ସହଯୋଗର ହାତ ବଢାଇଛି ମଙ୍ଗଲ ସେବା:ଦେବ୍ କୁମାର
ଲକ୍ଡାଉନ୍ ଆରମ୍ଭରୁ ଅସହାୟଙ୍କୁ ଯୋଗାଉଛନ୍ତି ଖାଦ୍ୟ ସାମଗ୍ରୀ ଓ ଜରୁରୀ ଉପକରଣ
ଭୂବନେଶ୍ବର,ନିରପେକ୍ଷ ଖବର:ତା ୩୧/୦୫:କରୋନା ମହାମାରୀର କାୟାରେ ଯେତେବେଳେ ସାରା ବିଶ୍ବ,ଦେଶ ଓ ରାଜ୍ୟ ଭିତତ୍ରସ୍ତ ସେହି ସମୟରେ ଅସହାୟ ମାନବ ସମାଜ।ଅସହାୟତା ଭିତରେ ଭୋକ ଉପାଶରେ କଟୁଛି ଅନେକଙ୍କ ଜନଜୀବନ।
ଏହିପରି ସମୟରେ ସହଯୋଗର ହାତ ବଢାଇଛି ମଙ୍ଗଲ ସେବା ।ଭୁବନେଶ୍ୱରରେ ଅବସ୍ଥିତ ବିଭିନ୍ନ ବସ୍ତି ଅଞ୍ଚଳ ରେ ମଙ୍ଗଲ ସେବା ପକ୍ଷରୁ ଦେବ୍ କୁମାର ଓ ତାଙ୍କର ସହଯୋଗୀ ମାନଙ୍କ ନେତୃତ୍ବରେ ଶୁଖିଲା ଖାଦ୍ୟ,ସାନିଟାଇଜର ଓ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଥିଲା। ଲକ୍ଡାଉନ୍ ଆରମ୍ଭ ଦିନଠାରୁ ସ୍ଥାନିୟ ବସ୍ତି ତଥା ନିରାସ୍ରୟ ଲୋକଙ୍କୁ ଜରୁରୀସାମଗ୍ରୀ ସହ ଅନ୍ୟାନ୍ୟ ଆବଶକୀୟ ଉପକରଣ ମାନ ଯୋଗାଇ ଆସୁଛନ୍ତି। ମଙ୍ଗଲ ସେବା/ମଙ୍ଗଲ ଟ୍ରେଡର୍ସ ଅଧ୍ୟକ୍ଷ ଦେବ୍ କୁମାର।ମଙ୍ଗଲ ସେବା ଅଧ୍ୟକ୍ଷ ଦେଵ୍ କୁମାରଙ୍କ ମତାନୁସାରେ ସମସ୍ତ ସଦସ୍ୟ ମାନଙ୍କର ସଦ୍ଇଛ୍ଛା ଓ ଅଦମ୍ୟ ସହଯୋଗରେ ଏହି ସବୁ ସମ୍ଭବ ହୋଇପାରିଛି।
ଏହି କାର୍ଯ୍ୟକ୍ରମ ମଙ୍ଗଲ ସେବା ର ସମସ୍ତ କର୍ମକର୍ତ୍ତା ଓ ଅଧ୍ୟକ୍ଷ ଦେଵ୍ କୁମାରଙ୍କ ସହଯୋଗରେ ଆଗାମୀ ଦିନରେ ମଧ୍ୟ ଚାଲୁରହିବ ବୋଲି କହିଛନ୍ତି। ଯେପର୍ଯ୍ୟନ୍ତ ଲକ୍ ଡାଉନ୍ ସଠିକ୍ ଭାବରେ ନ ଖୋଲିଛି ସେପର୍ଯ୍ୟନ୍ତ ଆମେ ଅସହାୟଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରିବୁ।


