Blank space
Blank space
Breaking News/ମୁଖ୍ୟ ଖବର:
ସମ୍ବଲପୁରବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ  ୪୫୧.୨୪ କୋଟି ଟଙ୍କା ବ୍ୟୟରେ ବୃହତ ୱାଟର ସପ୍ଲାଏ ପ୍ରକଳ୍ପର ଭେଟି ଆଜି ୨୫ ଟି ଇ-ବସ୍‌ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀସ୍ୱର୍ଗତଃ ସଂଚିତା ମହାନ୍ତିଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭାକଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମ୍ ଠାରେ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା “ଓଡିଶା ମାଷ୍ଟର୍ସ ୨୦୨୫” ଉଦ୍‌ଘାଟିତବିଧାନସଭା ଠାରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ୪୪,୭୭୧ କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନକେଏଲ୍ ବିଶ୍ବବିଦ୍ୟାଳୟ ପକ୍ଷରୁ କ୍ୟାରିୟର ସମ୍ମିଳନୀକଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେଲା ୩୭ତମ ସବ-ଜୁନିୟର ଜାତୀୟ ବ୍ୟାଡ଼ମିଣ୍ଟନ ଚାମ୍ପିୟନସିପ୍୨୩ ରେ ପାରାଦୀପ ଡମ୍ପର ମାଲିକ ସଙ୍ଘ ନିର୍ବାଚନ : ସଦା ଙ୍କ ପଲ୍ଲା ଭାରି !ବିଧାନସଭା ପରିସରରେ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତପାରାଦୀପ କଲେଜ ଏନସିସି ଓ ଆଲୁମୁନି ଆସୋସିଏସନ ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜିତ : ୧୧୬ ୟୁନିଟ ରକ୍ତ ସଂଗୃହିତସରକାରୀ ଯୋଜନାରେ ବଦଳିନି ୪ ଅସହାୟ ପିଲାଙ୍କ ଭାଗ୍ୟ : ଭବିଷ୍ୟତ ଅନ୍ଧାରରେ, ସହାୟତା ପାଇଁ ସ୍ନେହମୟୀ ଙ୍କ ପ୍ରଚେଷ୍ଟାନଭେମ୍ବର ମାସ ଶେଷ ସୁଦ୍ଧା ସାରା ରାଜ୍ୟରେ ଗୁଣାତ୍ମକ ଆଳୁ ବିହନ ବିତରଣ ପାଇଁ ଲକ୍ଷ୍ଯବ୍ୟାଙ୍କ ଅଫ ବରୋଦା ଦ୍ୱାରା ମେଗା କିଷାନ ମେଳା ଆୟୋଜିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ
Blank space

ତାମିଲନାଡୁରେ ୩୨,୭୦୦ କୋଟିର ତୈଳ ଓ ଗ୍ୟାସ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଆଗାମୀ ୫ ବର୍ଷରେ ତୈଳ ଏବଂ ଗ୍ୟାସ ଭିତିଭୂମି ପାଇଁ ପୁଞ୍ଜିନିବେଶ ହେବ ସାଢେ ୭ ଲକ୍ଷ କୋଟି

0

ନୂଆଦିଲ୍ଲୀ/ଭୁବନେଶ୍ୱର,ନିରପେକ୍ଷ ଖବର:ତା ୧୭/୦୨,ଭାରତ ସରକାର ତୈଳ ଏବଂ ଗ୍ୟାସ ଭିତିଭୂମି ସୃଷ୍ଟି କରିବା ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ସାଢେ ୭ ଲକ୍ଷ ଟଙ୍କା ପୁଞ୍ଜିନିବେଶ କରିବାର ଯୋଜନା ରଖିଛନ୍ତି ବୋଲି ବୁଧବାର ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ତାମିଲନାଡୁରେ ୩୨ ହଜାର ୭୦୦ କୋଟିର ତୈଳ ଓ
ଗ୍ୟାସ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ ଓ ଶିଳାନ୍ୟାସ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିସି ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଲୋକାର୍ପିତ ମହତ୍ୱକାଂକ୍ଷୀ ପ୍ରକଳ୍ପ ତାମିଲନାଡୁକୁ ବିଶୋଧନାଗାରର ପେଣ୍ଠସ୍ଥଳି କରିବ ବୋଲି ମତବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ରିଫାଇନିଂ କ୍ଷେତ୍ରରେ କ୍ଷମତା ନିର୍ମାଣ ମାଧ୍ୟମରେ ବିଭିନ୍ନ ପଦକ୍ଷେପ ନେଉଛି । ୨୦୧୯-୨୦ରେ ଆମେ ବିଶ୍ୱରେ ରିଫାଇନିଂ କାପାସିଟିରେ ଚତୁର୍ଥ ସ୍ଥାନରେ ଥିଲୁ । ପାଖାପାଖି ୬୫.୨ ମିଲିୟନ ଟନର ପେଟ୍ରୋଲିୟମ ସାମଗ୍ରୀ ରପ୍ତାନୀ ହେଉଛି ଏବଂ ଆଗକୁ ଏହା ଆହୁରି ବଢିବାର
ସମ୍ଭାବନା ରହିଛି । ଇଣ୍ଡିଆନ ଅଏଲ ଏବଂ ଗ୍ୟାସ କମ୍ପାନୀ ଗୁଡିକ ବର୍ତମାନ ୨୭ଟି ଦେଶରେ ପାଖାପାଖି ୨ ଲକ୍ଷ ୭୦ ହଜାର କୋଟି ଟଙ୍କା ନିବେଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ କରକମଳରେ ୩୧ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ନାଗାପାଟ୍ଟିନମ ସ୍ଥିତ କୌଭେରୀ ବେସିନ ରିଫାଇନାରୀର ଶିଳାନ୍ୟାସ ହୋଇଯାଇଛି । ସେହିପରି ମନାଲି ସ୍ଥିତ ୭୦୦ କୋଟି ଟଙ୍କା ବ୍ୟୟରେ ର୍ନିମିତ ଚେନ୍ନାଇ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ(ସିପିସିଏଲ)ର ରାମାନାଥପୁରମ୍ -ଥୋଥୁକୁଡି ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ଏବଂ ପ୍ରାୟ ୫୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଗ୍ୟାସୋଲିନ ଡେସୁଲଫୁରିଜେସନ୍ ୟୁନିଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ତାମିଲନାଡୁବାସୀଙ୍କ ପାଇଁ ଇଜ୍ ଅଫ୍ ଲିଭିଂ ସୁବିଧାକୁ ବଢାଇବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଦିଗରେ ଆଜି ଏକ ଐତିହାସିକ ପଦକ୍ଷେପ । ବୁଧବାର ଦେଶ ଉଦ୍ଦେଶ୍ୟରେ ଶୁଭାରମ୍ଭ ହୋଇଯାଇଥିବା ପ୍ରକଳ୍ପ ଗୁଡିକ ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରିବା ସହ ପରିବେଶ ସହଯୋଗୀ ଏବଂ ସୁଲଭ ଦରରେ ଇନ୍ଧନ ଯୋଗାଇବ । ଏହାସହ ତାମିଲନାଡୁକୁ ବିଶୋଧନାଗାରର ପେଣ୍ଠସ୍ଥଳିରେ ପରିଣତ କରିବା ସହ ରାଜ୍ୟରେ ରୋଜଗାର ସୃଷ୍ଟି କରିବ ଏବଂ ସାମଗ୍ରିକ ବିକାଶରେ ମଧ୍ୟ ସହାୟକ ହେବ । ଏହି ସମସ୍ତ ପ୍ରକଳ୍ପ ଗୁଡିକ ୫୧.୭ ଲକ୍ଷ ମାନବ ଦିବସ ସୃଷ୍ଟି କରିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ବାର୍ଷିକ ୯ ନିୟୁତ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ନାଗାପଟ୍ଟିନମ୍ ଠାରେ ସ୍ଥାପିତ ହେବାକୁ ଥିବା କୌଭେରୀ ବେସିନ ରିଫାଇନାରୀ ଭାରତର ଉର୍ଜା ସୁରକ୍ଷାକୁ ସହାୟକ ହେବ ଏବଂ ତାମିଲନାଡୁକୁ ଦକ୍ଷିଣ ଭାରତର ଗୁରୁତ୍ୱପୂର୍ଣ୍ଣ ବିଶୋଧନାଗାର ଏବଂ ପେଟ୍ରୋକେମିକାଲର ପେଣ୍ଠସ୍ଥଳି ଭାବରେ ସ୍ଥାପିତ କରିବ । ଅପରପକ୍ଷରେ ଲୋକାର୍ପିତ ୧୪୪ କିଲୋମିଟର ଲମ୍ବ ରାମନାଥପୁରମ୍ – ଥୋଥୁକୁଡି ଏନ୍ନୋର- ଥିରୁଭାଲୁର- ବେଙ୍ଗାଲୁରୁ- ପୁଡୁଚେରୀ – ନାଗାପାଟ୍ଟିନମ୍‌- ମଦୁରାଇ- ଟୁଟିକୋରିନ୍ ପ୍ରାକୃତିକ ଗ୍ୟାସ୍ ପାଇପଲାଇନ ତାମିଲନାଡୁର ବସବାସ କରୁଥିବା ଲୋକଙ୍କୁ ନିରନ୍ତର ପ୍ରାକୃତିକ ଗ୍ୟାସ ଯୋଗାଇବ ଏବଂ ଗମନାଗମନ କ୍ଷେତ୍ରରେ ଇନ୍ଧନ ଯୋଗାଇବା ସହ ରାଜ୍ୟର ବିକାଶରେ ଅଭିବୃଦ୍ଧି କରିବ । ଏହି ପ୍ରାକୃତିକ ଗ୍ୟାସ ପାଇପଲାଇନ ପରିବେଶ ସହଯୋଗୀ ଓ ସୁଲଭ ମୂଲ୍ୟରେ ସାର କାରଖାନା ଗୁଡିକୁ ଇନ୍ଧନ ଯୋଗାଇବ । ଯାହାଦ୍ୱାରା ଚାଷୀମାନେ କମ୍ ମୂଲ୍ୟରେ ସାର ପାଇପାରିବେ ଏବଂ ତାମିଲନାଡୁର ସାମାଜିକ ଅର୍ଥନୈତିକ ବିକାଶକୁ ଗତି ଦେବା ସହ ଭିତିଭୂମିକୁ ପ୍ରୋତ୍ସାହନ ଦେବ । ଏହାବ୍ୟତିତ ୦.୬ ନିୟୁତ ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଗ୍ୟାସୋଲିନ ଡେସୁଲଫୁରିଜେସନ୍ ୟୁନିଟ୍ ଦେଶରେ ବିଶ୍ୱସ୍ତରୀୟ ଭିତିଭୂମି ପ୍ରସ୍ତୁତ କରିବାରେ ଆଉ ଏକ ବୃହତ ପଦକ୍ଷେପ । ଏହି ୟୁନିଟ୍ ପରିବେଶ ଅନୁକୂଳ ଗ୍ୟାସୋଲିନ୍ ଉତ୍ପାଦନ କରିବ ଓ ଏକ ପ୍ରଦୂଷଣମୁକ୍ତ ପରିବେଶ ପାଇଁ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Mo sapath

Leave A Reply

Your email address will not be published.