Blank space
Blank space
Breaking News/ମୁଖ୍ୟ ଖବର:
ମାଇକ୍ରୋ ଫାଇନାନ୍ସ ଇଣ୍ଡିଷ୍ଟ୍ରି ନେଟୱାର୍କ (ଏମ.ଏଫ.ଆଇ. ଏନ) ଆନୁକୂଲ୍ୟରେ ମାଇକ୍ରୋଫାଇନାନ୍ସ ସଚେତନତା କାର୍ଯ୍ୟକ୍ରମଯାଜପୁରରେ ବ୍ୟାପୁଛି ଡାଇରିଆ ୨୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତସମ୍ବଲପୁର ଜିଲ୍ଲାର ଉନ୍ନତି ଉପରେ ପ୍ରାଥମିକତା ଦେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରପଦ୍ମଶ୍ରୀ ହଳଧର ନାଗ ଙ୍କୁ ଭେଟିଲେ ଖଇରା ମାଟିର ପୁଅଓଡିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିଃ ର (ଉତ୍କଳିକା) ୬୭ ତମ ପ୍ରତିଷ୍ଠା ଦିବସ ପାଳିତ*କେନ୍ଦୁଝର ଠାରେ ରଙ୍ଗବତୀ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀନୂଆ ଓଡ଼ିଆ ଚଳଚ୍ଚିତ୍ର “ନାୟିକା”ର ଟାଇଟଲ ଘୋଷଣା*କବି ଜୟଦେବ ଙ୍କ ଜନ୍ମ ପୀଠ କେନ୍ଦୁବିଲ୍ଵ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀବିଧାନସଭା ପରିସରରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳିତଗୀତି କୈବଲ୍ୟ’ ପୁସ୍ତକ ଲୋକାର୍ପଣଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦଓଡିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ହିଁ ରାଜ୍ୟ ସରକାରଙ୍କ ପାଇଁ ସର୍ବୋତ୍ତମ ସମ୍ପଦ: ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ   Sri Narsingha Bhola, IPS, joined as Addl.Commissioner Of Police of twin city Commissionerate, BBSR-CTC.ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘର ବାଲେଶ୍ବର ଜିଲ୍ଲା ଔପଦା ବ୍ଲକରେ ମତ ଓ ମନ୍ତବ୍ୟ କାର୍ଯ୍ୟକ୍ରମଓଡିଶା ରାଜ୍ୟ ମିଳିତ ସ୍ବାବଲମ୍ବୀ କାରୀଗର ସଂଘ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ସ୍ଥିତ ଗୋଦାବରିଶ ସାହିତ୍ୟ ସଂସଦ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛିଅନୁଦାନରୁ ବଞ୍ଚିତ ଅଧ୍ୟାପକ ଓ କର୍ମଚାରୀଙ୍କ ମତ ମନ୍ତବ୍ୟ କାର୍ଯ୍ୟକ୍ରମଓଡ଼ିଶାର ଗୌରବମୟ ଇତିହାସ ଓ ଐତିହ୍ୟ ଯୁବପିଢ଼ିଙ୍କ ପାଇଁ ମାର୍ଗଦର୍ଶକ : ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ Bhubaneswarଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟ
Blank space

ପ୍ରଦେଶ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ପାଳିତ

0

ଭୁବନେଶ୍ୱର,ନିରପେକ୍ଷ ଖବର:-୦୯/୦୮/୨୦-ଆଜି ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ,ଦେଶର ସ୍ବାଧୀନତା ପାଇଁ ଆଜିର ଦିନରେ ଭରତଛାଡ଼ ଆନ୍ଦୋଳନର ଡାକରା ଦିଆଯାଇଥିଲା।କଂଗ୍ରେସର ପ୍ରତିଷ୍ଠାତା ପୁରୋଧା ମାନେ ଭାରତ ବର୍ଷର ସ୍ୱତନ୍ତ୍ରତା ପାଇଁ ବ୍ରିଟିଶ ଶାସନକୁ ଦେଶରୁ ହଟାଇବାକୁ ଚରମ ବାଣୀ ସୁନାଇଥିଲେ।ଗାନ୍ଧିଜୀଙ୍କ ନେତୃତ୍ଵରେ ହେଉଥିବା ଭାରତ ଛାଡ଼ ଆନ୍ଦୋଳନ ପାଇଁ ଅଗଷ୍ଟ ୯ ତାରିଖର ବିପ୍ଳବକୁ କ୍ରାନ୍ତି ଦିବସ ଭାବେ ଗ୍ରହଣ କରାଯାଇଥିଲା।ଶେଷରେ ଭାରତୀୟ ନେତୃବର୍ଗଙ୍କର ଗୋରା ସାହେବ ମାନଙ୍କୁ ଚରମବାଣୀ ଫଳରେ ୧୯୪୭ ମସିହା ଅଗଷ୍ଟ ୧୫ ରେ ଭାରତ ସ୍ୱାଧୀନ ହୋଇଥିଲା।ଦେଶ ସ୍ୱାଧୀନତା ର ଏହି ବିପ୍ଳବକୁ ମନେ ପକେଇବା ପାଇଁ ଅଗଷ୍ଟ ୯ ରେ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କୋଭିଡ ୧୯ ନିୟମାବଳୀ ଅନୁସାରେ ସାମାଜିକ ଦୁରତ୍ୱକୁ ବଜାୟ ରଖି ନିରାଡ଼ମ୍ବର ଭାବେ କ୍ରାନ୍ତି ଦିବସ ପାଳନ କରାଯାଇଛି। ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ପୂର୍ବାହ୍ନରେ ପ୍ରଥମେ କଂଗ୍ରେସ ନେତୃବୃନ୍ଦ ଭୁବନେଶ୍ୱର ମିଉଜିଉମ ଛକ ସ୍ଥିତ ସହିଦସ୍ମୃତିସ୍ତମ୍ଭ ରେ ପୁଷମାଲ୍ୟ ଦେବା ପରେ କଂଗ୍ରେସ ଭବନ କାର୍ଯ୍ୟାଳୟରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଏହି କାର୍ଯ୍ୟକର୍ମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସମେତ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,ବିଧାୟକ ସୁରେଶ କୁମାର ରାଉତରାୟ,ପୂର୍ବତନ ବିଧାୟକଦେବାଶିଷ ପଟ୍ଟନାୟକ ,କଂଗ୍ରେସ ନେତା ସିବାନନ୍ଦ ରାୟ,ଜାନକୀବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ,ରଶ୍ମି ମହାପାତ୍ର,ହଳଧର ସେଠି,କିଶୋର ଜେନା,ସୁଦର୍ଶନ ଦାଶ,ଅଭୟ ବଡ଼ଜେନା,ଦୀପକ କୁମାର ମହାପାତ୍ର ,ଲିଙ୍ଗରାଜ ସାହୂ,ମାନଶ ଆଚାର୍ଯ୍ୟ,ପ୍ରକାଶ ମିଶ୍ର, ଚିନ୍ମୟ ଦାଶ,ପ୍ରଣତି ମିଶ୍ର,ସୁବ୍ରତ ମହାପାତ୍ର,ସଂକୁନା କଂହର,ଜ୍ୟୋତିଷ ସାହୂ,ଶ୍ରୀୟସ୍ମିତା ପଣ୍ଡା,,ନୀଳମଣି ମିଶ୍ର,ମହମ୍ମଦ ସାହାଉଲା,କୁଳମଣି ସାହୂ,ବାଙ୍ଗଳା ମଲ୍ଲିଆ,ଦେବେନ୍ଦ୍ର ଦାଶ,ଶୈଳେନ୍ଦୁ ମଜୁମଦାର,ବିନୋଦ ବିହାରୀ ମହାପାତ୍ର,ବୁନା ମହାନ୍ତି,ରମାକାନ୍ତ ସାହୂ ପ୍ରମୁଖ ଉପସ୍ଥିତ ଥିଲେ।

Mo sapath

Leave A Reply

Your email address will not be published.