Blank space
Blank space
Breaking News/ମୁଖ୍ୟ ଖବର:
କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ
Blank space

ସହିଦ୍‍ ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ

0

ଭୁବନେଶ୍ୱର,ନିରପେକ୍ଷ ଖବର, ତା:୨୦/୦୬ ପାଇକ ମହାସଂଘ ଓ ଗଡ଼େଶ୍ୱର ହାଟ ବ୍ୟବସାୟୀ ବଣିକ ସଂଘ ପକ୍ଷରୁ ଲଦାଖର ଗଲୱାନ୍‍ ଘାଟିରେ ଚୀନ୍‍ ସେନା ସହ ଲଢ଼ି ସହିଦ୍‍ ହୋଇଥିବା ଭାରତମାତାର ସୁଯୋଗ୍ୟ ସନ୍ତାନ ତଥା ଏ ମାଟିର ଗର୍ବ ଓ ଗୌରବ ଅମର ସହିଦ୍‍ଙ୍କ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ ହୋଇଯାଇଛି । ଭିଏସ୍‍ଏସ୍‍ ନଗରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ମାତୃକା ପାଇଁ ବଳିଦାନ ଦେଇଥିବା ଅମର ସହିଦ୍‍ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଏହି ଅବସରରେ ଲଦାଖର ଗଲୱାନ୍‍ ଘାଟିରେ ଚୀନ୍‍ ସେନା ସହ ଲଢ଼ି ସହିଦ୍‍ ହୋଇଥିବା ବୀର ପ୍ରସବିନୀ ଉତ୍କଳ ଜନନୀର ଦୁଇ ସୁଯୋଗ୍ୟ ସନ୍ତାନ ଓଡ଼ିଆ ପୁଅ ଚନ୍ଦ୍ରକାନ୍ତ ପ୍ରଧାନ ଓ ନାନ୍ଦୁରାମ ସୋରେନ୍‍ଙ୍କ ସମେତ ସମସ୍ତ ସହିଦ ଯବାନଙ୍କ ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ କାର୍ଯ୍ୟକ୍ରମରେ ଯୋଗଦେଇ ସମଗ୍ର ବିଶ୍ୱରେ ଆତଙ୍କରାଜ ଆରମ୍ଭ କରିଥିବା ଚୀନ୍‍ର ମାନବ ସମାଜ ଧ୍ୱଂସ ଲିଳା କାର୍ଯ୍ୟକୁ କଠୋର ଭାଷାରେ ନିନ୍ଦାକରିଥିଲେ । ବିଶ୍ୱ ବଜାରରେ ନକଲ ସାମଗ୍ରୀ ଯୋଗାଉଥିବା ଚୀନ୍‍ ଉତ୍ପାଦିିତ ଦ୍ରବ୍ୟକୁ ପରିତ୍ୟାଗ କରିବାକୁ ସେ ଆହ୍ୱାନ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଇକ ମହାସଂଘ ଉପଦେଷ୍ଟା ବିଭୂତି ଭୂଷଣ ସ୍ୱାଇଁ, ଇଞ୍ଜିନିୟର ଶିବପ୍ରସାଦ ମିଶ୍ର, ହାଟ ବ୍ୟବସାୟୀ ସଂଘ ସଭାପତି ଲକ୍ଷ୍ମଣ ସାହୁ, ସମ୍ପାଦକ ମନୋରଞ୍ଜନ ସାହୁ, ସମାଜସେବୀ ସମରଞ୍ଜନ ମହାନ୍ତି, ଯୁବନେତା ଦୀପକ କୁମାର ବାରିକ, ଜାଗୃତି-ବିଏମ୍‍ସି ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ, ରାଜୀବ ନୟନ ରଥ, ଶଶାଙ୍କ ସାହୁ, ସୂର୍ଯ୍ୟ ନାରାୟଣ ରାଓ, ଉତ୍ତମ କୁମାର ମହାନ୍ତି ପ୍ରକୁଖ ଅମର ସହିଦ୍‍ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Mo sapath

Leave A Reply

Your email address will not be published.