Blank space
Blank space
Breaking News/ମୁଖ୍ୟ ଖବର:
ବଲିଉଡ୍ ତାରକା ଜାହ୍ମବୀ କପୁରଙ୍କ ଦ୍ୱାରା କଲ୍ୟାଣ ଜୁଏଲର୍ସ ପକ୍ଷରୁ ଭୁବନେଶ୍ୱରର ମାଷ୍ଟର କ୍ୟାଂଟିନ୍‌ରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭମହାଦେବ ଗୃହ ନିର୍ମାଣ ଉପସ୍ଥାପନ କରୁଛି ମହାଦେବ ଗ୍ରୀନ୍‌ସ୨୫ ରେ ବିଧାନସଭା ଘେରିବ ୬୬୨ ବର୍ଗ କଲେଜ ସଂଘରାଜୀବ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦଦେବା ଓ ମହାଦୁର୍ନୀତି ବିରୁଦ୍ଧରେ ବିଜେପି ର ବିଡିଏ ଅଫିସ ସମ୍ମୁଖରେ ଧାରଣା।ବିଶ୍ଵ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡ୍‌ରେ ସେପ୍ଟେମ୍ବର ସେସନ ପାଇଁ ନାମଲେଖାରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ…୦୭ ଅଗଷ୍ଟ ୨୦୨୩ – ଭାରତ ବନ୍ଦବିଜନେସ କ୍ଲବ ଅଫ୍ ଏଣ୍ଟରପ୍ରେନରସ (ବିସିଇ)ଉତ୍କଳ କ୍ଲବ୍ ର ଉଦ୍ଘାଟନୀ…ରାଜ୍ୟ ଆର୍‌ବିଏସ୍‌ ଆୟୁଷ ଡାକ୍ତର ସଂଘ, ଓଡ଼ିଶାର ସମୀକ୍ଷା ବୈଠକରାଜ୍ୟ ମିଶନ ଶକ୍ତି ଏସ୍ଏଚ୍‌ଜି କାହାର ଅଧ୍ଵସ୍ତ ନୁହଁନ୍ତି କି ଦୟାର ପାତ୍ର ନୁହଁନ୍ତିଉପକୃତ ବିଜେଡ଼ି ଉପେକ୍ଷିତ ଓଡ଼ିଶାଜୁନ ୭ରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ରାଜ୍ୟ ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା ସଂଘଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସର ବିରାଟ ଶୋଭା ଯାତ୍ରାମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀଅଖିଳ ଭାରତ କଂଗ୍ରେସ କମିଟିର ସଭାପତିଙ୍କୁ ହତ୍ୟା ଧମକ ବିରୋଧରେ ଝାରସୁଗୁଡ଼ା ଥାନାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏତଲା ଦେଲେଝାରସୁଗୁଡା ଉପନିର୍ବାଚନ….ରାଜ୍ୟରେ ୫ଟି ଶାସନ ପ୍ରତି କଂଗ୍ରେସର କଟାକ୍ଷନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତେ ଆୟ ବହୁପରିମାଣରେ କମି କମି ଯାଉଛି : କଂଗ୍ରେସଭୁବନେଶ୍ୱର ଠାରେ ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ” ଉଦଘାଟିତମେ ୬ରେ ଉତ୍କଳକନିକାରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାସନ ଶୋ
Blank space

୨୫ ରେ ବିଧାନସଭା ଘେରିବ ୬୬୨ ବର୍ଗ କଲେଜ ସଂଘ

0

ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୮.୦୯- ଆସନ୍ତା ସେପ୍ଟେମ୍ବର ୨୫ ତାରିଖରେ ୬୬୨ ବର୍ଗ କଲେଜ ସଂଘ ବିଧାନସଭା
ଘେରିବ ଓ ୨୬ ତାରିଖରେ ସମସ୍ତ ବିଧାୟକ ମାନଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ
ଦାବୀପତ୍ର ପ୍ରଦାନ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ବଳନୀରେ ଘୋଷଣା କରିଛନ୍ତି ସଂଘର ସଭାପତି
ଗୋଲକ ନାୟକ । ଆଜି ଧାରଣା ସ୍ଥଳରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କର
କାଳକ୍ଷେପଣ ନୀତିରେ କ୍ଷୋଭ ପ୍ରକାଶ କରି ସେ କହିଥଲେ ଯେ ଦୀର୍ଘ ୨୨୦ ଦିନ ହେଲା ଲୋଏର
ପି.ଏମ୍.ଜିରେ ଅହୋରାତ୍ର ଧାରଣା ଚାଲିଛି । ଏହା ମଧ୍ୟରେ ୫ଥର ମହାସମାବେଶ କରି ହଜାର ହଜାର
ଅଧ୍ୟାପକ କର୍ମରୀ ନାଯ୍ୟ ଦାବୀ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସରକାରଙ୍କର କୁମ୍ଭକର୍ଣ
ନିଦ୍ରା ଭାଙ୍ଗୁନାହିଁ । ସଂଘ ତାର ନାଯ୍ୟ ଦାବୀ ସମାନ ଗ୍ରେଡ ପେ ଆଧାରରେ ସମାନ କାମକୁ ସମାନ ଦରମା
ପ୍ରଦାନ, ଏହି ବର୍ଗର କର୍ମରୀମାନଙ୍କୁ ଚାକିରୀ ସର୍ତାବଳୀ ସହ ପେନସନ ପରିସର ଭୁକ୍ତ କରିବା, ୨୦୧୮
ଜି.ଓରେ ଉପକୃତ କର୍ମରୀମାନଙ୍କୁ ସପ୍ତମ ବେତନ କମିଶନର ଆଧାରରେ ଦରମା ପ୍ରଦାନ ଓ ବାଦ୍ ପଢିଥିବା
କର୍ମଚାରୀ ମାନଙ୍କୁ ଅନୁଦାନ ପରିସରଭୁକ୍ତ କରିବା ଦାବୀରେ ଆନ୍ଦୋଳନ ଜାରି ରଖୁଛନ୍ତି । ଏହା ମଧ୍ୟରେ
ମାନ୍ୟବର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ସହ ଆଲୋଚନା ଓ ଅଫିସର ସ୍ତରରେ ବହୁବାର ଆଲୋଚନା
ହୋଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତିରେ ସବୁ ଅଟକି ରହିଛି । ସରକାରଙ୍କ ଅନୁରୋଧ ରକ୍ଷା କରି ପରୀକ୍ଷା
ସୁପରିଚାଳନା କରିବା, ମୂଲ୍ୟାୟନ କାର୍ଯ୍ୟରେ ସହଯୋଗ କରିବା, ଛାତ୍ରଛାତ୍ରୀଙ୍କ ପାଠପଢ଼ା ପ୍ରତି ଅନୁରାଗ
ରଖ୍ କାର୍ଯ୍ୟ କଲେ ମଧ୍ୟ ସରକାରଙ୍କ ଏମାନଙ୍କୁ ଠକି ଚାଲିଛନ୍ତି । ଏହାର ପ୍ରତିବାଦରେ ୨୧ ତାରିଖ ଦିନ
ସମସ୍ତ କର୍ମରୀ ସେମାନଙ୍କ ଅନୁଷ୍ଠାନ ନିକଟରେ ଉପସ୍ଥିତ ହୋଇ ଏହାର ପ୍ରତିବାଦ କରିବେ । ଏହି ସମୟ
ମଧ୍ୟରେ ଯଦି ସରକାର କୌଣସି ଘୋଷଣା ନକରନ୍ତି ତେବେ ୨୫ ତାରିଖ ଦିନ ହଜାର ହଜାର କର୍ମରୀ
ଏକତ୍ରିତ ହୋଇ ବିଧାନସଭା ଘେରାଉ କରିବେ । ତା ସହିତ ୨୬ ତାରିଖରେ ସମସ୍ତ ବିଧାୟକମାନଙ୍କ
ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯିବ । ଚଳିତ
ବିଧାନସଭା ସମୟରେ ଯଦି ସରକାର କୌଣସି ଘୋଷଣା ନକରନ୍ତି ତେବେ ପରବର୍ତୀ କାଳରେ
ମହାବିଦ୍ୟାଳୟ ବନ୍ଦ କରି ପାଠପଢ଼ା ସଂପୂର୍ଣ୍ଣ ଠପ୍ କରିଦିଆଯିବ ବୋଲି ସଂଘର ସଭାପତି ଶ୍ରୀଯୁକ୍ତ ନାୟକଙ୍କ
ସମେତ ଦୁଇ ସାଧାରଣ ସଂପାଦକ ସତାପ ଉଦ୍ଦିନ୍ ଅହମ୍ମଦ, ଡଃ ଗଗନ ବେଉରା, ରଂଜନ ପ୍ରଧାନ, ଡଃ
ଘନ ଜେନାଙ୍କ ସମେତ ୩୦ ଜିଲ୍ଲାର ସଭାପତି ଓ ସଂପାଦକମାନେ ଆଜି ଏକ ପ୍ରେସ ଇସ୍ତାହାରରେ
ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Mo sapath

Leave A Reply

Your email address will not be published.