Blank space
Breaking News/ମୁଖ୍ୟ ଖବର:
ଶିକ୍ଷା, ସଚେତନତା ମାଧ୍ୟମରେ ମଧ୍ୟସ୍ଥତା ସଂସ୍କୃତି ସୃଷ୍ଟି କରିବା ଉପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୁରୁତ୍ୱାରୋପରନ୍ଧନ ଗ୍ୟାସ ବ୍ୟବହାର କରୁଛନ୍ତି କି ହେଇ ଯାଆନ୍ତୁ ସାବଧାନ !ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କମ୍ୟୁନିଟି ଟ୍ୟାଙ୍କ ବିକାଶ ସମିତି ପରିଚାଳନା ପରିଷଦର ଦ୍ୱାଦଶ ବୈଠକ ଅନୁଷ୍ଠିତଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା ନେଇ ପ୍ରସ୍ତୁତି ବୈଠକଏନ୍.ଭାସ୍କର ରାଓ ଓ ହିମିରିକାଙ୍କ ଇସ୍ତଫାକଟକ ଜିଲ୍ଲାରେ ରାଜସ୍ୱ ଓ ଭୂଅର୍ଜନ ସମ୍ବନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତଆଇସିସି ଓ ଏଆଇଇସି ମଧ୍ୟରେ ଚୁକ୍ତିନାମା୧୩ବର୍ଷର ଅଭିଜ୍ଞତା ସହିତ ସୂର୍ଯ୍ୟା ଇଣ୍ଟରନ୍ୟାସନାଲ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଭବିଷ୍ୟତକୁ ପ୍ରୋତ୍ସାହିତ କରିବାରେ ଅଗ୍ରଣୀ ରାଜ୍ୟ ସ୍ତରୀୟ ଆନ୍ତଃ ସ୍କଲ ଫୁଟବଲ ଟୁର୍ଣ୍ଣାମେଣ୍ଟବଡଗଡ ଗଣେଶ ମହୋତ୍ସବ ୫୭ ଫୁଟର ଲାଲବାଗ ଆକୃତିର ଗଣେଶ ଓ ୧୦ କେଜିର ରୂପା ପାଦସରକାରୀ ଚାକିରୀର ମାନ୍ୟତା ପାଇବାର ଆସା ରଖିଛି ନିଖିଳ ଉତ୍କଳ ଗୃହରକ୍ଷୀ ମହାସଂଘଅନୁଗୋଳରେ ଏକ ବିଶ୍ୱସ୍ତରୀୟ ଷ୍ଟାଡିଅମ ନିର୍ମାଣ ପାଇଁ ନବୀନ ଜିନ୍ଦଲଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବଗୁରୁ ଦିବସକୁ କଳାଦିବସ ପାଳୀବ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ମହାସଂଘ…ହେଲଥ ଅନ୍ ଟପ୍ ଦ୍ୱାରା ସମର୍ଥିତ ତ୍ରିଧାରା ସ୍ୱର୍ଣ୍ଣ ସମାରୋହ ମାଲେସିଆ ଯାତ୍ରା ସଫଳତାର ସହିତ ସମାପ୍ତସହିଦ ନଗର ଦୁର୍ଗା ପୂଜା ସମିତି ପରିସରରେ ରକ୍ତଦାନ ଶିବିର ଓ ମେଗା ସ୍ୱାସ୍ଥ୍ୟ ଶିବିରକଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକଓଡ଼ିଶାର ନୂଆ ଡିଜିପି ହେଲେ ୱାଇ.ବି. ଖୁରାନିଆଶାନ୍ତିସ୍ତୁପଠାରେ “ହର ଘର ତ୍ରିରଙ୍ଗା” ଚିତ୍ରକଳା ଶିବିରବିଶ୍ୱ ଗୋ ସୁରକ୍ଷା ବାହିନୀ ପକ୍ଷରୁ ସାମ୍ବାଦିକ ସମ୍ମିଳନୀବଜ୍ରାଘାତରେ ୨ ଯୁବକଙ୍କ ମୃତ୍ୟୁ
Blank space
Blank space

ଜମି ଫାଟି ଆଁ କରିଛି, ବର୍ଷାର ଦେଖା ମିଳୁନି

ହଳଦିଆ ଦିଶିଲାଣି ସବୁଜ କ୍ଷେତ

0

* ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ…..

ଭଦ୍ରକ, ତିହିଡି ୪/୮,(ନିରପେକ୍ଷଖବର): ଶ୍ରାବଣ ମାସ ସାରିବାକୁ ବସିଲାଣି, କିନ୍ତୁ ବର୍ଷାର ଦେଖାଦର୍ଶନ ମିଳୁନି। କେଉଁଠି ଜମି ଫାଟି ଆଁ କଲାଣି ତ ଆଉ କେଉଁ କ୍ଷତ ହଳଦିଆ ପଡ଼ିଗଲାଣି। ବର୍ଷା ଜଳ ଉପରେ ନିର୍ଭର କରୁଥିବା କୃଷକମାନେ ରୁଆ ବେଉଷଣ କରି ନପାରି ମୁଁଣ୍ଡରେ ହାତ ଦେଇ ବସି ଛନ୍ତି । ଚଳିତ ବର୍ଷ ଅନୁକୂଳ ପାଗ ଦେଖୁ ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ଅଣ୍ଟା ଭିଡି ଥିଲେ କୃଷକ । କରୋନା ମହାମାରୀ ଯୋଗୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ମଧ୍ୟ ଚାଷ କାମ କରିବାକୁ ଲାଗିଲେ । ଶହଶହ ହେକ୍ଟର ଜମି ବିହନ ବୁଣାବୁଣି ଓ ତଳି ପଟାଳି ପ୍ରସ୍ତୁତ କରି ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ। ଏବେ ରୁଆ ବେଉଷଣ କରିବା ସହିତ ବିଲ ବଛା ସରିଥାନ୍ତା । ମାତ୍ର ମାସେ ହେଲାଣି ସୟା ଗ୍ରାପଞ୍ଚାୟତ ସମେତ ତିହିଡି ବ୍ଲକର ବିଭିନ୍ନ ଅଞ୍ଚଳରେ ବର୍ଷାର ଦେଖା ନାହିଁ । ଜମି ଫାଟି ଆଁ ହେଲାଣି । ଧାନ ଫସଲ ହଳଦିଆ ଦେଖାଯାଉଛି । ଅନାବୃଷ୍ଟି ଯୋଗୁଁ ଚାଷ କାମ ବିଳମ୍ବ ହେଉଥିବା ବେଳେ ଚାଷୀ ମାନେ ଚିନ୍ତାରେ ପଡିଛନ୍ତି । ସଅଳ ଅମଳକ୍ଷମ ଧାନ ତଳି ରୁଆ ବେଉଷଣ ସମୟ ଅତିକ୍ରାନ୍ତ ହୋଇଗଲାଣି । ଫଳରେ ଅନେକ ସ୍ଥାନରେ ଚାଷ ଜମିରେ ଗୋରୁ ଚରିଲେଣି । ଆଗକୁ ପରିସ୍ଥିତି ବିଗିଡିବା ଅନୁମାନ କରାଯାଉଛି । ଗାଁ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ନିମନ୍ତେ କିଛି କାମଧନ୍ଦା ମିଳୁ ନାହିଁ । ଚାଷ ଉପରେ ନିର୍ଭର କରୁଥିବା ବେଳେ ସ୍ୱଳ୍ପ ବୃଷ୍ଟିପାତ ନେଇ ଚିନ୍ତିତ ଅବସ୍ଥାରେ ଅଛନ୍ତି । ମେଗା ସେଚ ପ୍ରକଳ୍ପ ଦ୍ବାରା ଜମିକୁ ଜଳ ଯୋଗାଣ କରିବା କାର୍ଯ୍ୟକୁ ଅଗ୍ରାଧିକାର ଭିଭିରେ ଶେଷ କରାଯାଉ । ଏବେଠୁ ସରକାର ଚାଷୀଙ୍କ ନିମନ୍ତେ ପ୍ରୋତ୍ସାହନ ଯୋଗାଇ ଦେବାକୁ ବ୍ୟବସ୍ଥା କରିବାକୁ କୃଷକମାନେ ନିବେଦନ କରିଛନ୍ତି । ଫସଲ ବୀମା କରି ବା ଧାର୍ଯ୍ୟ ସମୟ ବୃଦ୍ଧି କରିବାକୁ ଦାବି ହେଉଛି ।

Mo sapath

Leave A Reply

Your email address will not be published.