Blank space
Blank space
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched
Blank space

ରାଶି ଫଳ ୧୯-୦୫-୨୦୧୯ ରବିବାର

0

*୨୦୧୯ ମସିହା ମେ ମାସ ତା ୧୯ ରିଖ ରବିବାର ବୃଷ ୫ ଦିନ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଅନୁରାଧା ନକ୍ଷତ୍ର ବିଛା ଚନ୍ଦ୍ର
*ମେଷ ରାଶିର ଘାତ ବାର
*ସିଂହ, କନ୍ୟା ଓ ମକର ରାଶି ମହିଳାଙ୍କ ଘାତ ଚନ୍ଦ୍ର

ମେଷ:ଆଜି ମାନସିକ ଉଦାସୀନତା ଯୋଗୁ କୌଣସି କାମ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ପନ୍ନ କରିପାରିବେ ନାହିଁ । କିନ୍ତୁ କୃତିକା ନକ୍ଷତ୍ର ଯେଉଁ କାମରେ ହାତ ଦେଲେ ମଧ୍ୟ ସଫଳତା ପାଇପାରିବେ। କୌଣସି ପୂର୍ବ ସମସ୍ୟାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ କଳି ଲାଗିପାରେ। ନିଜର ଲୋକ ଅନ୍ୟର କୁହା କଥା ଶୁଣି ଦୂରେଇ ଯାଇପାରନ୍ତି।
ବୃଷ:ଆଜି ଆପଣ ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମ ଗୁଡିକ ସହଜରେ ସମ୍ପନ୍ନ କରିପାରିବେ। କଳା, ସାହିତ୍ୟ, ସଙ୍ଗୀତ, ସଭାସମିତି ଓ ଆନୁଷ୍ଠାନିକ କାମରୁ ସଫଳତା ହାସଲ କରିବେ। ମାଲିମକଦ୍ଦମା ତ୍ୱରାନ୍ବିତ ହେବା ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବାର ଆଶା ରହିଛି ।
ମିଥୁନ:ଅନ୍ୟର ସାହାଯ୍ୟ ଆଜି ଆପଣଙ୍କୁ କର୍ମମୁଖର କରାଇବା ସହ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବ । ଆଜି ଫେରନ୍ତା ବାଟରେ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଉନ୍ନତି କରିବେ। ଆଲୋଚନା କ୍ଷେତ୍ରରେ କିମ୍ବା ରାଜନୈତିକ କ୍ଷେତ୍ରରେ ଅନ୍ୟର ମନଗଢା କଥା ଶୁଣି ବ୍ୟସ୍ତତା ଅନୁଭବ କରିପାରନ୍ତି।
କର୍କଟ:ଆଜି ମନ ଚାହୁଁଥିବା ପ୍ରକାରେ କାମ କରିବା କଷ୍ଟକର ହୋଇପାରେ। ବକେୟା ଟଙ୍କା ପାଇବା ସକାଶେ ଯୁକ୍ତିତର୍କ ଭିତରକୁ ଯିବାକୁ ପଡିବ। ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି,ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ମିଳିବ। ନିର୍ମାଣ, ପ୍ରକାଶନ, ପ୍ରଶାସନ କ୍ଷେତ୍ରରେ ଉପୁଜିଥିବା ସମସ୍ୟା ସମାଧାନ ହୋଇଯିବ।
ସିଂହ:ନିଜର କାର‌୍ୟ୍ୟଦକ୍ଷତା ଓ ଦୃଢ ମନୋବଳ ଆଜିର ପ୍ରତ୍ୟେକ କାମକୁ ସାକାର କରିପାରିବ। ଆଜିର ଯାତ୍ରାରେ ସହଜରେ ଅଭିଳଷିତ ଫଳ ପାଇବେ। ଗବେଷଣା, ଅନୁସନ୍ଧାନ, ଅଧ୍ୟୟନ ଓ ଅଧ୍ୟାପନା, ପ୍ରତିଯୋଗୀତା କ୍ଷେତ୍ରରେ ଉନ୍ନତି କରିବେ। ପରିବହନ, ନିର୍ମାଣ, ବାଣିଜ୍ୟ ବ୍ୟବସାୟ ସକାଶେ କୈାଣସି ପ୍ରତିବନ୍ଧକ ରହିବ ନାହିଁ ।
କନ୍ୟା:ବନ୍ଧୁମାନଙ୍କ ସାହାଯ୍ୟ,ସହଯୋଗ ମାଧ୍ୟମରେ କାର୍ଯ୍ୟହାସଲ ସହ ଆର୍ଥିକ ସ୍ଥିତିକୁ ମଜ୍‌ବୁତ୍‌ କରିପାରିବେ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନାରେ ନିର‌୍ୟ୍ୟାସକୁ ସହଜ ଓ ସରଳ ଭାବରେ ଗ୍ରହଣ କରି ପାରିବେ ନାହିଁ। ପୁରାତନ ରୋଗର ପୀଡାର ପ୍ରାଦୁର୍ଭାବ ଜନିତ ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ସହକର୍ମୀଙ୍କ କାର‌୍ୟ୍ୟକଳାପରେ ଅତିଷ୍ଠ ହୋଇପାରନ୍ତି।

Blank space

ତୁଳା:ନିଜ ଲୋକମାନେ ଶତ୍ରୁତା କଲେ ମଧ୍ୟ କୈାଣସି କାମ ଅଟକି ରହିବ ନାହିଁ । କର୍ମକ୍ଷେତ୍ରରେ ସମସ୍ୟାର ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଶିଳ୍ପ, ବ୍ୟବସାୟରେ ଅବଶ୍ୟ ଲାଭବାନ୍‌ ହେବେ। କଚେରି ମାମଲା, ଅସମ୍ପୂର୍ଣ୍ଣ କାମ, ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା ଜନିତ ଅଶାନ୍ତ ପରିବେଶ ସକାଶେ ଚିନ୍ତା ବଢିପାରେ।
ବିଛା:ବାରମ୍ବାର ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଉଥିବାରୁ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ବ୍ୟବସାୟ, ବାଣିଜ୍ୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ସହଜ ଓ ସୁବିଧାରେ ଲକ୍ଷ୍ୟ ହାସଲ କରିବେ। ଉପକାର କରିଥିବା ବ୍ୟକ୍ତିଙ୍କ ଠାରୁ ପ୍ରତିଦାନ ପାଇବା ଦୁଲ୍ଲଭ ହୋଇପାରେ। ଦୀର୍ଘ ଦିନରୁ ରହି ଆସିଥିବା ଋଣ ପରିଶୋଧ କରିବା ସକାଶେ ଚିନ୍ତିତ ରହି ପାରନ୍ତି।
ଧନୁ:ପାରିବାରିକ କ୍ଷେତ୍ରରେ ମନମୁଖୀ ଶାସନ ଚଳାଇବାକୁ ନେଇ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ଏହା ସଙ୍ଗକୁ ଖର୍ଚ୍ଚଭାର ବୃଦ୍ଧି ପାଇବାକୁ ଥିବା ବିଷୟ ଆପଣଙ୍କ ସକାଶେ ଚିନ୍ତାର କାରଣ ହେବ। ଯାତ୍ରା, ବାଣିଜ୍ୟ, କୋଟ କଚେରୀ ମାମଲା ବିଷୟରେ ବନ୍ଧୁ ମାନଙ୍କ ସହ ଆଲୋଚନା କରିପାରନ୍ତି। ଭାବପ୍ରବଣତାରେ ଯୋଗୁ କୌଣସି ଭୁଲ୍‌ କରିପାରନ୍ତି।
ମକର:ଆଜି ପ୍ରତିକୂଳ ପରିସ୍ଥିତିକୁ ଦୂରେଇବାରେ ସମର୍ଥ ହେବେ। ଅର୍ଥ, ଜମିଜମା, ବିବାଦୀୟ ବିଷୟ ପ୍ରଭୃତିରେ ବନ୍ଧୁଙ୍କ ପରାମର୍ଶ ଗ୍ରହଣ କରିବା ଠିକ୍‌ ହେବ । ଶିକ୍ଷା, ପରୀକ୍ଷା, ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟ, ପ୍ରଶାସନିକ ସ୍ତରରେ ଉନ୍ନତି ଘଟିବ। ନିର୍ମାଣାଧୀନ କାମ, ଦୂରଯାତ୍ରା, ଜମିଜମା ସମ୍ପର୍କୀୟ ଆଲୋଚନା ଅମୀଂମାସିତ ରହିଯିବ।
କୁମ୍ଭ:ଆଜିର ପ୍ରତ୍ୟୁଷ ଯାତ୍ରା, ନିର୍ମାଣ, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ବିଶେଷ ଭାବରେ ଅନୁକୂଳ ରହିବ। ଆନୁଷ୍ଠାନିକ କାମ,ସଭାସମିତି, ସାହିତ୍ୟ ଚର୍ଚ୍ଚା, ଚୁକ୍ତିପତ୍ର କ୍ଷେତ୍ରରେ ଅଶାନୁରୂପ ଫଳ ପାଇବେ। ଆର୍ଥିକ ସ୍ଥିତି ପୂର୍ବ ପରି ସୁଦୃଢ଼ ରହିବ କିନ୍ତୁ ଋଣଭାର ଚିନ୍ତାରେ ମନ ଭାରାକ୍ରାନ୍ତ ରହିପାରେ।
ମୀନ:ଦୀର୍ଘ ଦିନରୁ ଚିନ୍ତା କରିଥିବା ନୂତନ ଯୋଜନା କରିବା ସକାଶେ ମନ ବଳାଇବେ। ଯାତ୍ରା ସମୟରେ ନିଜ ଜିନିଷ ପ୍ରତି ସତର୍କ ରୁହନ୍ତୁ ନତୁବା ପରେ ଅନୁତାପ କରିବାକୁ ପଡିପାରେ। ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜିବେ ପିଲା ମାନଙ୍କୁ କେନ୍ଦ୍ରକରି ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ।

Mo sapath

Leave A Reply

Your email address will not be published.