Blank space
Blank space
Breaking News/ମୁଖ୍ୟ ଖବର:
ଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁଏବେ ସର୍ବନିମ୍ନ ବିବାହ ବୟସ ୧୮ ବର୍ଷରୁ ୯ ବର୍ଷକୁ ହ୍ରାସ କରାଯିବଜାନୁୟାରୀ ୮ରୁ ରାଜଧାନୀରେ ଫ୍ୟାଶନ୍ ଆଣ୍ଡ୍ ଲାଇଫ୍‌ଷ୍ଟାଇଲ୍ ମେଳାପୂର୍ବତଟ ରେଳପଥ ପକ୍ଷରୁ ୪୯ ତମ କ୍ଷେତ୍ରୀୟ ରାଜଭାଷା କାର୍ଯ୍ୟାନ୍ୱୟନ କମିଟି ବୈଠକବି.ଜେ.ଇ.ଏମ୍‌. ସ୍କୁଲର ୪୮ତମ ବାର୍ଷିକ କ୍ରୀଡ଼ାଉତ୍ସବ “ଜେଷ୍ଟ-୨୦୨୨” ଉଦ୍‌ଯାପିତ
Blank space

ପ୍ରଥମେ ଥଇଥାନକର ତାପରେ ଉଚ୍ଛେଦ….

ଲିଙ୍ଗରାଜ ମନ୍ଦିର ନିକଟରେ ଉଚ୍ଛେଦ ସମୟରେ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ପ୍ରତିବାଦ ଦାବୀ:

0
Advertising:

ଭୁବନେଶ୍ୱର,ନିରପେକ୍ଷ ଖବର:ତା ୦୯.୧୨.୧୯– ବିଶ୍ୱ ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିରର ପରିବେଶ ଓ ଚର୍ତୁପାଶ୍ୱର୍କୁ ସୁନ୍ଦର ଓ ଆକର୍ଷଣୀୟ କରିବାପାଇଁ ରାଜ୍ୟ ସରକାର ଯେଉଁ ଉଚ୍ଛେଦ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ ବିଧାୟକ ତଥା ବରିଷ୍ଠ
କଂଗ୍ରେସ ନେତା ଶ୍ରୀ ସୁରେଶ କୁମାର ରାଉତରାୟ ସ୍ୱାଗତ କରିବା ସହ ସରକାର ଯେଉଁ ତରିକା ବା ଉପାୟରେ ଏହି ଉଚ୍ଛେଦ କାର୍ଯ୍ୟ କରୁଛନ୍ତି ତାହାକୁ ସେ ପ୍ରତିବାଦ କରିଛନ୍ତି । ଆଜି ଅପରାହ୍ନରେ ଏହି ଉଛେଦ କାର୍ଯ୍ୟ ଚାଲିଥିବା ବେଳେ ହଜାର ହଜାର ସ୍ଥାନୀୟ ବାସିନ୍ଦା, ଉଠା ଦୋକାନୀ, ସ୍ଥାୟୀ ଦୋକାନୀ ଶ୍ରୀ ରାଉତରାୟଙ୍କ
ନେତୃତ୍ୱରେ ଦୃଢ଼ ପ୍ରତିବାଦ ଜଣାଇବାରୁ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଲା । ସେଠାରେ ଥିବା ଏକାମ୍ର ପ୍ରକାଶନୀ ଭଜନ ମଣ୍ଡପ ନିକଟରେ ସର୍ବସାଧାରଣଙ୍କ ନିମେନ୍ତ ପାନୀୟ ଜଳ ଯୋଗାଣ ଟାଙ୍କୀକୁ ଭାଙ୍ଗିଦେବା ଫଳରେ ଭଜନ ମଣ୍ଡପର କାନ୍ଥ ମଧ୍ୟ ଭୁଷୁଡ଼ି ପଡ଼ିଥିଲା । ଏଥିପାଇଁ ସମସ୍ତେ ତୀବ୍ର ବିରୋଧ କରିଥିଲେ । ହଜାର ହଜାର ସ୍ଥାୟୀ ବାସିନ୍ଦା ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ଓ ଭଜନମଣ୍ଡପ ପାଖରେ ରୁଣ୍ଡ
ହୋଇ ଏହାର ପ୍ରତିବାଦ ଜଣାଇଥିଲେ । ଫଳରେ ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିଲା । ଲୋକଙ୍କ ଜୀବନ ଜୀବିକା ମାରି ଏକତରଫା ଭାବେ ଉଚ୍ଛେଦ କରାନଯାଉ ବୋଲି ଶ୍ରୀ ରାଉତରାୟ କହିଲେ ।
ସେଠାରେ ପୋଲିସ୍ କମିଶନର, ଡିସିପି, ବିଡ଼ିଏ କମିଶନର, ମ୍ୟୁନିସ୍ପାଲଟି କମିଶନର, ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟି ଓ ଏଡିଏମ ପଂହଚି ଯେଉଁମାନଙ୍କର ଦୋକାନ ବା ପ୍ରତିଷ୍ଠାନ, ବାସଗୃହ ଭଙ୍ଗାଯାଇଛି ସେମାନଙ୍କର କ୍ଷତିପୂରଣ, ସ୍ଥାୟୀ ବାସଗୃହ ବ୍ୟବସ୍ଥା ଓ ଭାଙ୍ଗିଯାଇଥିବା ମଣ୍ଡପ ଏବଂ ପାଣିଟାଙ୍କିକୁ ପୁନଃନିର୍ମାଣ କରିବାର ଉପଯୁକ୍ତ ବ୍ୟବସ୍ଥା କରିବାପରେ ଉଚ୍ଛେଦ କାର୍ଯ୍ୟ କରିବାକୁ ଶ୍ରୀ ରାଉତରାୟ ଦାବୀ ଜଣାଇଛନ୍ତି । ଆସନ୍ତା କାଲି
ସକାଳ ୮ଘଟିକା ସମୟରେ ଲିଙ୍ଗରାଜ ମନ୍ଦିର ନିକଟରେ ଶ୍ରୀ ରାଉତରାୟଙ୍କ ନେତୃତ୍ୱରେ ପୁଣି ସମସ୍ତେ ଏକତ୍ରିତ ହୋଇ ଉପରୋକ୍ତ ଦାବି ଜଣାଇବେ । ପ୍ରଥମେ ଥଇଥାନ ବ୍ୟବସ୍ଥା କରି ତାପରେ ଉଚ୍ଛେଦ କାର୍ଯ୍ୟ କରାଯାଉ ବୋଲି ଶ୍ରୀ ରାଉତରାୟ ଦାବି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସନତ ମିଶ୍ର, କପିଳ ପଣ୍ଡା, କେଦାର ମହାପାତ୍ର, ଶରତ ପଣ୍ଡା, ରମେଶ ମହାପାତ୍ର, ରଞ୍ଜିତ ପାତ୍ର, ବିରଂଚି ବାରିକ, ଜୟକୃଷ୍ଣ ମଲିଆ, ମାନସ ଆଚାର୍ଯ୍ୟ, କୁନା
ମୁଦୁଲି, କାଳୁ ପଣ୍ଡା, ପପୁନୁ ଗରାବଡ଼ୁ, ରତି ମହାଶୁଆର, ରାଧା ମହାପାତ୍ର ଓ ଲିଙ୍ଗରାଜ ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

Mo sapath

Leave A Reply

Your email address will not be published.

kmaa26.com | 500: Internal server error

Internal server error Error code 500

Visit cloudflare.com for more information.
2025-11-18 12:44:05 UTC
You

Browser

Working
Paris

Cloudflare

Error
kmaa26.com

Host

Working

What happened?

There is an internal server error on Cloudflare's network.

What can I do?

Please try again in a few minutes.