ଭୁବନେଶ୍ୱର,ନିରପେକ୍ଷ ଖବର:ତା ୨୯/୦୪: ଓଡ଼ିଶା ବିଧାନସଭାର ଆସନ୍ତା ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବୁଧବାର ଲୋକଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ଭେଟିଥିଲେ।
ଏହି ସାକ୍ଷାତକାରରେ ଏପ୍ରିଲ ୩୦ରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ଓ ଗୁରୁତ୍ୱ ସମ୍ପର୍କରେ ମନ୍ତ୍ରୀ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ।

ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଅଂଶଗ୍ରହଣ, ଶାସନ ବ୍ୟବସ୍ଥା ଓ ନିଷ୍ପତ୍ତି ଗ୍ରହଣରେ ସେମାନଙ୍କ ଭୂମିକା ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ଅଧିବେଶନ ଡକାଯାଇଛି।
ରାଜ୍ୟପାଳ ଏହି ପଦକ୍ଷେପକୁ ସ୍ୱାଗତ କରିଥିବାବେଳେ ଆଲୋଚନା ଅର୍ଥପୂର୍ଣ୍ଣ ଓ ଫଳପ୍ରସୂ ହେବ ବୋଲି ଆଶା ପ୍ରକାଶ କରିଥିଲେ। ସେ ଅଧିବେଶନର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ।

