Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଓଡିଶାରେ ବିକାଶ ଆଣିବାକୁ ହେଲେ କେନ୍ଦ୍ର ଓ ରାଜ୍ୟରେ ଦରକାର ବିଜେପି ସରକାର :ଶିବରାଜ ସିଂହ ଚୌହାନ

*୧୯ ବର୍ଷ ବିଜେଡି ସରକାର ଓଡିଶାକୁ ପୂରା ବରବାଦ କରିଛି । *ରାହୁଲ ହେଉଛନ୍ତି ସବୁଠୁ ବଡ ମିଛୁଆ । କଂଗ୍ରେସ ଯେତେ ପ୍ରତିଶୃତି ଦେଇଛି ତାହା କିଛି ପୂରଣ କରିନି । *ଆଗାମୀ ଦିନରେ ଓଡିଶାରେ ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦେଇଥିବା ଲକ୍ଷ୍ୟ ମିଶନ ୧୨୦+ ନିଶ୍ଚିତ ପୂରଣ ହେବ

0

ଭୁବନେଶ୍ୱର ନିରପେକ୍ଷ ଖବର, ତା ୨୬/୦୩: ଦୀର୍ଘ ୧୯ ବର୍ଷ ବିଜେଡି ସରକାର ଓଡିଶାକୁ ପୂରା ବରବାଦ କରିଛି । ରାଜ୍ୟରେ କୁପୋଷଣ, ଶିଶୁ  ମୃତ୍ୟୁହାର, କୃଷକ ଆତ୍ମହତ୍ୟା, ମହିଳାଙ୍କ ପ୍ରତି ଅତ୍ୟାଚାର ବଢିଚାଲିଛି । ସୁଶାସନର ଡିଣ୍ଡିମ ପିଟୁଥିବା ବିଜେଡି ସରକାର ଲୋକଙ୍କ ପାଖରେ ମୌଳିକ ସୁବିଧା ପହଂଚାଇ ପାରି ନାହିଁ । ବିଜୁଳୀ, ପିଇବା ପାଣି, ପକ୍କା ଘର ଆଦିରୁ ଗରୀବ ଲୋକ ଏବେବି ବଂଚିତ ଅଛନ୍ତି । କଂଗ୍ରେସ ସରକାର ଥିବା ସମୟରେ ଓଡିଶାର ସ୍ଥିତି ଯାହା ଥିଲା ୧୯ ବର୍ଷ ପରେ ବି ସମାନ ସ୍ଥିତି ରହିଛି। ରାଜ୍ୟରେ ବିକାଶର ଗତି ଦେବାକୁ ହେଲେ କେନ୍ଦ୍ରରେ ଏବଂ ରାଜ୍ୟରେ ବିଜେପି ସରକାର ହେବା ଦରକାର । ୨ ଚକା ଲାଗିଲେ ଓଡିଶାର ବିକାଶ ହେବା ସହ ସମସ୍ତ ସମସ୍ୟାର ସମାଧାନ ହୋଇପାରିବ ବୋଲି ବିଜୟ ସଂକଳ୍ପ ସମାବେଶରୁ ଫେରି ରାଜ୍ୟ କାର୍ଯ୍ୟାଳୟରେ ବିବୃତି ରଖିଛନ୍ତି  ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ଶିବରାଜ ସିଂହ ଚୌହାନ । ଶ୍ରୀ ଚୌହାନ କହିଛନ୍ତି ଯେ, ମୋଦି ସରକାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ସତ୍ୱେ ରାଜ୍ୟ ସରକାର
ଏହାକୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲାଗୁ କରୁନାହାଁନ୍ତି । ରୋଗୀମାନଙ୍କ ସହ ନବୀନ ବାବୁ ଅନ୍ୟାୟ କରୁଛନ୍ତି । ସାଧାରଣ ଗରିବ ଲୋକଙ୍କ ଚିକିତ୍ସା ପାଇଁ ମୋଦି ସରକାର ଅର୍ଥ ଦେଉଥିବାବେଳେ ନବୀନ ବାବୁ କାହିଁକି ଏହାକୁ ଲାଗୁ କରୁନାହାଁନ୍ତି ବୋଲି ଶ୍ରୀ ଚୌହାନ ପ୍ରଶ୍ନ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନା ଅନୁଯାୟୀ ରାଜ୍ୟ ସରକାର କେନ୍ଦ୍ରକୁ ଚାଷୀମାନଙ୍କର ତାଲିକା ଦେବାରେ ବିଳମ୍ବ  କରୁଛନ୍ତି । ହୀନ ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡି ସରକାର ଏପରି କରୁଛି ବୋଲି ଶ୍ରୀ ଚୌହାନ ଅଭିଯୋଗ କରିଛନ୍ତି । ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୭୨ ହଜାର ଟଙ୍କା ଗ୍ୟାରେଂଟି କାର୍ଡ ଦେବାକୁ କହିବା ଘଟଣାକୁ ଶ୍ରୀ ଚୌହାନ ଦୃଢ ନିନ୍ଦା କରିଛନ୍ତି । ରାହୁଲ ହେଉଛନ୍ତି ସବୁଠୁ ବଡ ମିଛୁଆ । କଂଗ୍ରେସ ଯେତେ ପ୍ରତିଶୃତି ଦେଇଛି ତାହା କିଛି ପୂରଣ କରିନି । ୫୫ ବର୍ଷ ଧରି କଂଗ୍ରେସ ଶାନ ପରେ ବି ଦେଶରୁ ଗରିବୀ ହଟିଲା ନାହିଁ । ସେ ଗରିବଙ୍କ ପାଇଁ କିଛି କରିନାହାଁନ୍ତି । ପୂର୍ବରୁ ଋଣ ଛାଡ କରିବା କହି ସେ ଚାଷୀମାନଙ୍କୁ ଧୋକ୍କା ଦେଇଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି । ଦେଶର ଜନତା ମଜବୁତ ସରକାର ଚାହୁଁଥିବା ବେଳେ ନବୀନ ବାବୁ ମଜବୁତ ସରକାର ହେବାକୁ ଚାହୁଁନାହାଁନ୍ତି । କଂଗ୍ରେସ ସରକାରର ଗଠବନ୍ଧନ ଏବେ ଠକବନ୍ଧନରେ ପରିଣତ ହୋଇଛି ଗଠବନ୍ଧନରେ ହାତ ମିଶାଉଥିବା ନେତାଙ୍କର ହୃଦୟ ମିଶୁନି । ୟୁପିଏ ସରକାର ସମୟରେ ସଂସଦରେ ଆକ୍ରମଣ ହୋଇଥିବାବେଳେ କଂଗ୍ରେସ ସରକାର ଚୁପ ରହିଥିଲା । କିନ୍ତୁ ବିଜେପି ସରକାର ଏବେ ଆତଙ୍କବାଦ ବିରୁଦ୍ଧରେ ମୁହଁତୋଡ ଜବାବ ଦେଉଛି । ସାରା ଦେଶ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ରହିଛି । ଦେଶର ୧୬ ଟି ରାଜ୍ୟରେ ଏବେ ବିଜେପି ସରକାର ଚାଲିଛି । ଆଗାମୀ ଦିନରେ ଓଡିଶାରେ ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦେଇଥିବା ଲକ୍ଷ୍ୟ ମିଶନ
୧୨୦+ ନିଶ୍ଚିତ ପୂରଣ ହେବ ଏବଂ ରାଜ୍ୟ ଏବଂ କେନ୍ଦ୍ରରେ ବିଜେପି ସରକାର ହେବ ବୋଲି ଶ୍ରୀ ଚୌହାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Mo sapath

Leave A Reply

Your email address will not be published.