Blank space
Blank space
Breaking News/ମୁଖ୍ୟ ଖବର:
ୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” LaunchedIIMT Conducts international conference on Disruptive Human Resource Managementଛାତ୍ରଛାତ୍ରୀଙ୍କୁ ସହଯୋଗର ହାତ ବଢ଼ାଇଲେ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ଓ ଓମ୍ କ୍ରିଏସନ୍ଆଦିବାସୀ ମହାସଂଘ ପକ୍ଷରୁ ୯ଦଫା ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରଦାନSeminar at U.N Autonomous college Adaspur in collaboration with IIMT.
Blank space

ଆଦିବାସୀ ମହାସଂଘ ପକ୍ଷରୁ ୯ଦଫା ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କୁ ପ୍ରଦାନ

0

ଭୁବନେଶ୍ବର, ନିରପେକ୍ଷ ଖବର:୧୧/୦୧ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନେକ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଆଦିବାସୀ। ରାଜ୍ୟ ସରକାର ବିଭିନ୍ନ ନିଷ୍ପତ୍ତି ଗ୍ରହଣ କରୁଥିବାବେଳେ ତାହା ଆଦିବାସୀଙ୍କୁ ସୁହାଇବା ବଦଳରେ ସେମାନଙ୍କର କ୍ଷତି କରୁଛି । ତେଣୁ ସରକାର ତୁରନ୍ତ ଆଦିବାସୀଙ୍କ ସମସ୍ୟାକୁ ଉପଲବ୍ଧି କରି ସମାଧାନ କରିବା ଦାବିରେ ବିଭିନ୍ନ ଜିଲାରୁ ହଜାର ହଜାର ଆଦିବାସୀ ବିରାଟ ଶୋଭାଯାତ୍ରାରେ ଆସି ଗାନ୍ଧୀ ମାର୍ଗରେ ଏକତ୍ରିତ ହୋଇ ଧାରଣାରେ ବସିବା ସହିତ କହିଥିଲେ ଯେ ପର୍ଯ୍ୟନ୍ତ ଦାବି ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ଓ ଏହି ଅବସରରେ ୯ଦଫା ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କୁ ମଧ୍ୟ ପ୍ରଦାନ କରିଥିଲା। ଓଡିଶା ଆଦିବାସୀ ସଂଘ ପକ୍ଷର ଆଦିବାସୀମାନେ ସରକାର ବିରୋଧୀ ନାରାବାଜି ଦେବା
ସହିତ ହାତରେ ପ୍ଲା-କାର୍ଡ ଧରି ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ । କ୍ୟାବିନେଟ ନିଷ୍ପତ୍ତି ରିଜୋଲ୍ୟୁସନ-୨ରେ ଆଦିବାସୀ ଜମିକୁ ଅଣ ଆଦିବାସୀଙ୍କୁ ବିକ୍ରୟ କରିବା ନିଷ୍ପତ୍ତି ପ୍ରତ୍ୟାହାର, ପେସା ଆଇନ ୧୯୯୬କୁ ତୁରନ୍ତ ଲାଗୁ କରିବା,ବନ ସଂରକ୍ଷଣ ସଂଶୋଧନ ବିଲ୍ ୨୦୨୩ ତୁରନ୍ତ ପ୍ରତ୍ୟାହାର ପ୍ରଭୃତି ଦାବି କରିଥିଲେ।ଏହି ମହାସମାବେଶରେ ମହାସଂଘର ସଭାପତି କାରମା ଲାକ୍ରା, ମହାସଚିବ ଶରତ ଚନ୍ଦ୍ର ନାଏକ, ଉପ-ସଭାପତି ଧ୍ରୁବ କାଲୋ, ସଂଯୋଜକ ରବୀନ୍ଦ୍ର ନାଥ ମାଡି, କୋରାପୁଟ ଜିଲା ସଭାପତି ଶିବ ମୁଦୁଲି, ମାଲକାନଗିରି ସଭାପତି ଗନ୍ଦ ମୁଦୁଲି, ନବରଙ୍ଗପୁର ସଭାପତି ଗୋପୀନାଥ ମାଝି, ରାୟଗଡ଼ା ସଭାପତି ଲକ୍ଷ୍ମୀ ପାରାସକା, ମୟୂରଭଞ୍ଜର ସୁକାନ୍ତି ନାଏକ ସମଖ ହଜାର ହଜାର ସଦସ୍ୟ ସାମିଲ ହୋଇଥିଲେ ।

Mo sapath

Leave A Reply

Your email address will not be published.