Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ରାଜ୍ୟ ସରକାରଙ୍କର ଶ୍ରମ ବିଭାଗରେ ୩୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ

ଶ୍ରମ ମନ୍ତ୍ରୀଙ୍କ ଇସ୍ତଫା ଦାବି

0

ଭୁବନେଶ୍ୱର,ନିରପେକ୍ଷ ଖବର: ତା ୧୯/୦୬ – ସଂପ୍ରତି ରାଜ୍ୟରେ କରୋନା ମହାମାରୀ କାୟା ବିସ୍ତାର କରିଚାଲିଥିବା ବେଳେ ସରକାର ଶ୍ରମିକମାନଙ୍କୁ ଶୋଷଣ କରିଚାଲିଛନ୍ତି । ଶ୍ରମିକମାନଙ୍କ ପାଇଁ ସରକାର ଯୋଗାଇ ଦେଉଥିବା ଉପକରଣ କିଣାରେ କୋଟି କୋଟି ଟଙ୍କାର ହେରଫେର ପଦାକୁ ଆସିଛି ।

Advertising:
Blank space

ଏହାର ଏକ ତଥ୍ୟଭିତିକ ନଥି ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ
ମାଝୀ ଉପସ୍ଥାପନ କରିଛନ୍ତି । ବର୍ତମାନ ଓଡ଼ିଶାରେ ୩୦ଟି ଜିଲ୍ଲାରେ ୨୮,୨୨,୬୯୬ ଜଣ ନିର୍ମାଣ ଶ୍ରମିକ ନାମ ପଞ୍ଜିକରଣ କରିଥିବା ସରକାରୀ ସୁତ୍ରରୁ ଜଣାପଡ଼ିଛି । ଏହି ଶ୍ରମିକମାନଙ୍କୁ କାର୍ଯ୍ୟକୁଶଳତା ପାଇଁ ଓ କାର୍ଯ୍ୟରେ ସୁରକ୍ଷା ଦେବାପାଇଁ ସରକାରଙ୍କର ତରଫରୁ ସୁରକ୍ଷା ସାମଗ୍ରୀ ଓ କାମକରିବା ଉପକରଣ ଯୋଗାଇ ଦେବାର ପ୍ରାବଧାନ ରହିଅଛି । ସେଥିପାଇଁ ଙୟସଗ୍ଦଷବ ଈଙ୍କସକ୍ଷୟସଦ୍ଭଶ ଌ କ୍ଟଗ୍ଧଷରକ୍ସ ଉକ୍ଟଦ୍ଭଗ୍ଦଗ୍ଧକ୍ସଙ୍କମଗ୍ଧସକ୍ଟଦ୍ଭ ଡକ୍ଟକ୍ସଳରକ୍ସଗ୍ଦ ଡରକ୍ଷଲବକ୍ସର ଈକ୍ଟବକ୍ସୟ ଶ୍ରମିକମାନଙ୍କୁ ସୁରକ୍ଷା ସାମଗ୍ରୀ ନିମନ୍ତେ ୧ ହଜାର ଟଙ୍କା ଓ କାର୍ଯ୍ୟଉପକରଣ ନିମନ୍ତେ ୩୯୯୯ ଟଙ୍କା ଏହିଭଳି ମୋଟ ୪୯୯୯ ଟଙ୍କା ପ୍ରଦାନ କରାଯାଇଥାଏ । ଏଥି ନିମନ୍ତେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ବିଭିନ୍ନ ସଂସ୍ଥାକୁ ଏହି ଉପକରଣ ଯୋଗାଇବା ପାଇଁ ଟେଣ୍ଡର ଦେଇଥାନ୍ତି ଓ ଜିଲ୍ଲା ଶ୍ରମ ଅଧିକାରୀ ଏହି କାର୍ଯ୍ୟର ସଠିକତା ସଂପର୍କରେ ତଦାରଖ କରିଥାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ରାଜ୍ୟରେ ୩୦ଟି ଯାକ ଜିଲ୍ଲାରେ ଉପକରଣ ଗୁଡ଼ିକର ପ୍ରକୃତ ଦାମ ଠାରୁ ଯଥେଷ୍ଟ ଅଧିକ ଦାମରେ କିଣାଯାଇ ସରକାରୀ ତହବିଲକୁ ତୋଷରପାତ କରାଯାଇଛି ଏବଂ ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାରଙ୍କର କୁମ୍ଭୀର କାନ୍ଦଣା କେବଳ ଭେଳିକିରେ ପରିଣତ ହୋଇଛି । ଏଠାରେ ମାଲକାନଗିରୀ, ଅନୁଗୁଳ ଓ କଟକ ଜିଲ୍ଲାକୁ ଉଦାହରଣ ଭାବେ ନିଆଯାଇପାରେ । ଗୋଟିଏ ବେଲ୍‌ଚାର ଦାମ ୧୭୦ ଟଙ୍କାରେ କିଣାଯାଇଥିବା ବେଳେ ସରକାର ଟେଣ୍ଡର ନେଇଥିବା ସଂସ୍ଥା ଠାରୁ ୩୯୭ ଟଙ୍କାରେ କିଣିଛନ୍ତି ।

Advertisement

ସେହିଭଳି ସୁରକ୍ଷା ଯୋତା ୧୧୦-୨୮୦ଟଙ୍କା ପ୍ରକୃତ ଦାମ ଥିବା ବେଳେ ସରକାର ୪୧୩ ଟଙ୍କାରେ କିଣିଛନ୍ତି ଓ ମାକ୍ସର ଦାମ ଟ୨.୫୦ରୁ ଟ୧୦.୦୦ ବଜାର ଦର ଥିବାବେଳେ ସରକାର ୮୦ଟଙ୍କାରେ କିଣିଛନ୍ତି । ଏଠାରେ ଉଲ୍ଲେଖ୍ୟ ଯୋଗ୍ୟ ଯେ ସୁରକ୍ଷା ସାମଗ୍ରୀ ଭାରତ ଇଣ୍ଡ୍ରଷ୍ଟିଆଲ କର୍ପୋରେସନ, ବମିଖାଲ ଠାରୁ ବିଜୟା ଷ୍ଟିଲ, ଅନୁଗୁଳ ଉଚିତ୍ ଦାମରେ କିଣିଥିଲେ । ପରେ ବିଜୟାଷ୍ଟିଲ ମିରାନିୟା ଏଂଟର ପ୍ରାଇଜେସ୍ ନାମରେ ବିଲ୍‌କରି ସରକାରଙ୍କୁ ଚଢ଼ାଦାମରେ ବିକ୍ରିକଲେ । ସେହିପରି କାମ କରିବା ସଂରଞ୍ଜାମ କଲିକତାର ମା ଦୁର୍ଗା ଏଂଟରପ୍ରାଇଜେସ୍ ଠାରୁ ମିରାନିୟା ଏଂଟର ପ୍ରାଇଜେସ୍ ଉଚିତ୍ ଦାମରେ କିଣିଥିଲେ । ପରେ ସରକାର ମିରାନିୟା ସଂସ୍ଥା ଠାରୁ ତିନି ଚାରି ଗୁଣ ଅଧିକା ଦାମରେ କିଣି ଜନସାଧାରଣଙ୍କ ଟଙ୍କାକୁ ଅତ୍ୟନ୍ତ ବେପାରୁଆ ଭାବରେ ଖର୍ଚ୍ଚ କଲେ । ଏହିଭଳି ଭାବରେ ସମସ୍ତ ୩୦ଟି ଜିଲ୍ଲାରୁ ଏସବୁ ଉପକରଣର ପ୍ରକୃତଦାମ ଠାରୁ ସରକାର ଢ଼େର ଅଧିକ ମୂଲ୍ୟଦେଇ କିଣିବା ଶ୍ରମମନ୍ତ୍ରୀଙ୍କର ସଂପୃକ୍ତିକୁ ସନ୍ଦେହ ଘେରକୁ ଆଣିଛି । କାରଣ ଗରୀବ ଜନସାଧାରଣଙ୍କର ଅର୍ଥକୁ ଏଭଳି କୋଟି ଟଙ୍କା ଲୁଟ କରି ପ୍ରାୟ ୩୦୦ କୋଟି ଟଙ୍କା ଆତ୍ମସାତ କରିବା ଅତ୍ୟନ୍ତ ନିନ୍ଦା ଓ ଶ୍ରମିକମାନଙ୍କ ପେଟକୁ ନାତ ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ଗରିବ ପାଇଁ କାନ୍ଦୁଥିବା ରାଜ୍ୟ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ତଦନ୍ତ କରି ଶ୍ରମ ମନ୍ତ୍ରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ଶ୍ରମମନ୍ତ୍ରୀଙ୍କୁ ତାଙ୍କ ପଦବୀରୁ ବରଖାସ୍ତ କରିବାକୁ ଶ୍ରୀ ମାଝୀ ଦାବି କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ସ୍ମୃତିରେଖା ପହି, ରଶ୍ମି ମହାପାତ୍ର ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.