ଭୁବନେଶ୍ବର : ନିରପେକ୍ଷ ଖବର: ୟୁନେସ୍କୋ ଏବଂ ଆଇ.ଆଇ.ଏମ୍.ଟି ଭୁବନେଶ୍ବର ମିଳିତ ସହଯୋଗରେ ଜୁମ୍
ମାଧ୍ୟମରେ ମାନବିକ ଅଧିକାର ଏବଂ ଆର୍ଥିକ ବ୍ୟବସ୍ଥା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରକୁ ଉଦ୍ଘାଟନ କରି ୟୁନେସ୍କୋ ଲେକଚର ସିରିଜ୍ ଚେୟାରର ପ୍ରଫେସର ଫ୍ରାନ୍ସିସକୋ ଭିଗ୍ଲିଆରୋଳ ଦେଶର ଆର୍ଥିକ ପ୍ରଗତିକୁ ଗୁରୁତ୍ବ ଦେବା ସହିତ ମାନବିକ ଅଧିକାର ସୁରକ୍ଷା ଉଭୟ ପରଷ୍ପର ଦେଶର ବିକାଶ ପାଇଁ ଗୁରୁତ୍ବପୁର୍ଣ ବୋଲି ମତପ୍ରକାଶ କରିଥିଲେ। ଆଲୋଚନା ଚକ୍ରକୁ
ଆଇ.ଆଇ.ଏମ୍.ଟି ର ପ୍ରଫେସର ଡଃ ଶ୍ରୀକାନ୍ତ ପଟ୍ଟନାୟକ ପରିଚାଳନା କରିବା ସହିତ ଏଥିରେ ଭାଗନେଇ ଗଣତନ୍ତ୍ର ପାଇଁ ଯେପରି ମାନବିକ ଅଧିକାର ଗୁରୁତ୍ବପୁର୍ଣ୍ଣ ଦେଶର ବିକାଶ ପାଇଁ ଆର୍ଥିକ ସହଯୋଗ ସେହିପରି ଅତ୍ୟନ୍ତ ଆବଶ୍ୟକ; ଉଭୟ ପରସ୍ପର
ପରିପୁରକ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ଇଟାଲି ବିଶ୍ବବିଦ୍ୟାଳୟର ପ୍ରଫେସର ଆରତୁରେ ହର୍ମନ ଆର୍ଥିକ ବିକାଶକୁ ଗୁରୁତ୍ବ ଦେବା ସହିତ ମାନବିକ ଅଧିକାରକୁ ସମ୍ମାନଦେଲେ ଦେଶର ବିକାଶ ଆଗେଇଗଲେ ବୋଲି ମତ ରଖୁଥିଲେ । ଇଂ. ସୁବ୍ରତ
କୁମାର ପୃଷ୍ଟି, ଓଡ଼ିଶା ଟେଲିକମ୍ର ନିର୍ଦ୍ଦେଶକ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ଆଞ୍ଚଳିକ ବିକାଶ ସହିତ ତଳସ୍ତରରେ ରହୁଥିବା ଲୋକମାନଙ୍କର ଆବଶ୍ୟକତାକୁ ସରକାର ପୁରଣ କରିପାରିଲେ ମାନବିକ ଅଧିକାର ସୁରକ୍ଷିତ ହେବା ସହିତ ସମଗ୍ର ଦେଶର ପ୍ରଗତି ପରିଲିଖିତ ହୋଇପାରିବ ବୋଲି କହିଥିଲେ। ଅରୁଣାଚଳ ପ୍ରଦେଶ ରାଜୀବଗାନ୍ଧୀ ବିଶ୍ବବିଦ୍ୟାଳୟ ଅର୍ଥନୀତି ବିଭାଗର ମୁଖ୍ୟ ପ୍ରଫେସର ସୁଶାନ୍ତ କୁମାର
ନାଏକ ସରକାର ଏବଂ ପ୍ରତ୍ୟେକ ବ୍ୟକ୍ତି ମାନବିକ ଅଧିକାରକୁ ସୁରକ୍ଷା ଦେଇ ଦେଶର ଆର୍ଥିକ ବିକାଶରେ ସାମିଲ୍ ହୋଇ ପାରିଲେ ନାଗରିକର ସମୁହ ବିକାଶ ହୋଇପାରିବ ବୋଲି ମତ ରଖୁଥିଲେ ।
Breaking News/ମୁଖ୍ୟ ଖବର:
କେବଳ ନବୀନ ଓ କେବଳ ଶଙ୍ଖ ଆସିଲେ ହିଁ ଆମ ରାଜ୍ୟରେ ଆହୁରି ଉନ୍ନତି ହୋଇପାରିବ୩୬ ନଂ ୱାର୍ଡ ମଧୁସୂଦନ ନଗର ଓ ୟୁନିଟ -୪ ମାର୍କେଟ ଅଞ୍ଚଳରେ ଜନ ସଂପର୍କ ପଦଯାତ୍ରାଓଡ଼ିଶାରେ ମୋଦୀଙ୍କର ଚିରାଚରିତ ମିଛ ପ୍ରତିଶ୍ରୁତି ଓ ଫମ୍ପା ଭାଷଣକୁ କଟାକ୍ଷ କଲା କଂଗ୍ରେସମଧ୍ୟରେ ବଢ଼ୁଚି ବଜେପି ଛିଡୁଚି ବିଜେଡିୱାର୍ଡ ନଂ ୪ ର ସମ୍ମିଳିତ ବିଜେପି କର୍ମୀମାନଙ୍କ ଦ୍ୱାରା ଆୟୋଜିତ ଏକ ସମାବେଶକେୟାର ହସ୍ପିଟାଲ ପକ୍ଷରୁ କେୟାର କନେକ୍ଟ କର୍ମଶାଳା ଆୟୋଜିତପଟିଆ ରାଜାଙ୍କ ଆଶୀର୍ବାଦ ନେଲେ ପ୍ରିୟଦର୍ଶୀଦୁଇଟି ପଦ୍ମ ଫୁଲ ଚି଼ହ୍ନରେ ମୋହର ମରିବା ପାଇଁ ନିବେଦନ କଲେ ପ୍ରିୟଦର୍ଶୀନିର୍ବାଚନ ଇସ୍ତହାରରେ ରହୁ ଭୁବନେଶ୍ୱର ଜିଲ୍ଲା ଘୋଷଣାPARICHAY FOUNDATION-PROJECT -PAVI – DISTRIBUTION DRIVE SUPPORTED BY Shipping corporation of India.ବିଜେପି ଡରରେ ନବୀନ ବାବୁ ଓଡ଼ିଶା ବାସୀଙ୍କୁ ଧୋକା ଦେଇଛନ୍ତିNMIET organizes 17th Athletic Meetସ୍ମାର୍ଟ ଲିଭିଙ୍ଗ୍ ସଲ୍ୟୁସନର ମାନ ବୃଦ୍ଧି ପାଇଁ ଟ୍ରାଞ୍ଜେପ ସ୍ମାର୍ଟ ବିଲିଂ ଏବଂ ଆମ୍ପିଓ ପୋଲାଣ୍ଡର ମିଳିତ ଉଦ୍ୟମଓଡ଼ିଶା କୃଷକ ସାଥୀ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ…ଏଏସିସିଆଇ ର ୩ ଦିନିଆ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଆଗାମୀ ୨୦୨୪ ନିର୍ବାଚନ ଉତ୍ତରରୁ ଲଢ଼ିବେ ଦେବାଶିଷ ନାୟକଖୋଲିଲା ଆଭୂଷଣ ଜ୍ବେଲର୍ସ“ଜଗବନ୍ଧୁ ଜରାଶ୍ରମ” ପକ୍ଷରୁ ଶୀତବସ୍ତ୍ର ଓ ରାସନ ସାମଗ୍ରୀ ବଣ୍ଟନପ୍ରଫେସର ରଶ୍ମୀ ମିଶ୍ରଙ୍କ ପୁସ୍ତକ “ୟୁଭିକା” ଉନ୍ମୋଚିତPoetry Collection “YUVAIKA” Launched