Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ଜଙ୍ଗଲ ବୃଦ୍ଧି କରାଯାଉ…..

ଓଡ଼ିଶା, ଦି ଗ୍ରୀନ୍‌ ଲିଡର’ ଶୀର୍ଷକ କର୍ମଶାଳାରେ ଅଙ୍ଗାରକାମ୍ଳ ବିଶୋଧନ କରିପାରୁଥିବା ବୃକ୍ଷରୋପଣ ଉପରେ ଗୁରୁତ୍ୱ...

0

ଭୁବନେଶ୍ୱର: ନିରପେକ୍ଷ ଖବର, ତା ୧୪/୦୨/୨୦୧୯, ଆଜି ଅବସରପ୍ରାପ୍ତ ବନବିଭାଗ ଅଧିକାରୀଙ୍କ ସୋସାଇଟି(ଓଡ଼ିଶା) ପକ୍ଷରୁ ଓଡ଼ିଶା ବନବିଭାଗ ଏବଂ ଓଡ଼ିଶା ମହାନଦୀ କୋଲଫିଲ୍‌ଡ଼ ଲିମିଟେଡ଼୍‌ ସହଯୋଗରେ ‘ଓଡ଼ିଶା, ଦି ଗ୍ରୀନ୍‌ ଲିଡର’ ଶୀର୍ଷକ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଶିଳ୍ପାୟନ ଏବଂ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଜଙ୍ଗଲ ଜମି ଉପରେ କ୍ରମାଗତ ଭାବରେ ଚାପ  ସୃଷ୍ଟି ହେଉଥିବାରୁ କିପରି ଅଧିକ ସବୁଜବଳୟ ସୃଷ୍ଟି କରାଯାଇପାରିବ ସେ ବିଷୟରେ ଉପସ୍ଥିତ ବିଶେଷଜ୍ଞମାନେ ସେମାନଙ୍କର ମତ ଉପସ୍ଥାପନ କରିଥିଲେ । ରାଜ୍ୟରେ ୪୪୦୪ ବର୍ଗ କିଲୋମିଟର ଜଙ୍ଗଲ ସୃଷ୍ଟି ହୋଇଥିଲେ ମଧ୍ୟ ଘନଜଙ୍ଗଲର ପରିମାଣରେ କିଛି ହ୍ରାସ ଘଟିଛି । ହାତୀ ଏବଂ ମନୁଷ୍ୟ ମଧ୍ୟରେ ସଂଘର୍ଷ ବୃଦ୍ଧି ପାଉଥିବା
ଦେଖାଯାଉଛି ଯେଉଁଥି ପାଇଁ ଉଚ୍ଚମାନର ବନୀକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ ଦିଆଯାଉଛି । ଏହି କର୍ମଶାଳାରେ ଯୋଗଦେଇଥିବା ବିଶେଷଜ୍ଞମାନେ ଜଙ୍ଗଲ ବୃଦ୍ଧି ସହ ଅଧିକ
ଅଙ୍ଗାରକାମ୍ଳ ବିଶୋଧନ କରିପାରୁଥିବା ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଥିଲେ । ଶାଳିଆ ବାଉଁଶ ଏହି ଧରଣର ଏକ ଉପଯୁକ୍ତ ବୃକ୍ଷ ହୋଇଥିବାରୁ ଏବଂ ଏହା ଆସବାବପତ୍ର ନିର୍ମାଣ ସହ
ଅନ୍ୟ କାର୍ଯ୍ୟରେ ମଧ୍ୟ ବ୍ୟବହାର ହେଉଥିବାରୁ ଏହି ଜାତୀୟ ଚାରା ଅଧିକ ମାତ୍ରାରେ ରୋପଣ କରିବା ନିମନ୍ତେ ମତପ୍ରକାଶ ପାଇଥିଲା ।
ଆହୁରି ମଧ୍ୟ ଏହି କର୍ମଶାଳାରେ ହେନ୍ତାଳ ବନ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା । ମହାନଦୀ କୋଲଫିଲଡ୍‌, କାମ୍ପା ଓ ଅନ୍ୟ କର୍ପୋରେଟ୍‌ମାନେ ଯେଉଁ ସବୁଜିମା ସୃଷ୍ଟି କରିଛନ୍ତି ସେ
ବିଷୟରେ ଆଲୋଚନା ହୋଇଥିଲା । ସର୍ବଶେଷରେ ‘ସବୁଜ ଓଡ଼ିଶା’ ଲକ୍ଷ୍ୟ ହାସଲ ପଥରେ ଆମେ ଅଗ୍ରସର ହେଉଛେ ଏବଂ ଏଥିପାଇଁ ସମସ୍ତଙ୍କ ଉଦ୍ୟମ ଜାରି ରହିବା ଆବଶ୍ୟକ ବୋଲି
କର୍ମଶାଳାରେ ମତପ୍ରକାଶ ପାଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ବନୀକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ କରଞ୍ଜ, ବଡ଼ ଚାକୁଣ୍ଡା, ନିମ,
ଜାମୁ, ପିଆଶାଳ, ଗମ୍ଭାରୀ, ଅଁଳା, ମହୁଲ ଆଦି ସ୍ୱତନ୍ତ୍ର ବୃକ୍ଷ ରୋପଣ କରାଯିବା ସହ ନଣ୍ଡାପାହା ବନୀକରଣ, ସହରାଞ୍ଚଳ ବନୀକରଣ, ପଥପାଶ୍ୱର୍ ବନୀକରଣ, ବାଉଁଶ ଓ କାଜୁ ବନୀକରଣ,
ଜାତୀୟ ବନୀକରଣ କାର୍ଯ୍ୟକ୍ରମ, ଜଙ୍ଗଲ ବାହାର ବନୀକରଣ, କୃଷିକ୍ଷେତ୍ର ଚତୁଃପାଶ୍ୱର୍ରେ ବିଭିନ୍ନଚାରାରୋପଣ ଓ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଅନୁଷ୍ଠାନଗୁଡ଼ିକ ପରିସରରେ ଗଛ ଲଗାଇବା ପାଇଁ
ବିନାମୂଲ୍ୟରେ ଚାରା ପ୍ରଦାନ କରାଯାଉଛି । ଆଜିର କର୍ମଶାଳାରେ ଉଦ୍‌ଘାଟନୀ ପର୍ବରେ ଓଡ଼ିଶା ଅବସରପ୍ରାପ୍ତ ବନବିଭାଗ ଅଧିକାରୀ
ସୋସାଇଟିର ଅଧ୍ୟକ୍ଷ ଶ୍ରୀ ବି.ସି.ପାଲ୍‌, ଅତିରିକ୍ତ ମୁଖ୍ୟ ଶାସନ ସଚିବ(ବନ) ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ପିସିସିଏଫ୍‌ ଡ. ଦେବବ୍ରତ ସ୍ୱାଇଁ, ବନ୍ୟପ୍ରାଣୀ ପିସିସିଏଫ୍‌ ଡ. ସମ୍ବିତ୍‌ ତି୍ରପାଠୀ, ଅତିରିକ୍ତ ପିସିସିଏଫ୍‌ ଡ. ଏ. କେ. ପାଠକ, ଅତିରିକ୍ତ ପିସିସିଏଫ୍‌(କେନ୍ଦ୍ରୀୟ) ଶ୍ରୀ ଆର୍‌.କେ. ଦେ,  ସୋସାଇଟିର ଉପସଭାପତି ଡ. ବି.କେ. ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.