Blank space
Blank space
Breaking News/ମୁଖ୍ୟ ଖବର:
ବଲିଉଡ୍ ତାରକା ଜାହ୍ମବୀ କପୁରଙ୍କ ଦ୍ୱାରା କଲ୍ୟାଣ ଜୁଏଲର୍ସ ପକ୍ଷରୁ ଭୁବନେଶ୍ୱରର ମାଷ୍ଟର କ୍ୟାଂଟିନ୍‌ରେ ନୂଆ ସୋ’ରୁମ୍‌ର ଶୁଭାରମ୍ଭମହାଦେବ ଗୃହ ନିର୍ମାଣ ଉପସ୍ଥାପନ କରୁଛି ମହାଦେବ ଗ୍ରୀନ୍‌ସ୨୫ ରେ ବିଧାନସଭା ଘେରିବ ୬୬୨ ବର୍ଗ କଲେଜ ସଂଘରାଜୀବ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦଦେବା ଓ ମହାଦୁର୍ନୀତି ବିରୁଦ୍ଧରେ ବିଜେପି ର ବିଡିଏ ଅଫିସ ସମ୍ମୁଖରେ ଧାରଣା।ବିଶ୍ଵ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ଟ୍ରେଡ୍‌ରେ ସେପ୍ଟେମ୍ବର ସେସନ ପାଇଁ ନାମଲେଖାରତ୍ନ ଭଣ୍ଡାର ଚାବି ହଜିବା ଜଗନ୍ନାଥ ମନ୍ଦିର ଇତିହାସରେ ସବୁଠାରୁ କଳଙ୍କିତ ଅଧ୍ୟାୟ…୦୭ ଅଗଷ୍ଟ ୨୦୨୩ – ଭାରତ ବନ୍ଦବିଜନେସ କ୍ଲବ ଅଫ୍ ଏଣ୍ଟରପ୍ରେନରସ (ବିସିଇ)ଉତ୍କଳ କ୍ଲବ୍ ର ଉଦ୍ଘାଟନୀ…ରାଜ୍ୟ ଆର୍‌ବିଏସ୍‌ ଆୟୁଷ ଡାକ୍ତର ସଂଘ, ଓଡ଼ିଶାର ସମୀକ୍ଷା ବୈଠକରାଜ୍ୟ ମିଶନ ଶକ୍ତି ଏସ୍ଏଚ୍‌ଜି କାହାର ଅଧ୍ଵସ୍ତ ନୁହଁନ୍ତି କି ଦୟାର ପାତ୍ର ନୁହଁନ୍ତିଉପକୃତ ବିଜେଡ଼ି ଉପେକ୍ଷିତ ଓଡ଼ିଶାଜୁନ ୭ରୁ ଆନ୍ଦୋଳନକୁ ଓହ୍ଲାଇବ ଓଡ଼ିଶା ରାଜ୍ୟ ଗ୍ରାଜୁଏଟ ଠିକା ମହିଳା ପରିଦର୍ଶିକା ସଂଘଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାରର ଶେଷ ଦିନରେ କଂଗ୍ରେସର ବିରାଟ ଶୋଭା ଯାତ୍ରାମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣର ପ୍ରତିକ୍ରିୟା ରଖିଲେ କେନ୍ଦ୍ରମନ୍ତ୍ରୀଅଖିଳ ଭାରତ କଂଗ୍ରେସ କମିଟିର ସଭାପତିଙ୍କୁ ହତ୍ୟା ଧମକ ବିରୋଧରେ ଝାରସୁଗୁଡ଼ା ଥାନାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଏତଲା ଦେଲେଝାରସୁଗୁଡା ଉପନିର୍ବାଚନ….ରାଜ୍ୟରେ ୫ଟି ଶାସନ ପ୍ରତି କଂଗ୍ରେସର କଟାକ୍ଷନବୀନ ବାବୁଙ୍କ ଶାସନ କାଳରେ ଓଡ଼ିଶା କୃଷକମାନଙ୍କର ଆୟ ଦ୍ୱିଗୁଣିତ ହେବା ପରିବର୍ତେ ଆୟ ବହୁପରିମାଣରେ କମି କମି ଯାଉଛି : କଂଗ୍ରେସଭୁବନେଶ୍ୱର ଠାରେ ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା ପ୍ରଦର୍ଶନୀ” ଉଦଘାଟିତମେ ୬ରେ ଉତ୍କଳକନିକାରେ ମିଷ୍ଟର ଆଣ୍ଡ୍ ମିସ୍ ଉତ୍କଳ ଫ୍ୟାସନ ଶୋ
Blank space

ରାଜୀବ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦଦେବା ଓ ମହାଦୁର୍ନୀତି ବିରୁଦ୍ଧରେ ବିଜେପି ର ବିଡିଏ ଅଫିସ ସମ୍ମୁଖରେ ଧାରଣା।

0

ଭୁବନେଶ୍ୱର, ନିରପେକ୍ଷ ଖବର: ତା ୧୨/୦୯:ମହିଁଷାଖାଲ ବସ୍ତିରେ ରାଜୀବ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ବାଦଦେବା ଓ ମହାଦୁର୍ନୀତି ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ଏକାମ୍ର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ବିଜେପି ସଭାପତି ତଥା ଏକାମ୍ର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ଙ୍କ ନେତୃତ୍ୱରେ ବିଡିଏ ଅଫିସ ସମ୍ମୁଖରେ ଧାରଣା ଦେବା ସହ ଲିଖିତ ଭାବରେ ବିଡ଼ିଏ ସେକ୍ରେଟେରୀ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା। ଶ୍ରୀ ସିଂ କହିଛନ୍ତି ସବୁଥିରେ ଘୋଟାଲାପରି ଏଥିରେ ମଧ୍ୟ ମହା ଘୋଟାଲା ହୋଇଛି ବିଡ଼ିଏ ଓ ବିଏମସି ଦ୍ଵାରା। ବସ୍ତି ବାସିନ୍ଦାଙ୍କୁ ରାଜୀବ ଆବାସ ଯୋଜନାରେ ଘର ଦେବାକୁ କହି ବସ୍ତି ବାସିନ୍ଦାଙ୍କୁ ଭଣ୍ଡାଇ ଦେଇଛନ୍ତି ବିଜେଡ଼ି ସରକାର। ବିଡ଼ିଏ ପକ୍ଷରୁ ରାଜୀବ ଆବାସ ଯୋଜନା ରେ ଘର ଦେବା ପୂର୍ବରୁ ଟଙ୍କା ନିଆଗଲା ହେଲେ ଆକାଉଣ୍ଟ ରୁ ଟଙ୍କା କଟିବା ପରେ ମଧ୍ୟ ଯୋଗ୍ୟ ହିତାଧିକାରୀ ଙ୍କୁ ଘର ନମିଳି ଅଯୋଗ୍ୟ ହିତାଧୀକାରୀ ଙ୍କୁ ଘର ମିଳିବା ଦୁର୍ଭାଗ୍ୟର ବିଷୟ।ଅନେକ ଘର ପାଇବାରୁ ବଞ୍ଚିତ ହେଲେ।ମହିଁଷାଖାଲ ବସ୍ତି ୱାର୍ଡ ନଂ ୫୬ ରେ ବସ୍ତି ବାସିନ୍ଦାଙ୍କ ସ୍ଥାୟୀ ଥଇଥାନ ନିମନ୍ତେ ରାଜୀବ ଆବାସ ଯୋଜନା ରେ ଗୃହଆବଣ୍ଟନ କରାଯାଇଥିଲା କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ଯେ ଯୋଗ୍ୟ ହିତାଧିକାରୀ ଭାବେ ଚୟନ କରାଯାଇଥିବା ବ୍ୟକ୍ତି ସମ୍ପୂର୍ଣ ଅଯୋଗ୍ୟ ହିତାଧୀକାରୀ। ଦୀର୍ଘ କୋଡ଼ିଏ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଏକାମ୍ର ନିର୍ବାଚନ ମଣ୍ଡଳୀର ବିଜେବି ନଗର ସ୍ଥିତ ମହିଁଷାଖାଲ ବସ୍ତି ଅଞ୍ଚଳରେ ରହୁଥିଲେ ଏହି ଲୋକମାନେ। ଯେତେବଳେ “ରେ” ସର୍ଭେ ହେଲା ଏବଂ ଘର ତିଆରି ହେଲା ଏଇ ବସ୍ତି ବାସିନ୍ଦା ହିଁ ମୁଖ୍ୟମନ୍ତ୍ରୀ ଙ୍କୁ ଫୁଲ ଦେଇ ସ୍ବାଗତ କରିନେଇଥିଲେ ହୁଳ ହୁଳି ହରି ବୋଲ ପକେଇ। ଭାବୁଥିଲେ ସେମାନଙ୍କ ଦୁଃଖ ଦୂର ହେବ ଏଠି ବଡ଼ ବଡ଼ କୋଠା ହେଲାଣି ଘର ପାଇବେ। ଘର କାମ ମଧ୍ୟ ସରିଲା ହେଲେ ରହିଲା ବେଳକୁ ଯେଉଁ ମାନେ ଦୀର୍ଘ ଦିନ ଧରି ରହୁଥିଲେ ତାଙ୍କ ନାମ କଟିଗଲା। କୋଉ ମାନଙ୍କୁ ଘର ଦିଆଗଲା ସେଠାକାର ବିଜେଡ଼ି କର୍ପୋରେଟର ଡେପୁଟି ମେୟର ତାଙ୍କ ବନ୍ଧୁବାନ୍ଧବ ଙ୍କୁ, ବିଜେଡ଼ି ଦଳର ବସ୍ତି ନେତା ସମସ୍ତେ ଜଣକା ଦୁଇରୁ ଉର୍ଦ୍ଧ ଘର ହାତେଇଲେ ଓ ବସ୍ତି ର ବିଜେଡ଼ି ନେତା ନାମ ଲକ୍ଷ ଲକ୍ଷ ଟଙ୍କା ନେଇ ଘର ବିକିଲେ। ଆଜି ଆମେ ସୁଚେଇ ଦଉଛୁ ଏମାନେ ଦୀର୍ଘ ସାତ ବର୍ଷ ଧରି ବିଭିନ୍ନ ଅଫିସ ବିଡ଼ିଏ, ବିଏମସି, ସ୍ଥାନୀୟ ମନ୍ତ୍ରୀ ଙ୍କ ଅଫିସ, ମୁଖ୍ୟମନ୍ତ୍ରୀ ଙ୍କ ଅଫିସ୍ ସବୁଠିକ ଦୌଡ଼ିଲା ପରେ ହାରାଷ ହୋଇଛନ୍ତି। ଏହା ଭିତରେ କିଛି ଲୋକ ଏହାକୁ ନେଇ ହାଇକୋର୍ଟ ରେ କେସ କାରୀ ଜିତିଛନ୍ତି ଓ ଡିଗ୍ରୀ ପାଇଛନ୍ତି ମଧ୍ଯ। ତେଣୁ ଏହା ଉପରେ ତୁରନ୍ତ ଏକ କମିଟି କରି ସତ୍ୟତା କୁ ପରଖନ୍ତୁ ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀ ଙ୍କୁ ଗୃହ ଦିଅନ୍ତୁ ତାସହିତ ଅଯୋଗ୍ୟ ହିତଧୀକାରୀ ଙ୍କୁ ଚିହ୍ନଟ କରି ତାଙ୍କ ବିରୁଦ୍ଧରେ କାର୍ଯ୍ୟନଷ୍ଠାନ ଗ୍ରହଣ କରନ୍ତୁ ନହେଲେ ଏହି ଆନ୍ଦୋଳନ ଆଗକୁ ଭୟଙ୍କର ହେବ ବୋଲି ଶ୍ରୀ ସିଂ କହିଥିଲେ। ସର୍ବଦା ବିଜୁଜନତା ଦଳ ବସ୍ତି ବାସିନ୍ଦାଙ୍କୁ ଭଣ୍ଡାନ୍ତି ଓ ତାଙ୍କୁ ମିଥ୍ୟା ପ୍ରତିଶୃତି ଦେଇ ଭୋଟ ହାତାନ୍ତି ମାତ୍ର ଏଥର ଆଉ ସେମିତି ହେବନି ବସ୍ତି ବାସିନ୍ଦା ସଠିକ୍ ସମୟରେ ସଠିକ୍ ଜବାବ ଦେବେ ଆଉ ଏହି ଅହଙ୍କାରୀ ବିଜେଡ଼ି ସରକାର ଓଡ଼ିଶାରୁ ବିତାଡିତ କରିବେ ବୋଲି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି କହିଥିଲେ।ଆଜିର ଏହି ବିକ୍ଷୋଭ ରେ ବିଜେପି ନେତା ଦିଲ୍ଲୀପ ବେହେରା,ଅମରଜ୍ୟୋତି ଜଗଦ୍ଦେବ, ମୁରଲୀଧର ନାୟକ, ନାରାୟଣ ବସ୍ତିୟା,ସଂଗ୍ରାମ ନାୟକ, ବିନ୍ଦୁଲତା ବଳୀୟାରସିଂ, ଗୟାଧର ରଥ, ରାକେଶ ମହାନ୍ତି, ସଞ୍ଜୀବ ସିଂ,ରାଜକିଶୋର ଜେନା, ଶରତ ମହାନ୍ତି, ଦୀନବନ୍ଧୁ ବରାଳ, ସୁରଜ ମଣ୍ଡଳ, ଦେବ ସେଠୀ, ସୁଭାଷ ପଣ୍ଡା, ବିରେନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Mo sapath

Leave A Reply

Your email address will not be published.