Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ସାଧାରଣ ଜନତାଙ୍କ ପାଖରେ ମୁଁ ଉତ୍ତରଦାୟୀ: ସାଂସଦ ଅପରାଜିତା ଷଡ଼ଙ୍ଗୀ

0

*ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ପାଇଁ ଦେଲେ ୫୫ ପୃଷ୍ଠାର ବର୍ଷକର ରିପୋର୍ଟ କାର୍ଡ:

ଭୁବନେଶ୍ୱର, ନିରପେକ୍ଷ ଖବର: ଯେଉଁମାନେ ମୋତେ ଭୋଟ୍ ଦେଇ ନିର୍ବାଚିତ କରିଥିଲେ ସେମାନଙ୍କ ଅଂଚଳ ପାଇଁ ସାଂସଦ ଭାବେ କ’ଣ କାର୍ଯ୍ୟ କରିଛି,ତାହା ଜଣାଇବା ମୋର ଦାୟିତ୍ୱ ଓ କର୍ତ୍ତବ୍ୟ। ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଣମାଧ୍ୟମକୁ ନିଜର ବାର୍ଷିକ ରିପୋର୍ଟ କାର୍ଡ ଦେବା ଅବସରରେ ଏମିତି କହିଛନ୍ତି। ସେଥିପାଇଁ ସେ ନିଜର ବାର୍ଷିକ ରିପୋର୍ଟ କାର୍ଡ ସାଧାରଣ ଜନତାଙ୍କ ପାଇଁ ଉପସ୍ଥାପନ କରିଛନ୍ତି। ବର୍ଷକ ମଧ୍ୟରେ ସାଂସଦ ଭାବେ ସେ କ’ଣ କରିଛନ୍ତି ତା’ର ହିସାବ ଦେଇଛନ୍ତି ଓ ଆଗାମୀ ଦିନର କାର୍ଯ୍ୟଖସଡ଼ା ପ୍ରସ୍ତୁତ ପାଇଁ ଲୋକଙ୍କ ମତାମତ ମାଗିଛନ୍ତି।ଶ୍ରୀମତୀ ଷଡ଼ଙ୍ଗୀ ନିଜର ୫୫ ପୃଷ୍ଠାର ଏକ ବାର୍ଷିକ ରିପୋର୍ଟ କାର୍ଡରେ ବର୍ଷକ ମଧ୍ୟରେ ସେ ଯାହା କାମ କରିଛନ୍ତି ତା’ର ହିସାବ ଦେଇଛନ୍ତି। ନିଜ ନିର୍ବାଚନମଣ୍ଡଳୀର କେଉଁ ୱାର୍ଡ, ଗାଁ ଓ ପଂଚାୟତ ଆଦି ବୁଲିଛନ୍ତି ତା’ର ହିସାବ ଦେବା ସହ ଜନ ଅଭିଯୋଗ ଶୁଣାଣିକୁ ସେ ସବୁଠୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ପ୍ରାୟ ୮୫% ଅଭିଯୋଗର ସେ ସମାଧାନ କରିଥିବା କଥା ସେ କହିଛନ୍ତି। ଆଗାମୀ ଦିନରେ ଏହି ଜନ ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ଅଧିକ ସରଳ ଓ ସୁବ୍ୟବସ୍ଥିତ କରିବେ। ଏଥିପାଇଁ ନିଜର ସହକର୍ମୀମାନଙ୍କ ସହ ବିଭିନ୍ନ ଅଂଚଳକୁ ଯାଇ ସେଠାରେ ଲୋକଙ୍କ ଅଭିଯୋଗ ଶୁଣିବେ ବୋଲି କହିଛନ୍ତି।ନିଜର ଏହି ବର୍ଷକର କାର୍ଯ୍ୟ ମଧ୍ୟରେ ସେ କେନ୍ଦ୍ର ସରକାରଙ୍କ ୧୧ ଜଣ ମନ୍ତ୍ରୀଙ୍କୁ ଭେଟି ଓଡ଼ିଶା ଓ ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ବିକାଶ ସମ୍ପର୍କରେ ସହଯୋଗ ମାଗିଛନ୍ତି । ସେଥିରୁ ୩ଟି ପ୍ରକଳ୍ପକୁ ଅନୁମତି ମିଳିସାରିଥିବାବେଳେ ବାକିଗୁଡ଼ିକ ଏବେ ମିଳିଯିବ ବୋଲି କହିଛନ୍ତି। ସୁରତ-ଭୁବନେଶ୍ୱର ବିମାନ ଚଳାଚଳ ସେବା, ୧୦୦୦ ସୋଲାର ଲାଇଟ୍ ସ୍ଥାପନ ଓ ହଂସପାଳଠାରେ ୨୪ କୋଟି ଟଙ୍କାରେ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ତାଙ୍କ ଚେଷ୍ଟାରେ ସଫଳ ହୋଇଥିବା କଥା ସେ କହିଛନ୍ତି।ସେ ସଂସଦରେ ନିଜର ୯୬% ଉପସ୍ଥାନ ରଖିଥିବାବେଳେ ୧୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନାରେ ଭାଗ ନେଇଥିଲେ । ବାର୍ଷିକ ବଜେଟ୍ ଉପରେ ଆଲୋଚନା ଓ ଟ୍ରିପଲ ତଲାକ ଉପରେ ନିଜ ଦଳର ଆଭିମୁଖ୍ୟ ଗୃହରେ ରଖିବାର ସୁଯୋଗ ସେ ପାଇଥିଲେ ବୋଲି କହିଛନ୍ତି। ସେହିପରି ନିଜର ୪ଟି ଅଣରାଜନୀତିକ ସଂସ୍ଥାକୁ ପଞ୍ଜିକୃତ କରି ଯୁବ, ମହିଳା, ବୁଦ୍ଧିଜୀବୀ ଓ ଗରିବ ଲୋକଙ୍କ କଲ୍ୟାଣ ପାଇଁ ସେ ପ୍ରୟାସ କରୁଥିବା କଥା କହିଛନ୍ତି । ଯୁବବର୍ଗଙ୍କୁ ସମାଜର ଭଲ କାର୍ଯ୍ୟ ସହ ଯୋଡ଼ିବା ନିମନ୍ତେ ପ୍ରୋତ୍ସାହିତ କରିବାପାଇଁ ୟୁଥ୍ ଫର ଆକ୍ସନ୍ , ମହିଳାଙ୍କୁ ସ୍ୱାବଲମ୍ବୀ ଓ ସେମାନଙ୍କର ବିକାଶ ନିମନ୍ତେ ‘ଅଜିତା’ ଏବଂ ସକରାତ୍ମକ ଲୋକଙ୍କୁ ନେଇ ‘ପଜେଟିଭ୍ ବାଇଟସ୍‌’ ନାମରେ ଅନୁଷ୍ଠାନକୁ ସେ ପଞ୍ଜିକୃତ କରିଛନ୍ତି ।
ସେହିପରି ‘ଭରସା’ ନାଁରେ ଏକ ଟ୍ରଷ୍ଟ୍ ମଧ୍ୟ କରିଛନ୍ତି ଯାହାକି ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଗରିବ ଲୋକମାନଙ୍କୁ ସହାୟତା କରୁଥିବା ଏହି ଟ୍ରଷ୍ଟକୁ ଏବେ ପର୍ଯ୍ୟନ୍ତ ୨୬ ଲକ୍ଷ ଟଙ୍କା ସହାୟତା ମିଳିଥିବାବେଳେ ସେଥିରୁ ୧୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି ଟ୍ରଷ୍ଟ ମାଧ୍ୟମରେ ଗରିବ ଲୋକଙ୍କୁ ସହାୟତା କରିବାକୁ ସେ ନିଜର କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି ।
ଏହା ସହିତ ଶ୍ରୀମତୀ ଷଡ଼ଙ୍ଗୀ ନିଜର ପ୍ରେରଣା ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ ।ଏହି ଅବସରରେ ଶ୍ରୀମତୀ ଷଡ଼ଙ୍ଗୀ ଦାରିଦ୍ର‌୍ୟ ବେକାରୀ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା ମଧ୍ୟ କରିଥିଲେ । ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କର ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।

Mo sapath

Leave A Reply

Your email address will not be published.