ତ କରୁଥିବା ବେଳେ ଏହି ଖର୍ଚ୍ଚ ସାଧାରଣତଃ ରାଜ୍ୟ ସରକାର ବା ପର୍ଯ୍ୟଟନ ଶିଳ୍ପର ବିଭାଗ (ଙଞଊଉ) ବହନ କରିଥାଏ । କିନ୍ତୁ କିଭଳି ଭାବରେ ଏବଂ କେଉଁ ଉଦ୍ଦେଶ୍ୟରେ ତାଜ୍ କ୍ରିଷ୍ଣା ଇଂଟରନ୍ୟାସନାଲ ହୋଟେଲ ଖର୍ଚ୍ଚ ଓ ବିମାନ ଭଡା ଖର୍ଚ୍ଚ ଫେଡେରେସନ୍ ଅଫ ଇଣ୍ଡିଆନ୍ ଚ୍ୟାମ୍ବର୍ସ ଅଫ୍ କମର୍ସ ବହନ କରିଥିଲା । ଏଥିରୁ ସ୍ପଷ୍ଟ ପ୍ରମାଣିତ ରାଜ୍ୟ ସରକାରଙ୍କ ପାଖରେ ଘୋର ଆର୍ଥିକ ଅଭାବ ଯୋଗୁଁ ପ୍ରାଇଭେଟ୍ ସଂସ୍ଥାମାନେ ମନ୍ତ୍ରୀ ଏବଂ ତାଙ୍କ ଅତିଥିଙ୍କର ସମସ୍ତ ଗସ୍ତ ଖର୍ଚ୍ଚ ବହନ କରିଛନ୍ତି । କିନ୍ତୁ ପବିତ୍ର ଗୃହରେ ମନ୍ତ୍ରୀ ଯେଉଁ ତଥ୍ୟ ରଖିଲେ ତାହା ଏ ଶତାବ୍ଦୀର ଡାହା ମିଛ । ରାଜ୍ୟ ସରକାର ସ୍ୱଚ୍ଛତାର ଡିଣ୍ଡିମ ପିଟୁଥିବା ବେଳେ ଏବଂ ୫-ଞ କଥା କହୁଥିବା ବେଳେ ଏହା କିଭଳି ସ୍ୱଚ୍ଛତା ତାହା ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରକାଶ କରିବେ କି? ଯେଉଁ ପ୍ରାଇଭେଟ୍ ସଂସ୍ଥା ଏ ସମସ୍ତ ଖର୍ଚ୍ଚ ବହନ କଲା ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟ ସରକାର ସେ ପ୍ରାଇଭେଟ୍ ସଂସ୍ଥାକୁ କିଭଳି ଅନୁଗୃହୀତ କରିଥିବେ, ତାହା ମଧ୍ୟ ପ୍ରକାଶ କରିବା ଉଚିତ୍ । ଖାଲି ସେତିକି ନୁହେଁ, ଏହି ଦୁଇ ଭଦ୍ର ମହିଳାଙ୍କ ଦ୍ୱାରା ଓଡିଶାର ପର୍ଯ୍ୟଟନ ଶିଳ୍ପର କିଭଳି ବିକାଶ ଘଟିଲା ବା ଏହି ଦୁଇ ଭଦ୍ର ମହିଳା ପୂର୍ବରୁ କେବେ ଅନ୍ୟ କୌଣସି ରାଜ୍ୟରେ ‘ରୋଡ୍ ସୋ’ରେ ଭାଗ ନେଇଛନ୍ତି କି ନାହିଁ ଏବଂ ଏହି ଦୁଇ ମହିଳା ରାଜ୍ୟର ମନ୍ତ୍ରୀଙ୍କ ସହିତ ଏକତ୍ର ବିମାନ ଯାତ୍ରା କରିବା ଓ ପଂଚତାରକା ହୋଟେଲ୍ରେ ରହିବା ଏହା ମନ୍ତ୍ରୀଙ୍କର ପଦ ଏବଂ ଗୋପନୀୟତାର ମର୍ଯ୍ୟାଦା ହାନୀ କରିଛି କି ନାହିଁ ତାହା ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଆଗରେ ନିଜେ ପ୍ରକାଶ କରନ୍ତୁ । ସବୁଠାରୁ ବଡ ଆଶ୍ଚର୍ଯ୍ୟର କଥା ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କର ପଦବୀ ଅନୁଯାୟୀ କୌଣସି ପଂଚତାରକା ହୋଟେଲ୍ରେ ରହିବାର ରାଜ୍ୟ ସରକାରଙ୍କ ବିଧି ବିରୁଦ୍ଧାଚରଣ କରୁଥିବା ସତ୍ୱେ କିଭଳି ମନ୍ତ୍ରୀ ମହୋଦୟ ଓ ତାଙ୍କର ଦୁଇ ମହିଳା ଅତିଥି ପଂଚତାରକା ହୋଟେଲ୍ ରହିଲେ, ଏହା ମଧ୍ୟ ତଦନ୍ତ ସାପେକ୍ଷ । ଆଜି ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.

kmaa26.com | 500: Internal server error

Internal server error Error code 500

Visit cloudflare.com for more information.
2025-11-18 14:05:10 UTC
You

Browser

Working
Paris

Cloudflare

Error
kmaa26.com

Host

Working

What happened?

There is an internal server error on Cloudflare's network.

What can I do?

Please try again in a few minutes.