Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ପରୀକୁ ନ୍ୟାୟ ଦେବା ପାଇଁ ଦିଲ୍ଲୀରୁ ଆସିଲେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ

0

ଭୂବନେଶ୍ୱର,ନିରପେକ୍ଷ ଖବର: ତା.୧୦/୧୨: ନୟାଗଡ଼ର କୁନି ଝିଅ ପରୀକୁ ନ୍ୟାୟ ଦେବା ପାଇଁ ଦିଲ୍ଲୀରୁ ଆସିଲେ ବିଜେପି ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ। ସେ ନୂତନ ଭାବେ ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତି ହୋଇ ପ୍ରଥମେ ୪ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ଆଜି ନୟାଗଡ ଜିଲ୍ଲା ଯଦୁପୁର ଗାଁକୁ ଯାଇ ପରୀ ପରିବାରକୁ ଭେଟିବା ସହ ପୁରା ଘଟଣା ବିଷୟରେ ବୁଝିଛନ୍ତି। ଶ୍ରୀମତୀ ପୁରୁନ୍ଦେଶ୍ୱରୀ ପ୍ରଥମେ ପରୀର ବାପା, ମାଁଙ୍କୁ ଭେଟି ଆଲୋଚନା କରିବା ପରେ ଘଟଣସ୍ଥଳକୁ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହା ପରେ ଶ୍ରୀମତୀ ପୁରନ୍ଦେଶ୍ୱରୀ ଗ୍ରାମବସୀଙ୍କ ସହ ମଧ୍ୟ ଘଟଣା ସଂପର୍କରେ ଆଲୋଚନା କରିଥିଲେ ।
ପରୀ ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ବୋଲି କହିବା ସହ ଏଭଳି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ନିରବ ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି । ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ରାଜ୍ୟ ମନ୍ତ୍ରୀମଣ୍ଡଳର ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁ ତୁରନ୍ତ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ନଚେତ୍ ମୁଖ୍ୟମନ୍ତ୍ରୀ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ତୁରନ୍ତ ବହିଷ୍କାର କରନ୍ତୁ ବୋଲି ଦାବି କରିଛନ୍ତି। ମୁଖ୍ୟ ଅଭିଯୁକ୍ତକୁ ଘଂଟ ଘୋଡାଇ ସୁରକ୍ଷା ଦେଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କୁ ମୁଖ୍ୟମନ୍ତ୍ରୀ କାହିଁକି ସୁରକ୍ଷା ଦେଉଛନ୍ତି ବୋଲି ପ୍ରଶ୍ନ କରିବା ସହ ମୃତ ପରୀ ଏବଂ ପରୀ ପରିବାରକୁ ନ୍ୟାୟ ପ୍ରଦାନ ନହେବା ଯାଏଁ ଭାରତୀୟ ଜନତା ପାର୍ଟୀ ଲଢେଇ ଜାରୀ ରଖିବ ବୋଲି ସେ କହିଛନ୍ତି ।
ରାଜ୍ୟବାସୀମାନେ ନିଜ ସୁରକ୍ଷା ପାଇଁ ବିଜେଡିକୁ ବିପୁଳ ଭୋଟ ଦେଇ ଶାସନ କ୍ଷମତା ପ୍ରଦାନ କରିଛନ୍ତି । ଅନ୍ୟ ପଟେ ଶାସକ ବିଜେଡି ରାଜ୍ୟବାସିଙ୍କ ବିଶ୍ୱାସକୁ ହତ୍ୟା କରିଛନ୍ତି । ମାତ୍ର ପରୀକୁ ଅପହରଣ କରାଯାଇ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ, ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏପରିକି ପରୀର ବାପା ଓ ମାଙ୍କୁ ମଧ୍ୟ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଛନ୍ତି । ଯଦି ଗୋଟିଏ ଝିଅକୁ ନ୍ୟାୟ ଦେଇପାରୁ ନାହାନ୍ତି, ତାହେଲେ ସମଗ୍ର ରାଜ୍ୟବାସୀଙ୍କ କିପରି ସୁରକ୍ଷା ଯୋଗାଇ ଦେବେ ବୋଲି ଶ୍ରୀମତୀ ପୁରୁନ୍ଦେଶ୍ୱରୀ ପ୍ରଶ୍ନ କରିଛନ୍ତି । ଏହାର ଉତର ନିଶ୍ଚିତ ଭାବେ ଓଡିଶାବାସୀ ମାଗିବେ ବୋଲି କହିଛନ୍ତି ।
ତଦନ୍ତ ପାଇଁ ରାଜ୍ୟ ସରକାର ଗଠନ କରିଥିବା ଏସଆଇଟିର ମୁଖ୍ୟ ବର୍ତମାନ ଓଡିଶା ରାଜ୍ୟ ପରିବହନ ନିଗମର ମୁଖ୍ୟ ଅଛନ୍ତି । ଏସଆଇଟିର ଜୁଡିସିଆଲ କ୍ଷମତା ନାହିଁ । ତେଣୁ ତଦନ୍ତର କୈାଣସି ପ୍ରାସଙ୍ଗିକତା ନାହିଁ । ନିରପେକ୍ଷ ତଦନ୍ତ ଏବଂ ପରୀକୁ ନ୍ୟାୟ ପାଇଁ ସମଗ୍ର ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ କରିବାକୁ ଶ୍ରୀମତୀ ପୁରନ୍ଦେଶ୍ୱରୀ ଦାବୀ କରିଛନ୍ତି ।
ଏହା କେବଳ ଏକ ହତ୍ୟାକାଣ୍ଡ ନୁହେଁ ବରଂ ଚୋରା ଅଙ୍ଗପ୍ରତ୍ୟଙ୍ଗ ବ୍ୟବସାୟ ସହ ସଂପୃକ୍ତିର ଅଭିଯୋଗ ଆସିଛି । ଚୋରା ମଣିଷ ଅଙ୍ଗ ବ୍ୟବସାୟରେ ସଂପୃକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି । ସେହିପରି ପରୀ ହତ୍ୟାକାଣ୍ଡ ଘଟଣାରେ କଂଗ୍ରେସ ଦଳର ଅସଲି ମୁଖା ପଦାରେ ପଡିଛି ବୋଲି କହିଛନ୍ତି। କଂଗ୍ରେସ ଦଳର କିଛି ନେତୃବୃନ୍ଦମାନେ ଶାସକ ଦଳ ସହ ମିଶି ସମଗ୍ର ଘଟଣାକୁ ଚାପିଦେବା ପାଇଁ ଅର୍ଥ ନେଇଥିବାର କଂଗ୍ରେସର ନେତାମାନେ ହିଁ ସ୍ୱୀକାର କରିଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି । ଏନେଇ ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୬ ଦିନ ଧରି ଜାରୀ ରହିଥିବା ଆନ୍ଦୋଳନରେ ଯୋଗଦେଇ ପରୀ ନ୍ୟାୟ ପାଇଁ ଲଢେଇ ଜାରୀ ରହିବ ବୋଲି ଶ୍ରୀମତୀ ପୁରନ୍ଦେଶ୍ୱରୀ କହିଛନ୍ତି । ଏହି ଅବସରରେ ରାଜ୍ୟ ସଭାପତି ସମୀର ମହାନ୍ତି, ବରିଷ୍ଠ ନେତା କେ.ଭି.ସିଂହଦେଓ, ବରିଷ୍ଠ ନେତ୍ରୀ ସୁରମା ପାଢୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରବି ନାଏକ, ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ, ରାଜ୍ୟ ମୁଖପାତ୍ର ଡ.ଯତୀନ ମହାନ୍ତି, ବିରଂଚି ତ୍ରିପାଠୀ, ଜିଲ୍ଲା ପ୍ରଭାରୀ ନିରଂଜନ ମିଶ୍ର, କସ୍ତୁରୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.