Blank space
Blank space
Breaking News/ମୁଖ୍ୟ ଖବର:
ବିଜେପି ଓବିସି ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତିସମ୍ପୂର୍ଣ୍ଣ ଅନ୍‌ଲାଇନ୍‌ ମାଧ୍ୟମରେ ହେବ ଏହି ସବୁ ସରକାରୀ କାର୍ଯ୍ୟରାଜ୍ୟସ୍ତରୀୟ ‘ମତ୍ସ୍ୟ-ପ୍ରାଣୀ ସମାବେଶ ଓଡ଼ିଶା-୨୦୨୬’ଯୁଗପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ 
Blank space

ବିଜେପି ଓବିସି ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତି

 ସଂଗଠନକୁ ମଜ୍‌ଭୁତ କରିବା ଏବଂ ଓବିସି ବର୍ଗଙ୍କୁ ସାମ୍ବିଧାନିକ ଅଧିକାର ଦେବା ପ୍ରାଥମିକତା ହେବ

0

*ଓବିସି ବର୍ଗର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ ତ୍ୱରାନ୍ୱିତ ହେବ: ପ୍ରଦ୍ୟୁମ୍ନ କୁମାର ନାୟକ*

ଭୁବନେଶ୍ୱର, ନିରପେକ୍ଷ ଖବର:ତା.୨୦/୦୧: ସରକାର ଗଠନରେ ଓବିସି ମୋର୍ଚ୍ଚାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ମୋର୍ଚ୍ଚା ଅନେକ ସାଂସଦ ଓ ବିଧାୟକ ତିଆରି କରିଛି । ପ୍ରକୃତରେ ଆମ ଜନସଂଖ୍ୟା ଯାହା ରହିଛି, ସେହି ତୁଳନାରେ ଓବିିସି ବର୍ଗ ଆଜି ପଛୁଆ ରହିଛି । ଏଥିସହ ସାମ୍ବିଧାନିକ ଅଧିକାରରୁ ବଂଚିତ ରହିଛି । ଓବିସି ବର୍ଗର ସାମଗ୍ରିକ ବିକାଶ ପାଇଁ ଯେଉଁ ଲକ୍ଷ୍ୟ ରହିଛି, ତାହାକୁ ପୂରଣ କରିବା ପାଇଁ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ତଥା ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ କହିଛନ୍ତି ।
ବିଜେପି ଓବିସି ମୋର୍ଚ୍ଚାର ନୂତନ ରାଜ୍ୟ ସଭାପତି ଶ୍ରୀ ନାୟକଙ୍କୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଶ୍ରୀ ନାୟକ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ବର୍ଗର ଉନ୍ନତି ପାଇଁ ଅହରହ ପ୍ରୟାସ କରୁଛନ୍ତି । ଓବିସି ମୋର୍ଚ୍ଚାର ଯେଉଁ ସବୁ ଦାବି ରହିଛି, ତାହା କିପରି ବିଧାନସଭା ଓ ଦିଲ୍ଲୀ ଦରବାରରେ ପହଂଚିବ ସେଥିପାଇଁ ଆମ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ । ଓଡ଼ିଶାର କୋଣ ଅନୁକୋଣରେ ଅବହେଳିତ ଅବସ୍ଥାରେ ଥିବା ପଛୁଆ ବର୍ଗର ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରି ସେମାନଙ୍କ ବିକାଶ ପାଇଁ କାର୍ଯ୍ୟ କରିବ ଓବିସି ମୋର୍ଚ୍ଚା । ସମସ୍ତଙ୍କୁ ଏକଜୁଟ୍ କରି ସଂଗଠନକୁ ମଜ୍‌ଭୁତ କରିବା ଆମର ପ୍ରାଥମିକତା ହେବ । ଦଳ ଯେଉଁ ଗୁରୁଦାୟିତ୍ୱ ଦେଇଛି ତାହାର ସଫଳ ରୂପାୟନ ପାଇଁ ପ୍ରୟାସ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି ।
ଓବିସି ମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସୁରଥ ବିଶ୍ୱାଳ କହିଥିଲେ ଯେ, ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ଗଠନ କରିବା ପରଠାରୁ ଏହି ସଂଗଠନ ରାଜ୍ୟର ବିଭିନ୍ନ ଓବିସି ବର୍ଗର ମୁଖିଆଙ୍କୁ ଭେଟି ସାମାଜିକ ନ୍ୟାୟ ପାଇଁ ଅନେକ କାର୍ଯ୍ୟକ୍ରମ ଓ ଆନ୍ଦୋଳନ କରିଛି । ତତ୍କାଳୀନ ସରକାର ଓବିସିଙ୍କ ପ୍ରତି ଅନେକ ଅବହେଳା କରିଥିଲା । ପୌର ଓ ପଂଚାୟତ ନିର୍ବାଚନରୁ ଓବିସିଙ୍କୁ ବଂଚିତ କରିବା ସହ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ ମଧ୍ୟ ସଂରକ୍ଷଣ ଦେଇ ନ ଥିଲା । ଓଡ଼ିଶାରେ ବିଜେପି ସରକାର ଆସିବା ପରେ ଓବିସି ବର୍ଗଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ଓବିସି ବର୍ଗଙ୍କ ସାମ୍ବିଧାନିକ ଅଧିକାର ପାଇଁ ଏଭଳି ପ୍ରୟାସ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏହି ଅବସରରେ ମୋର୍ଚ୍ଚାର ନୂତନ ଓ ପୂବର୍ତନ ସଭାପତିଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧନା ଦିଆଯାଇଥିଲା ।
ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ଇଂ. ଜ୍ଞାନେନ୍ଦ୍ର ସ୍ୱାଇଁ ମୋର୍ଚ୍ଚାର ବିଗତ ୫ ବର୍ଷର ବିବରଣୀ ପ୍ରଦାନ କରିବା ସହ ସଭା ସଂଚାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓବିସି ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଦୁଷ୍ମନ୍ତ ଦାସ, ପୂର୍ବତନ ରାଜ୍ୟ ଉପସଭାପତି ଶ୍ରୀ ସୁବାସ ଜେନା, କଟକ ଜିଲ୍ଲା ସଭାପତି ଶ୍ରୀ ସୁକାନ୍ତ ବିଶ୍ୱାଳଙ୍କ ସମେତ ମୋର୍ଚ୍ଚାର ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତିମାନେ ଉପସ୍ଥିତ ଥିଲେ ।

Mo sapath

Leave A Reply

Your email address will not be published.